2022 Fencing WC: ଭବାନୀ ଦେବୀ ଆଉଟ୍‌, ଭାରତର ଅଭିଯାନ ଶେଷ

author img

By

Published : Jan 15, 2022, 3:45 PM IST

2022 Fencing WC: Bhavani Devi knocked out in round of 64, India's campaign ends

ଫେନ୍ସିଂ ବିଶ୍ବକପ ୨୦୨୨ରୁ ଟୋକିଓ ଅଲମ୍ପିଆନ ଭବାନୀ ଦେବୀଙ୍କ ସମେତ ସମସ୍ତ ଭାରତୀୟ ଫେନ୍ସରଙ୍କ ଅଭିଯାନ ଶେଷ ହୋଇଛି । ମହିଳା ବ୍ୟକ୍ତିଗତ ବର୍ଗରେ ପରାଜୟ ସହ ବିଶ୍ବକପରୁ ବାଦ୍‌ ପଡିଛନ୍ତି ଭବାନୀ । ଅଧିକ ପଢନ୍ତୁ

ତିବଲିସି(ଜର୍ଜିଆ): ଫେନ୍ସିଂ ବିଶ୍ବକପ ୨୦୨୨ରୁ ଟୋକିଓ ଅଲମ୍ପିଆନ ଭବାନୀ ଦେବୀଙ୍କ ସମେତ ସମସ୍ତ ଭାରତୀୟ ଫେନ୍ସରଙ୍କ ଅଭିଯାନ ଶେଷ ହୋଇଛି । ମହିଳା ବ୍ୟକ୍ତିଗତ ବର୍ଗରେ ପରାଜୟ ସହ ବିଶ୍ବକପରୁ ବାଦ୍‌ ପଡିଛନ୍ତି ଭବାନୀ । ପ୍ରଥମ ଭାରତୀୟ ଫେନ୍ସର ଭାବେ ଅଲମ୍ପିକ୍‌ସରେ ଅଂଶଗ୍ରହଣ କରିଥିବା ୨୮ ବର୍ଷୀୟା ଭବାନୀ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ୬୪ରେ ପ୍ରବେଶ କରିଥିଲେ । ରାଉଣ୍ଡ ୧୨୮ରେ ବିଜୟ ସହ ପରବର୍ତ୍ତୀ ରାଉଣ୍ଡକୁ ସେ ଉନ୍ନୀତ ହୋଇଥିଲେ । ମାତ୍ର ସ୍ପେନ୍‌ର ଏଲେନା ହର୍ନାଡେଜ୍‌ଙ୍କ ଠାରୁ ୧୫-୮ରେ ପରାସ୍ତ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ଭୁବନେଶ୍ୱରରେ ପହଞ୍ଚିଲା 2022 ରାଜ୍ୟଗୋଷ୍ଠୀ କ୍ରୀଡାର କୁଇନ୍ସ ବାଟନ୍ ରିଲେ

ବିଶ୍ବ ମାନ୍ୟତାର ୫୫ତମ ସ୍ଥାନରେ ଥିବା ଭବାନୀ ଗ୍ରୁପ୍‌ ପର୍ଯ୍ୟାୟରେ ୪ଟି ମ୍ୟାଚ୍‌ ଜିତିଥିଲେ ଓ ଗୋଟିଏ ଅଧାରୁ ବାତିଲ ହୋଇଥିଲା । ସେହିପରି ଅନ୍ୟ ଦୁଇ ଭାରତୀୟ ଫେନ୍ସର ଅନିତା କରୁଣାକରନ ଓ ଜୋସ୍ନା କ୍ରୀଷ୍ଟି ଜୋସ୍‌ ରାଉଣ୍ଡ ୧୨୮ରୁ ବାଦ୍‌ ପଡିଛନ୍ତି । ରୁଷିଆନ ଫେନ୍ସିଂ ଫେଡେରେସନର ଦରିୟା ଡ୍ରୋଜ୍‌ଙ୍କ ଠାରୁ ୧୫-୩ରେ ପରାସ୍ତ ହୋଇଥିଲେ ଅନିତା । ଅନ୍ୟପଟେ ଜୋସ୍ନା ଜୋସ୍‌ ସ୍ପେନ୍‌ର ଅରସେଲି ନାଭ୍ରୋଙ୍କ ଠାରୁ ସମାନ ପଏଣ୍ଟରେ ପରାସ୍ତ ହୋଇଛନ୍ତି । ଏହି ଫଳାଫଳ ସହ ବ୍ୟକ୍ତିଗତ ଫେନ୍ସିଂ ବିଶ୍ବକପ ୨୦୨୨ ତିବଲିସିରେ ଭାରତର ଅଭିଯାନ ଶେଷ ହୋଇଛି । ପୁରୁଷ ଓ ମହିଳା ଟିମ ବିଶ୍ବକପ ଜାନୁଆରୀ ୧୭ରୁ ସମାନ ଭେନ୍ୟୁରେ ଆରମ୍ଭ ହେବ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.