Womens Under 19 World Cup : ଭାର ସମ୍ଭାଳିବେ ସେଫାଳି ବର୍ମା

author img

By

Published : Dec 5, 2022, 9:15 PM IST

Womens Under 19 World Cup : ଭାର ସମ୍ଭାଳିବେ ସେଫାଳି ବର୍ମା

ଭାରତୀୟ ଦଳର ନେତୃତ୍ବ ନେବେ ସେଫାଳି ବର୍ମା । ଆସନ୍ତା ଜାନୁଆରୀ ୧୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ବ କପ ଖେଳାଯିବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତୀୟ ଦଳର ନେତୃତ୍ବ ନେବେ ସେଫାଳି ବର୍ମା । ଅଣ୍ଡର ୧୯ ମହିଳା କ୍ରିକେଟ ବିଶ୍ବକପରେ ଭାରତ ତରଫରୁ କମାଣ ସମ୍ଭାଳିବେ ସେଫାଳି ବର୍ମା । ଏନେଇ ବିସିସିଆଇ ଟ୍ବିଟ୍ କରି ସୂଚନା ଦେଇଛି । ଆସନ୍ତା ଜାନୁଆରୀ ୧୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ବ କପ ଖେଳାଯିବ । ଏନେଇ ଆଜି (ସୋମବାର) ବିସିସିଆଇ ୧୫ ଜଣିଆ ସ୍କ୍ବାଡ ଘୋଷଣା କରିଛି । ସେପଟେ ଯୁବ ପ୍ରତିଭାବାନ କ୍ରିକେଟରଙ୍କ ସେଫାଳି ବର୍ମାଙ୍କ ଉପରେ ଅଧନାୟିକା ଦାୟିତ୍ବ ନ୍ୟସ୍ତ କରିଛି ବିସିସିଆଇ । ସେହିପରି ଆଗାମୀ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ମଧ୍ୟ ଭାରତୀୟ ସ୍କ୍ବାଡ ଘୋଷଣା କରାଯାଇଛି ।

ଅଖିଳ ଭାରତୀୟ ମହିଳା ଚୟନ ସମିତି ଅଣ୍ଡର ୧୯ ମହିଳା କ୍ରିକେଟ ବିଶ୍ବକପ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କରିଛି । ଆସନ୍ତା ଜାନୁଆରୀ ୧୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ବ କପ ଖେଳାଯିବ । ଏହି ବିଶ୍ବକପ ଟି୨୦ ଫର୍ମାଟରେ ଖେଳାଯିବ । ମୋଟ ୧୬ ଟିମ୍ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଏଥିରେ ପ୍ରାୟ ୪୧ ଟି ମ୍ୟାଚ ଖେଳାଯିବା ନେଇ ଖେଳ ସୂଚୀ ଧାର୍ଯ୍ୟ କରାଯାଇଛି । ଭାରତ ଗୃପ ଡି ରେ ଦକ୍ଷିଣ ଆଫ୍ରିକା, ୟୁଏଇ, ଏବଂ ସ୍କୋଟଲାଣ୍ଡ ସହିତ ସ୍ଥାନ ପାଇଛି । ପ୍ରତ୍ୟେକ ଗୃପରୁ ଶୀର୍ଷ ତିନୋଟି ଟିମ୍ ସୁପର ସିକ୍ସରେ ପ୍ରବେଶ କରିବେ । ଏହା ପରେ ୧୨ ଟି ଟିମକୁ ଦୁଇଟି ଗୃପରେ ବିଭାଗ କରାଯିବ ।

  • 🚨 NEWS 🚨: India Under-19 Women's team set to play a five-match bilateral T20 series against South Africa Under-19.

    — BCCI Women (@BCCIWomen) December 5, 2022 " class="align-text-top noRightClick twitterSection" data=" ">

ସେପଟେ ଏହି ବିଶ୍ବକପ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ବିପାକ୍ଷିକ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଏହି ଦକ୍ଷିଣ ଆଫ୍ରିକା ଗସ୍ତରେ ୱମେନ ଇନ୍ ବ୍ଲୁ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ପ୍ରଥମ ଟି୨୦ ମ୍ୟାଚ୍ ଡିସେମ୍ବର ୨୭, ଦ୍ବିତୀୟ ଟି୨୦ ମ୍ୟାଚ୍ ଡିସେମ୍ବର ୨୯, ତୃତୀୟ ଟି୨୦ ମ୍ୟାଚ୍ ୩୧ ଡିସେମ୍ବର, ଚତୁର୍ଥ ଟି୨୦ ମ୍ୟାଚ୍ ଜାନୁଆରୀ ୨ ତାରିଖ ଏବଂ ପଞ୍ଚମ ଟି୨୦ ମ୍ୟାଚ୍ ଜାନୁଆରୀ ୪ ତାରିଖରେ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ ପାଇଁ ମହିଳା ଅଣ୍ଡର ୧୯ ଭାରୀତୟ ସ୍କ୍ବାଡ

ସେଫାଳି ବର୍ମା ( ଅଧିନାୟିକା ), ଶ୍ବେତା ସେରାୱତ (ଉପ ଅଧିନାୟିକା), ରିଚା ଘୋଷ, ଜି ତ୍ରିଶା, ସୌମ୍ୟା ତିୱାରୀ, ସୋନିଆ ମେହଦିୟା, ହୁରଲେ ଗାଲା, ହ୍ରିଶିତା ବାସୁ, ସନୋମ ଯାଦବ, ମନ୍ନତ କାଶ୍ୟପ, ଅର୍ଚ୍ଚନା ଦେବୀ, ପର୍ଶାଭି ଚୋପ୍ରା, ତିତାଶ ସାଧୁ, ଫଲକ ନାଜ, ସବନମ ଏମଡି, ଶିଖା, ନାଜଲା ସିଏମସି, ୟଶଶ୍ରୀ ।

ଅଣ୍ଡର ୧୯ ମହିଳା ବିଶ୍ବକପ ପାଇଁ ଭାରତୀୟ ସ୍କ୍ବାଡ

ସେଫାଳି ବର୍ମା ( ଅଧିନାୟିକା ), ଶ୍ବେତା ସେରାୱତ (ଉପ ଅଧିନାୟିକା), ରିଚା ଘୋଷ, ଜି ତ୍ରିଶା, ସୌମ୍ୟା ତିୱାରୀ, ସୋନିଆ ମେହଦିୟା, ହୁରଲେ ଗାଲା, ହ୍ରିଶିତା ବାସୁ, ସନୋମ ଯାଦବ, ମନ୍ନତ କାଶ୍ୟପ, ଅର୍ଚ୍ଚନା ଦେବୀ, ପର୍ଶାଭି ଚୋପ୍ରା, ତିତାଶ ସାଧୁ, ଫଲକ ନାଜ, ସବନମ ଏମଡି ।

ଷ୍ଟାଣ୍ଡ ବାଏ

ଶିଖା, ନାଜଲା ସିଏମସି, ୟଶଶ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.