ଦୁରନ୍ଦ କପ: ମହମ୍ମେଦନ ଏସ୍‌ସି-ଏଫସି ବେଙ୍ଗାଲୁରୁ ସେମି ଲଢେଇ

author img

By

Published : Sep 26, 2021, 10:39 PM IST

Durand Cup: Mohammedan bank on fans' support against Bengaluru United in semis

୧୩୦ତମ ଦୁରନ୍ଦ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମୁକାବିଲା ସୋମବାର ମହମ୍ମେଦନ ଏସ୍‌ସି (MDSP) ଓ ଏଫସି ବେଙ୍ଗାଲୁରୁ ୟୁନାଇଟେଡ(FCBU) ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ...

କୋଲକାତା: ୧୩୦ତମ ଦୁରନ୍ଦ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମୁକାବିଲା ସୋମବାର ମହମ୍ମେଦନ ଏସ୍‌ସି (MDSP) ଓ ଏଫସି ବେଙ୍ଗାଲୁରୁ ୟୁନାଇଟେଡ(FCBU) ମଧ୍ୟରେ ଖେଳାଯିବ । କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନ(VYBK)ରେ ଏହି ମ୍ୟାଚ୍‌ ଖେଳାଯିବ । ତେବେ ଘରୋଇ ଟିମ ହୋଇଥିବାରୁ ମହମ୍ମେଦନ ଏସ୍‌ସିକୁ ଘରୋଇ ଦର୍ଶକଙ୍କ ଭରପୁର ସମର୍ଥନ ମିଳିବ ।

ଟୁର୍ଣ୍ଣାମେଣ୍ଟର ଗ୍ରୁପ ପର୍ଯ୍ୟାୟରେ ଯେବେ ଦୁଇ ଟିମ ମୁହାଁମୁହିଁ ହୋଇଥିଲେ ଏଫସି ବେଙ୍ଗାଲୁରୁ ୨-୦ରେ ଘରୋଇ କ୍ଲବକୁ ମାତ୍‌ ଦେଇଥିଲା । ମାତ୍ର ସେମିଫାଇନାଲ ମୁକାବିଲା ହୋଇଥିବାରୁ କଡା ମୁକାବିଲା ହେବା ଆଶା କରାଯାଉଛି । କ୍ବାର୍ଟର-ଫାଇନାଲରେ ଡିଫେଣ୍ଡିଂ ଚମ୍ପିଆନ ଗୋକୁଲାମ କେରଳକୁ ହରାଇ ଦୃଢ ମନୋବଳ ସହିତ ରହିଛି ବ୍ଳାକ ପାନ୍ଥର୍ସ କ୍ଳବ ।

ଫଳରେ ବେଙ୍ଗାଲୁରୁ ଏଫସି ପାଇଁ ସେମିଫାଇନାଲ ଲଢେଇ ସହଜ ହେବନି । ଚଳିତ ଦୁରନ୍ତ କପ୍‌ ଟୁର୍ଣ୍ଣାମେଣ୍ଟରେ ବେଙ୍ଗାଲୁରୁ ଏଫସି ଏଯାବତ ଅପରାଜେୟ ରହିଛି । ଫଳରେ ଫାଇନାଲ ଟିକେଟ ହାତେଇବାକୁ କ୍ଳବ ଲକ୍ଷ୍ୟ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.