ବ୍ରାଜିଲିଆନ ଫୁଟବଲ କିମ୍ବଦନ୍ତୀ ପେଲେଙ୍କ ରେକର୍ଡ ଭାଙ୍ଗିଲେ ଛେତ୍ରୀ

author img

By

Published : Oct 14, 2021, 6:03 PM IST

Sunil Chhetri breaks Brazilian legend Pele's international goal record

ଅନ୍ତର୍ଜାତୀୟ ଗୋଲ୍‌ ସଂଖ୍ୟାରେ ବ୍ରାଜିଲିଆନ ଫୁଟବଲ କିମ୍ବଦନ୍ତୀ ପେଲେଙ୍କୁ ଟପିଲେ ଭାରତୀୟ ଫୁଟବଲ ଟିମର କ୍ୟାପଟେନ୍‌ ସୁନୀଲ ଛେତ୍ରୀ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଫୁଟବଲ ଟିମ ଇଣ୍ଡିଆ କ୍ୟାପଟେନ ସୁନୀଲ ଛେତ୍ରୀଙ୍କ ନୂଆ କୀର୍ତ୍ତିମାନ । ବୁଧବାର କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେଙ୍କ ରେକର୍ଡ ଭାଙ୍ଗିଲେ ଛେତ୍ରୀ । ମାଳଦୀପରେ ଖେଳାଯାଉଥିବା ଚଳିତ SAFF ଚମ୍ପିଆନସିପ୍‌ ୨୦୨୧ରେ ଏହି ରେକର୍ଡ କରିଛନ୍ତି ଛେତ୍ରୀ ।

ପେଲେ ବ୍ରାଜିଲ ପାଇଁ ୭୭ଟି ଗୋଲ୍‌ କରିଛନ୍ତି । ତେବେ ବୁଧବାର ମାଳଦୀପ ବିପକ୍ଷ ମ୍ୟାଚ୍‌ରେ ବ୍ରାଜିଲିଆନ ସୁପରଷ୍ଟାରଙ୍କ ଏହି ସଂଖ୍ୟାକୁ ଟପିଯାଇଛନ୍ତି ଛେତ୍ରୀ । ମ୍ୟାଚ୍‌ରେ ଆଉ ଏକ ଗୋଲ୍‌ କରିବା ଦ୍ବାରା ଭାରତୀୟ କ୍ୟାପେଟନଙ୍କ ଅନ୍ତର୍ଜାତୀୟ ଗୋଲ୍‌ ସଂଖ୍ୟା ୭୯ରେ ପହଞ୍ଚିଯାଇଛି ।

ବର୍ତ୍ତମାନ ସକ୍ରିୟ ଖେଳାଳିଙ୍କ ମଧ୍ୟରେ ବିଶ୍ବର ତୃତୀୟ ସର୍ବାଧିକ ଗୋଲ୍‌ ସ୍କୋରର ହୋଇଛନ୍ତି ଛେତ୍ରୀ । ଫୁଟବଲ ଦୁନିଆର ଦୁଇ ଷ୍ଟାର ଖେଳାଳି ଲିଓନେଲ ମେସି(୮୦) ଓ କ୍ରୀଷ୍ଟିଆନୋ ରୋନାଲ୍ଡୋ(୧୧୫) ଅନ୍ତର୍ଜାତୀୟ ଗୋଲ୍‌ସ୍କୋରର ତାଲିକାରେ ଛେତ୍ରୀଙ୍କ ଠାରୁ ଆଗରେ ରହିଛନ୍ତି । ଭାରତୀୟ କ୍ୟାପଟେନ ସୁନୀଲ ଛେତ୍ରୀ ଯୁଗ୍ମଭାବେ ବିଶ୍ବର ଷଷ୍ଠ ସର୍ବାଧିକ ଗୋଲ୍‌ସ୍କୋରର ଖେଳାଳି ହେବାର କୀର୍ତ୍ତିମାନ ନିଜ ନାମରେ କରିଛନ୍ତି ।

ମାଳଦୀପ ବିପକ୍ଷରେ ମ୍ୟାଚ୍‌ରେ ଭାରତ ୩-୧ରେ ଦମଦାର ବିଜୟ ସହ ୨୦୨୧ SAFF ଚମ୍ପିଆନସିପ୍‌ ଫାଇନାଲରେ ସ୍ଥାନ ପକା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.