୪୦ତମ ଜାତୀୟ ଜୁନିଅର ଖୋଖୋ ଚମ୍ପିଆନସିପ୍‌ ୨୦୨୧ ଉଦଘାଟିତ

author img

By

Published : Sep 22, 2021, 10:13 PM IST

Updated : Sep 22, 2021, 10:43 PM IST

୪୦ତମ ଜାତୀୟ ଜୁନିଅର ଖୋଖୋ ଚମ୍ପିଆନସିପ୍‌ ୨୦୨୧ ଉଦଘାଟିତ

ରାଜଧାନୀରେ ଉଦଘାଟିତ ହୋଇଛି ୪୦ତମ ଜାତୀୟ ଜୁନିଅର ଖୋଖୋ ଚମ୍ପିଆନସିପ୍‌ ୨୦୨୧ । ଆଜି(ବୁଧବାର) ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର 26 ତାରିଖ ଯାଏଁ ଚାଲିବ। ଅଧିକ ପଢ଼ନ୍ତୁ...

ଭୁବନେଶ୍ୱର: ରାଜଧାନୀରେ ଉଦଘାଟିତ ହୋଇଛି ୪୦ତମ ଜାତୀୟ ଜୁନିଅର ଖୋଖୋ ଚମ୍ପିଆନସିପ୍‌ ୨୦୨୧ । ଆଜି(ବୁଧବାର) ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର 26 ତାରିଖ ଯାଏଁ ଚାଲିବ । 5 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ମୋଟ 53ଟି ଟିମ୍ ସହ 636 ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏଥିରେ 28ଟି ବାଳକ ଓ 25ଟି ବାଳିକା ଟିମ୍‌ ସାମିଲ୍‌ ଅଛନ୍ତି । ରାଜ୍ୟସରକାରଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା କିଟ୍‌ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଉଛି ।

୪୦ତମ ଜାତୀୟ ଜୁନିଅର ଖୋଖୋ ଚମ୍ପିଆନସିପ୍‌ ୨୦୨୧ ଉଦଘାଟିତ

ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି । ଗ୍ରୁପ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିଥିବା ଦଳ ନକ୍‌ଆଉଟ ରାଉଣ୍ଡରେ ପ୍ରତିଦ୍ବନ୍ଦିତା କରିବେ । ବାଳକ ବର୍ଗରେ ଆୟୋଜକ ଓଡ଼ିଶା, କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ ଓ ମେଘାଳୟ ସହିତ ଗ୍ରୁପ ଡି'ରେ ରହିଛି । ସେହିପରି ମହିଳା ବର୍ଗରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ମଣୀପୁର ଓ ଜମ୍ମୁ-କାଶ୍ମୀର ସହିତ ଗ୍ରୁପ ଇ'ରେ ସ୍ଥାନ ପାଇଛି ।

ଏହି ଜାତୀୟ ଚମ୍ପିଆନସିପ୍‌ର ବିଜେତା ଆସନ୍ତାବର୍ଷ ହରିୟାଣାର ପଞ୍ଚକୁଲାରେ ହେବାକୁ ଥିବା ଚତୁର୍ଥ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

୪୦ତମ ସଂସ୍କରଣର ଜାତୀୟ ଖୋଖୋ ଚମ୍ପିଆନସିପ୍‌, ଭାରତୀୟ ଖୋଖୋ ମହାସଂଘର ତତ୍ତ୍ବାବଧାନରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଓଡିଶା ସରକାର, KITT ବିଶ୍ବବିଦ୍ୟାଳୟ ସହଯୋଗରେ ଓଡ଼ିଶା ଖୋଖୋ ଆସୋସିଏସନ ଏହାର ଆୟୋଜନ କରୁଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :Sep 22, 2021, 10:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.