WPL 2023: ଦିଲ୍ଲୀକୁ 11ରନରେ ହରାଇଲା ଗୁଜରାଟ

author img

By

Published : Mar 17, 2023, 7:34 AM IST

Updated : Mar 17, 2023, 7:51 AM IST

ଦିଲ୍ଲୀକୁ 11ରନରେ ହରାଇଥିଲା ଗୁଜରାଟ

ମହିଳା ଆଇପିଏଲ 14ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ 11 ରନରେ ପରାସ୍ତ କରିଛି ଗୁଜରାଟ ଜିଆଣ୍ଟ୍ସ । ଏହି ବିଜୟ ସହ ଗୁଜରାଟର ପ୍ଲେ ଅଫ ଆଶା ଉଜ୍ଜୀବିତ ହୋଇଛି । ଅଧିକ ପଢନ୍ତୁ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ ପ୍ରଥମ ସଂସ୍କରଣର 14 ତମ ମ୍ୟାଚରେ ଦିଲ୍ଲୀ ଓ ଗୁଜରାଟ ପରସ୍ପରକୁ ଭେଟିଥିଲେ । ଏଥିରେ ଦିଲ୍ଲୀକୁ 11ରନରେ ପରାସ୍ତ କରିଛି ସ୍ନେହ ରଣାଙ୍କ ନେତୃତ୍ବାଧୀନ ଗୁଜରାଟ ଜାଏଣ୍ଟ୍ସ । ଦଳ ଏହି ବିଜୟ ସହ ପ୍ଲେ ଅଫ ଆଶା ବଜାୟ ରଖିଛି । ଗୁଜରାଟର ଆଶଲେ ଗାର୍ଡନର 33 ବଲରେ ଅପରାଜିତ ଅର୍ଦ୍ଧଶତକ ସହ 2ଟି ୱିକେଟ ହାସଲ କରିଥିଲେ । ଉଭୟ ବିଭାଗରେ ଆଶଲେ ଦମଦାର ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସେହିପରି କିମ ଗ୍ରାଥ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳି ବିବେଚିତ ହୋଇଛନ୍ତି । ଗୁଜରାଟ ଦ୍ବିତୀୟ ବିଜୟ ସହ 4 ପଏଣ୍ଟ ପାଇ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି ।

ଟସ ଜିତି ଦିଲ୍ଲୀ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଁ ଗୁଜରାଟର ସୋଫିଆ ଡଙ୍ଗଲି ଓ ଲୌରା ଉଲଭାର୍ଟ ଓପନିଂ କରିଥିଲେ । ସୋପିଆ ମାତ୍ର 4 ରନ କରି ସଅଳ ପାଭିଲିୟନ ଫେରିଥିଲେ । ମାରିଜାନ କାପଙ୍କ ଶିକାର ହୋଇଥିଲେ ସୋଫିଆ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ହର୍ଲିଲ ଦେଓଲ ଅନ୍ୟ ଓପନର ଲୌରା ଉଲଭାର୍ଟଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଉଭୟଙ୍କ ମଧ୍ୟରେ 49ରନ ଭାଗିଦାରୀ ଗଠନ ହୋଇଥିଲା । ଦଳୀୟ ସ୍କୋର 53ରେ ହର୍ଲିଲ ଦେଓଲ 31 ରନ କରି ଆଉଟ ହୋଇଥିଲେ । ପରେ ଆଶଲି ଗାର୍ଡନର ଲୌରାଙ୍କ ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ ।

ଦୁହେଁ 81ରନ ଯୋଗ କରି ଦଳୀୟ ରନକୁ 134ରେ ପହଞ୍ଚାଇଥିଲେ । ଲୌରା ଉଲଭାର୍ଟ 33 ବଲରେ 57 ରନ କରି ଆଉଟ ହୋଇଥିଲେ । ଆଶଲେ ଗାର୍ଡନର 33 ବଲରେ ଅପରାଜିତ 51 ରନ କରି ଦଳୀୟ ସ୍କୋରକୁ 147ରେ ପହଞ୍ଚାଇଥିଲେ । ନିର୍ଦ୍ଧାରିତ 20 ଓଭରରେ ଗୁଜରାଟ 4 ୱିକେଟ ହରାଇ 147 ରନ କରିଥିଲା । ଦିଲ୍ଲୀକୁ 148 ରନ ବିଜୟ ଲକ୍ଷ୍ୟ ଦେଇଥିଲା । ଦିଲ୍ଲୀ ପକ୍ଷରୁ ମାରିଜାନ କାପ ଗୋଟିଏ ୱିକେଟ ହାସଲ କରିଥିଲେ ।

ଏହା ବି ପଢନ୍ତୁ...IPL 2023: ଡେଭିଡ ୱାର୍ଣ୍ଣରଙ୍କ ହାତରେ ଦିଲ୍ଲୀ କମାଣ, ଏହି ଖେଳାଳିଙ୍କୁ ମିଳିଲା ଉପଅଧିନାୟକ ଦାୟିତ୍ବ

148 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଦିଲ୍ଲୀ । ଗୁଜରାଟ ଜାଏଣ୍ଟ୍ସର ବୋଲିଂ ଆଗରେ ଦିଲ୍ଲୀ ବ୍ୟାଟର ବାଟବଣା ହୋଇଥିଲେ । ସେଫାଳି ବର୍ମା 8ରନ କରି ଆଉଟ ହୋଇଥିଲେ । ଆଲିସ କ୍ୟାପସି ମେଗ ଲାନିଙ୍ଗ ସହ ମିଶି ସ୍ଥିତି ସମ୍ଭାଳିଥିଲେ । ଦଳୀୟ ସ୍କୋର 48ରେ ମେଗ ଲାନିଙ୍ଗ 18 ରନ କରି ଆଉଟ ହୋଇଥିଲେ । କ୍ୟାପସି 11 ବଲରୁ 22ଟି ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଦଳର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ମାରିଜାନ କାପ 36, ଅରୁନ୍ଧତି ରେଡ୍ଡୀ 25 ରନ କରିଥିଲେ । ଅନ୍ୟ କେହି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲେ । 18.4 ଓଭରରେ ଦଳ 136ରନ କରି ଆଲ ଆଉଟ ହୋଇଥିଲା । ଗୁଜରାଟ ପକ୍ଷରୁ କିମ ଗ୍ରାଥ, ତନୁଜା କୱଁର ଓ ଆଶଲି ଗାର୍ଡନର 2ଟି ଲେଖାଏଁ ୱିକେଟ ନେଇଥିଲେ ।

Last Updated :Mar 17, 2023, 7:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.