ରୌପ୍ୟ ବିଜେତା ରଗବୀ ଟିମକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

author img

By

Published : Sep 23, 2021, 10:13 PM IST

Updated : Sep 23, 2021, 10:19 PM IST

CM naveen patnaik felicitate to victorious U18 Girls Rugby team

ଏସିଆ ରଗବୀ ଚମ୍ପିଆନସିପ୍‌ ୨୦୨୧ରେ ରୌପ୍ୟ ପଦକ ବିଜୟୀ ଭାରତୀୟ ୧୮ ବର୍ଷରୁ କମ ବାଳିକା ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଏସିଆ ରଗବୀ ଚମ୍ପିଆନସିପ୍‌ ୨୦୨୧ରେ ରୌପ୍ୟ ପଦକ ବିଜୟୀ ଭାରତୀୟ ୧୮ ବର୍ଷରୁ କମ ବାଳିକା ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ଟିମକୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଉଜବେକିସ୍ତାନର ତାସକେଣ୍ଟରେ ଏହଗି ମେଗା ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

  • Glad to felicitate the victorious U18 Girls Rugby team on winning silver medal at the Asia U18 Girls #Rugby7s Championship 2021 held in Tashkent, Uzbekistan. I am sure this is the start of a new journey, you all will make history. Wish the team very best. #OdishaForSports pic.twitter.com/a4SIMNlOVh

    — Naveen Patnaik (@Naveen_Odisha) September 23, 2021 " class="align-text-top noRightClick twitterSection" data=" ">

କାଜାଖସ୍ତାନ, କିର୍ଗିଜସ୍ଥାନ, ସଂଯୁକ୍ତ ଆରବ ଏମିରେଟ୍ସ, ଭାରତ ଏବଂ ଆୟୋଜକ ଉଜବେକିସ୍ତାନ ସମେତ ଏସିଆର ମୋଟ ପାଞ୍ଚଟି ଦେଶ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ଭାରତୀୟ ବାକିଳା ଟିମ UAE ଠାରୁ ପରାସ୍ତ ହେବାସହ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲା ଓ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା ।

ଜୁନିଅର ବାଳିକା ରଗବୀ ଟିମର ଏହି ଐତିହାସିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଥିଲେ । ନବୀନ କହିଥିଲେ, “ଆପଣ ଚମତ୍କାର ଖେଳିଛନ୍ତି ଏବଂ ଅଳ୍ପକେ ସ୍ବର୍ଣ୍ଣ ହରାଇଛନ୍ତି। ଏହି ସଫଳତା ପାଇଁ ଆମେ ବହୁତ ଗର୍ବିତ । ମୁଁ ନିଶ୍ଚିତ ଯେ ଆଗାମୀ ବର୍ଷରେ ଏହା ଏକ ନୂତନ ଯାତ୍ରା ଆରମ୍ଭ, ଆପଣ ସମସ୍ତେ ଇତିହାସ ସୃଷ୍ଟି କରିବେ।”

କ୍ରୀଡା ଓ ବିଶେଷକରି ରଗବିକୁ ନିରନ୍ତର ସମର୍ଥନ କରୁଥିବାରୁ ଭାରତୀୟ ଟିମର ଖେଳାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Sep 23, 2021, 10:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.