Women Asia Cup: ଭାରତର ଲଗାତାର ଦ୍ବିତୀୟ ବିଜୟ, 30 ରନରେ ହାରିଲା ମାଲେସିଆ

author img

By

Published : Oct 4, 2022, 10:07 AM IST

Women Asia Cup 2022

ବାଂଲାଦେଶରେ ମହିଳା ଏସିଆ କପ ଟି-ଟ୍ବେଣ୍ଟି କ୍ରିକେଟ ରହିଛି । ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମୁକାବିଲା ଜିତିବା ପରେ ମାଲେସିଆ ବିପକ୍ଷରେ ଖେଳିଥିବା ମ୍ୟାଚକୁ ମଧ୍ୟ ଜିତି ନେଇଛି ଭାରତ । ଏସିଆ କପରେ ଭାରତର ଏହା ଦ୍ବିତୀୟ ବିଜୟ । ଅଧିକ ପଢନ୍ତୁ

ସିଲହଟ: ବାଂଲାଦେଶରେ ଚାଲିଥିବା ମହିଳା ଏସିଆ କପରେ ଭାରତର ଲଗାତାର ଦ୍ବିତୀୟ ବିଜୟ । ପ୍ରଥମ ମୁକାବିଲାରେ ଶ୍ରୀଲଙ୍କା ବିପକ୍ଷରେ ଜିତିବା ପରେ ଦ୍ବିତୀୟ ମୁକାବିଲାରେ ମାଲେସିଆକୁ ପରାସ୍ତ କରିଛି ଭାରତ । ଷଷ୍ଠ ଲିଗ ମ୍ୟାଚରେ ଡିଏଲ ନିୟମରେ ମାଲେସିଆରୁ 30 ରନରେ ପରାସ୍ତ କରିଛି ଭାରତ । ଓପନର ସାଭିନେନି ମେଘନାଙ୍କର ପ୍ରଥମ ଟି-20 ଦମଦାର ଅର୍ଦ୍ଧଶତକୀୟ ପାଳି ବଳରେ ଭାରତ କ୍ରମାଗତ ବିଜୟ ହାସଲ କରିଛି । ମେଘନା ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।

ମାଲେସିଆ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଦଳ ଓପନର ସାବିନେନି ମେଘନା ଓ ସେଫାଳି ବର୍ମା । ଦୁହେଁ ମିଶି ଦମଦାର ବ୍ୟାଟିଂ କରିଥିଲେ । ଦୁଇଜଣଙ୍କ ମଧ୍ୟରେ 100ରନ ଭାଗିଦାରୀ ହୋଇଥିଲା । ସ୍ମୃତି ମାନ୍ଧନାଙ୍କ ସ୍ଥାନରେ ଖେଳୁଥିବା ମେଘନା କ୍ୟାରିୟରରେ ଶ୍ରେଷ୍ଠ 69 ରନ କରିଥିଲେ । ମାଲେସିଆର ଦୁର୍ବଳ ବୋଲିଂ ଭାରତକୁ ରନ ସଂଗ୍ରହ କରିବାରେ ସହାୟକ ହୋଇଥିଲା । ଭାରତର ସେଫାଳି ବର୍ମା (46) ଓ ମେଘନା ପ୍ରଥମ ୱିକେଟରେ 83 ବଲରେ 116 ରନ ଯୋଡିଥିଲେ ।

ମେଘନା 53 ବଲରେ 69 ରନ (11ଚୌକା, 1ଛକା) କରିଥିଲେ । ସେଫାଳି 39 ବଲ୍‌ରେ 46 ରନ କରିଥିଲେ । ଅନ୍ୟ ବ୍ୟାଟର ରିଚା ଘୋଷ ଅପରାଜିତ 19 ବଲରେ 33 ରନ୍‌ ଓ ହେମଲତା 10 ରନ କରିଥିଲେ । ଭାରତ ନିର୍ଦ୍ଧାରିତ 4 ୱିକେଟ ହରାଇ 181 ରନ୍‌ କରିଥିଲେ । ମାଲେସିଆ ପକ୍ଷରୁ ନୁର ଦାନିଆ ସ୍ୟୁହଦା ଓ କ୍ୟାପ୍ଟଟେନ ୱିନିଫ୍ରେଡ ଦୁରାଇସିଙ୍ଗମ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...ବିଶ୍ୱକପରୁ ବାଦ ପଡିଲେ ବୁମରା, ଆନୁଷ୍ଠାନିକ ଭାବେ ଘୋଷଣା କଲା BCCI

182 ରନ୍‌ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ମାଲେସିଆ । ଦଳ 5 ଓଭର 2ଟି ବଲ ଖେଳି 16 ରନ୍‌ କରିଥିବାବେଳେ ବର୍ଷା ହୋଇଥିଲା । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଡକୱର୍ଥ ଲୁଇସ ନିୟମ ଅନୁସାରେ ଭାରତ ବିଜୟୀ ହୋଇଥିଲା । ଲୁଇସ ବ୍ୟବସ୍ଥା ଅନୁସାରେ ମାଲେସିଆ ଆଗରେ 46 ରନ ଟାର୍ଗେଟ ରହିଥିଲା । ନିୟମ ଅନୁସାରେ ମାଲେସିଆ 30ରନରେ ପରାସ୍ତ ହୋଇଥିଲା । ଦିପ୍ତୀ ଶର୍ମା ଓ ରାଜେଶ୍ବରୀ ଗାଏକ୍ବାର୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । କ୍ରମାଗତ ଦ୍ବିତୀୟ ବିଜୟ ସହ ଭାରତ 4 ପଏଣ୍ଟ ହାସଲ କରି ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଅକ୍ଟୋବର 7 ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.