ରୋପ୍ୟ ବିଜେତା ରଗବି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Sep 20, 2021, 11:00 PM IST

CM Naveen patnaik Congrats Silver Winning Team Of Asia U18 Girls' Rugby 7s Championship

ଉଜବେକିସ୍ତାନର ତାସକେଣ୍ଟରେ ଅନୁଷ୍ଠିତ ଏସିଆ ରଗବି ୧୮ ବର୍ଷରୁ କମ ବାଳିକା ରଗବି ସେଭେନ ଚମ୍ପିଆନସିପ୍‌ ୨୦୨୧ରେ ରୌପ୍ୟ ପଦକ ବିଜୟୀ ହୋଇଛି ଭାରତୀୟ ଟିମ । ଅଧିକ ପଢନ୍ତୁ...

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭାରତୀୟ ୧୮ ବର୍ଷରୁ କମ ବାଳିକା ରଗବି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଉଜବେକିସ୍ତାନର ତାସକେଣ୍ଟରେ ଅନୁଷ୍ଠିତ ଏସିଆ ରଗବି ୧୮ ବର୍ଷରୁ କମ ବାଳିକା ରଗବି ସେଭେନ ଚମ୍ପିଆନସିପ୍‌ ୨୦୨୧ରେ ରୌପ୍ୟ ପଦକ ବିଜୟୀ ହୋଇଛି ଭାରତୀୟ ଟିମ ।

ଭାରତୀୟ ରଗବି ଟିମର ପ୍ରାୟୋଜକ ରହିଛି ଓଡିଶା । ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ଜୁନିୟର ବାଳିକା ଟିମର ସଫଳ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ପରି ଖେଳିଥିବା ଭାରତ ଫାଇନାଲରେ UAE ଠାରୁ କଡା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨୧-୧୭ରେ ପରାସ୍ତ ହୋଇ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା ।

ଆୟୋଜକ ଉଜବେକିସ୍ତାନ ବ୍ୟତୀତ ଭାରତ, କାଜାଖିସ୍ତାନ, କିର୍ଗିଜିସ୍ତାନ ଓ UAE ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ ।

KISS ଇନଷ୍ଟିଚ୍ୟୁଟ୍‌ର ଛାତ୍ରୀ ତରୁଲତା ନାଏକ, ମାମା ନାୟକ ଓ ନିର୍ମାଲ୍ୟ ରାଉତ ଓଡିଆ ଖେଳାଳି ଭାବେ ଭାରତୀୟ ସ୍କ୍ବାଡର ସଦସ୍ୟ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.