Women Asia Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

author img

By

Published : Oct 2, 2022, 12:19 PM IST

Women Asia Cup

ବାଂଲାଦେଶରେ ମହିଳା ଏସିଆ କପ ଟି-ଟ୍ବେଣ୍ଟି କ୍ରିକେଟ ଫର୍ମାଟ ଅନୁଷ୍ଠିତ ହୋଇଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ ସହ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଅଧିକ ପଢନ୍ତୁ

ସିଲହଟ: ବାଂଲାଦେଶରେ ଅନୁଷ୍ଠିତ ମହିଳା ଟି-ଟ୍ବେଣ୍ଟି କ୍ରିକେଟ ଏସିଆ କପରେ ଭାରତୀୟ ଦଳ ଜବରଦସ୍ତ ପ୍ରଦର୍ଶନ କରିଛି । ଏସିଆ କପ ଦ୍ବିତୀୟ ମୁକାବିଲାରେ ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିଥିଲେ । ଏଥିରେ ଶ୍ରୀଲଙ୍କାକୁ 41 ରନରେ ହରାଇଛି ଭାରତ । ଏହା ସହ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ ଖେଳି ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା ଜେମିମା ରୋଡ୍ରିଗ୍ସ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଟସ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିବା ଶ୍ରୀଲଙ୍କା । ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତର ସେଫାଳି ବର୍ମା ଓ ସ୍ମୃତି ମାନ୍ଧନା ପାଳି ଆରମ୍ଭ କରିଥିଲା । ମାତ୍ର ଶ୍ରୀଲଙ୍କା ବୋଲର ସଅଳ ଏହି ଯୋଡିକୁ ଭାଙ୍ଗି ଥିଲା । ସେଫାଳି ବର୍ମା 10 ଓ ସ୍ମୃତି ମାନ୍ଧନା 6 ରନ କରି ଆଉଟ ହୋଇଥିଲା । ତୃତୀୟରେ ବ୍ୟାଟିଂ କରିବାକୁ ଆସିଥିବା ଜେମିମା ରୋଡ୍ରିଗ୍ସ ଦୃଢ ବ୍ୟାଟିଂ କରିଥିଲେ । ଜେମିମା ଅର୍ଦ୍ଧଶତକ ପୂରଣ କରିଥିଲେ । 53 ବଲରେ 76 ରନ (11ଚୌକା, 1 ଛକା) କରିଥିଲେ ଜେମିମା ରୋଡ୍ରିଗ୍ସ । ତାଙ୍କ ସାଥ ଦେଇଥିଲେ ଅଧିନାୟିକା ହର୍ମନପ୍ରୀତ । ସେ 30 ବଲରେ 33 ରନ କରିଥିଲେ । ଦୟାଲନ ହେମଲତା 13 ରନ କରିଥିଲେ । ଭାରତ 6 ୱିକେଟ ହରାଇ 150 ରନ କରିଥିଲା । ଶ୍ରୀଲଙ୍କାକୁ 151 ରନ ଟାର୍ଗେଟ ହେଇଥିଲା ଟିମ ଇଣ୍ଡିଆ । ଶ୍ରୀଲଙ୍କା ପକ୍ଷରୁ ଓଶାଡି ରଙ୍ଗସିଂଘେ 32ରନ ଦେଇ 3ଟି ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...ଜାତୀୟ କ୍ରୀଡାରେ ଓଡିଶାକୁ ପ୍ରଥମ ପଦକ ଭେଟି ଦେଲେ ସ୍ନେହା ସୋରେନ

151 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଶ୍ରୀଲଙ୍କା । ଭାରତୀୟ ବୋଲରଙ୍କୁ ସାମ୍ନା କରିବା ଦଳ ପାଇଁ କାଠିକର ପାଠ ହୋଇଥିଲା । ଦିପ୍ତୀ ଶର୍ମା ଓ ପୂଜା ବସ୍ତ୍ରାକାରଙ୍କ ବୋଲିଂ ଶ୍ରୀଲଙ୍କା ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ଉଭୟ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଦୟାଲନ ହେମଲତା 3ଟି ୱିକେଟ ନେଇଥିଲେ । ଶ୍ରୀଲଙ୍କା ପକ୍ଷରୁ ହାସିନ ପେରରା ସର୍ବାଧିକ ସର୍ବାଧିକ 30 ରନ କରିଥିଲେ। ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ଦଳ ପାଇଁ ବିଜୟ ଲକ୍ଷ୍ୟ ପୂରଣ କରିବା ଅସମ୍ଭବ ହୋଇଥିଲା । ଓଶାଡି ରଣସିଂଘେ 11 ଓ ହର୍ଷିତା ସମରବିକ୍ରମା 26 ରନ କରିଥିଲେ । ଏହାଛଡା ଅନ୍ୟ କେହି ବ୍ୟାଟର ଦୁଇ ଅଙ୍କ ଛୁଉଁ ନଥିଲେ । ଦଳର ରନ ଗାଡି 109ରେ ଅଟକିଥିଲା ଫଳରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ସେପଟେ ଉଦଘାଟନୀ ମ୍ୟାଚରେ ଆୟୋଜକ ବାଂଲାଦେଶ ଥାଇଲାଣ୍ଡକୁ 9 ରନରେ ପରାସ୍ତ କରିଛି । ଆସନ୍ତା 3 ତାରିଖରେ ମାଲେସିଆ ବିପକ୍ଷରେ ଭାରତ ତାର ଦ୍ବିତୀୟ ମ୍ୟାଚ ଖେଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.