ବିଶ୍ବ ବାଳିକା ଦିବସରେ ପଦକ ଭେଟି ଦେଲେ ଓଡ଼ିଶା ସବ୍‌ ଜୁନିଅର ଖୋଖୋ ବାଳିକା ଦଳ

author img

By

Published : Sep 26, 2021, 10:44 PM IST

ଜୁନିଅର ଜାତୀୟ ଖୋଖୋ ଚମ୍ପିଅନସିପ୍ ଉଦଯାପିତ, ଶେଷ ଦିନରେ ବାଳିକା ଦଳକୁ କାଂସ୍ୟ ପଦକ

ବିଶ୍ବ ବାଳିକା ଦିବସରେ ପଦକ ଭେଟି ଦେଲେ ଓଡ଼ିଶା ସବ୍‌ ଜୁନିଅର ଖୋଖୋ ବାଳିକା ଦଳ । ୪୦ତମ ଜାତୀୟ ଜୁନିଅର ଖୋଖୋ ଚମ୍ପିଆନସିପ୍‌ରେ କାଂସ୍ୟ ପଦକ ହାସଲ କରିଛନ୍ତି ଓଡ଼ିଶା ବାଳିକା ଦଳ । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ବିଶ୍ବ ବାଳିକା ଦିବସରେ ପଦକ ଭେଟି ଦେଲେ ଓଡ଼ିଶା ସବ୍‌ ଜୁନିଅର ଖୋଖୋ ବାଳିକା ଦଳ । ୪୦ତମ ଜାତୀୟ ଜୁନିଅର ଖୋଖୋ ଚମ୍ପିଆନସିପ୍‌ରେ କାଂସ୍ୟ ପଦକ ହାସଲ କରିଛନ୍ତି ଓଡ଼ିଶା ବାଳିକା ଦଳ । ଏହା ସହିତ ଭୁବନେଶ୍ବରରେ ୫ ଦିନ ଧରି ଜାରି ରହିଥିବା ୪୦ତମ ଜାତୀୟ ଜୁନିଅର ଖୋଖୋ ଚମ୍ପିଆନସିପ୍‌ ଉଦଯାପିତ ହୋଇଛି ।

ଜୁନିଅର ଜାତୀୟ ଖୋଖୋ ଚମ୍ପିଅନସିପ୍ ଉଦଯାପିତ, ଶେଷ ଦିନରେ ବାଳିକା ଦଳକୁ କାଂସ୍ୟ ପଦକ
ଜୁନିଅର ଜାତୀୟ ଖୋଖୋ ଚମ୍ପିଅନସିପ୍ ଉଦଯାପିତ, ଶେଷ ଦିନରେ ବାଳିକା ଦଳକୁ କାଂସ୍ୟ ପଦକ

୪୦ତମ ଜାତୀୟ ଜୁନିଅର ଖୋଖୋ ଚମ୍ପିଆନସିପ୍‌ରେ ଅନେକ କଡ଼ା ଟକ୍କର ମ୍ୟାଚ ଦେଖିବାକୁ ମିଳିଥିଲା ।ଏହି ପ୍ରତିଯୋଗିତାରେ ମହିଳା ବିଭାଗରେ ମହାରାଷ୍ଟ୍ର ଦଳ ଚମ୍ପିଆନ୍ ହୋଇଛି । ସେହିଭଳି ପୁରୁଷ ବିଭାଗରେ କୋହ୍ଲାପୁର ଦଳ ବିଜୟ ହାସଲ କରିଛି ।

ଜୁନିଅର ଜାତୀୟ ଖୋଖୋ ଚମ୍ପିଅନସିପ୍ ଉଦଯାପିତ, ଶେଷ ଦିନରେ ବାଳିକା ଦଳକୁ କାଂସ୍ୟ ପଦକ
ଜୁନିଅର ଜାତୀୟ ଖୋଖୋ ଚମ୍ପିଅନସିପ୍ ଉଦଯାପିତ, ଶେଷ ଦିନରେ ବାଳିକା ଦଳକୁ କାଂସ୍ୟ ପଦକ

ପୁରୁଷ ବିଭାଗରେ ଡିଫେଣ୍ଡିଂ ଚମ୍ପିଆନ୍ ମହାରାଷ୍ଟ୍ର ଏବଂ ଦିଲ୍ଲୀ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । କିନ୍ତୁ ମ୍ୟାଚର ଶାଷାର୍ଦ୍ଧରେ ମହାରାଷ୍ଟ୍ର ଦୁଇଟି ପଏଣ୍ଟ ବ୍ୟବଧାନରେ ଟାଇଟଲ ଜିତିବାରେ ସଫଳ ହୋଇଥିଲା ।

ଜୁନିଅର ଜାତୀୟ ଖୋଖୋ ଚମ୍ପିଅନସିପ୍ ଉଦଯାପିତ, ଶେଷ ଦିନରେ ବାଳିକା ଦଳକୁ କାଂସ୍ୟ ପଦକ
ଜୁନିଅର ଜାତୀୟ ଖୋଖୋ ଚମ୍ପିଅନସିପ୍ ଉଦଯାପିତ, ଶେଷ ଦିନରେ ବାଳିକା ଦଳକୁ କାଂସ୍ୟ ପଦକ

ଉଭୟ ପୁରୁଷ ଓ ମହିଳା ଇଭେଣ୍ଟରେ ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକ ସହିତ ଆୟୋଜକ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । 2019ରେ ଅନୁଷ୍ଠିତ ପୂର୍ବ ଖୋଖୋ ସଂସ୍କରଣର ଉଭୟ ମହିଳା ଏବଂ ପୁରୁଷ ଇଭେଣ୍ଟରେ ଯଥାକ୍ରମେ ଓଡ଼ିଶା ପଞ୍ଚମ ଓ ୧୩ତମ ସ୍ଥାନରେ ରହିଥିଲା । ୪୦ତମ ଜାତୀୟ ଜୁନିଅର ଖୋଖୋ ଚମ୍ପିଆନସିପ୍‌ରେ ଓଡ଼ିଶା ଏକ ବଡ଼ ସଫଳତା ହାସଲ କରିଛି ।

ଜୁନିଅର ଜାତୀୟ ଖୋଖୋ ଚମ୍ପିଅନସିପ୍ ଉଦଯାପିତ, ଶେଷ ଦିନରେ ବାଳିକା ଦଳକୁ କାଂସ୍ୟ ପଦକ
ଜୁନିଅର ଜାତୀୟ ଖୋଖୋ ଚମ୍ପିଅନସିପ୍ ଉଦଯାପିତ, ଶେଷ ଦିନରେ ବାଳିକା ଦଳକୁ କାଂସ୍ୟ ପଦକ

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.