ବିରାଟ କୋହଲି ଭାରତର ସଫଳତମ ଟେଷ୍ଟ ଅଧିନାୟକ

author img

By

Published : Jan 15, 2022, 8:50 PM IST

Virat Kohli steps down as India Test captain, here's look at his journey as leader

ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ଫଳରେ କ୍ରିକେଟର ଲମ୍ବା ଫର୍ମାଟରେ ଦେଶର ସବୁଠୁ ସଫଳତମ ଅଧିନାୟକ(Most Successful captain)ଙ୍କ ରାଜୁତି ଶେଷ ହୋଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ଫଳରେ କ୍ରିକେଟର ଲମ୍ବା ଫର୍ମାଟରେ ଦେଶର ସବୁଠୁ ସଫଳତମ ଅଧିନାୟକ(Most Successful captain)ଙ୍କ ରାଜୁତି ଶେଷ ହୋଇଛି ।

ନଜର ପକାନ୍ତୁ ବିରାଟଙ୍କ ଟେଷ୍ଟ ଅଧିନାୟକତ୍ବ ସମୟରେ ଟିମ ଇଣ୍ଡିଆ କେଉଁସବୁ ପ୍ରମୁଖ ସଫଳତାର ପାହାଚକୁ ଅତିକ୍ରମ କରିଛି:

Virat Kohli steps down as India Test captain, here's look at his journey as leader
ବିରାଟ କୋହଲି

ଏହାମଧ୍ୟ ପଢନ୍ତୁ: ଟେଷ୍ଟ କ୍ୟାପଟେନ ପଦ ଛାଡିଲେ କୋହଲି

ଶକ୍ତିଶାଳୀ ବୋଲିଂ ବିଭାଗ:

  • ବିଶ୍ବର କୌଣସି ପରିବେଶରେ କୌଣସି ପିଚ୍‌ରେ ପ୍ରତିପକ୍ଷ ଟିମର ୨୦ଟି ୱିକେଟ ଅକ୍ତିଆର କରିବା ଭଳି ଆକ୍ରମଣାତ୍ମକ ବୋଲିଂ ୟୁନିଟ ପ୍ରସ୍ତୁତ କରିବାରେ ପ୍ରମୁଖ ଥିଲେ ୩୩ ବର୍ଷୀୟ ବିରାଟ । ଅଧିନାୟକ ପଦ ଛାଡିବା ପରେ ସମସ୍ତ ତିନୋଟି ଫର୍ମାଟରେ ପୁଣି ଥରେ ବିରାଟଙ୍କ ବ୍ୟାଟ୍‌ କଥା କହିବ ବୋଲି ଆଶା କରାଯାଉଛି ।

ଭାରତୀୟ ଟେଷ୍ଟ ଅଧିନାୟକ ଭାବେ ସର୍ବାଧିକ ବିଜୟ:

  • ଭାରତୀୟ ଟେଷ୍ଟ ଟିମର ଜଣେ ଅଧିନାୟକ ଭାବେ ସର୍ବାଧିକ ୬୮ଟି ମ୍ୟାଚ୍‌ ଖେଳିଛନ୍ତି ବିରାଟ । କେବଳ ସେତିକି ନୁହେଁ, ୪୦ଟି ଟେଷ୍ଟ ବିଜୟ ସହ ବିରାଟଙ୍କ ନାମରେ ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ବିଜୟର ରେକର୍ଡ ମଧ୍ୟ ରହିଛି । ଟେଷ୍ଟ କ୍ରିକେଟ ଇତିହାସରେ କେବଳ ଗ୍ରେମ ସ୍ମିଥ୍‌, ରିକି ପଣ୍ଟିଂ ଓ ଷ୍ଟିଭ୍‌ ୱ, ଅଧିନାୟକ ଭାବେ କୋହଲିଙ୍କ ଠାରୁ ଅଧିକ ସଂଖ୍ୟକ ମ୍ୟାଚ୍‌ ଜିତିଛନ୍ତି ।

ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ଶତକୀୟ ଇଂନିସ:

  • ନିଜର ଟେଷ୍ଟ ଅଧିନାୟକତ୍ବ ସମୟରେ କ୍ରିକେଟର ଲମ୍ବା ଫର୍ମାଟରେ ୭ଟି ଦ୍ବିଶତକୀୟ ମାରାଥନ ଇଂନିସ ମଧ୍ୟ ଖେଳିଛନ୍ତି କୋହଲି । ୨୦ଟି ଟେଷ୍ଟ ଶତକ ସହ କୋହଲି ମଧ୍ୟ ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ଶତକୀୟ ଇଂନିସ ଖେଳିବାର ରେକର୍ଡ ନିଜ ନାମରେ କରିଛନ୍ତି ।

ICC ମାନ୍ୟତାରେ ରେକର୍ଡ ସମୟ ପାଇଁ ଲଗାତାର ନମ୍ବର ୧:

  • କୋହଲିଙ୍କ ଅଧିନାୟକତ୍ବରେ ଭାରତ ICC ରାକିଂରେ ଲଗାତାର ଅକ୍ଟୋବର ୨୦୧୬ରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ୪୨ ମାସ ବିଶ୍ବରେ ନମ୍ବର ୧ ଟେଷ୍ଟ ଟିମ ହୋଇରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୁକ୍ରବାର ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପରାଜୟର ଗୋଟିଏ ଦିନ ପରେ କୋହଲି ଟେଷ୍ଟ କ୍ୟାପଟେନ ପଦ ଛାଡିବାର ନିଷ୍ପତ୍ତି ନେଇଛନ୍ତି ।

ଅଷ୍ଟ୍ରେଲିଆ ମାଟିରେ ଇତିହାସ:

  • କ୍ରିକେଟର ଲମ୍ବା ଫର୍ମାଟରେ କୋହଲିଙ୍କ ବଡ ବିଜୟ ବର୍ଷ ୨୦୧୮-୧୯ରେ ହୋଇଥିଲା । ଭାରତ ପ୍ରଥମ ଥର ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିଲା । ଏଥିସହ ବିରାଟଙ୍କ ନେତୃ୍ତ୍ବରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ(WTC) ଫାଇନାଲରେ ପହଞ୍ଚିଥିଲା । ଗତବର୍ଷ ଟି-୨୦ ଅଧିନାୟକ ପଦ ଛାଡିବା ପରେ BCCIର ଚୟନକର୍ତ୍ତା ହ୍ବାଇଟ୍‌ ବଲ୍‌ ଫର୍ମାଟରେ ଜଣେ ଅଧିନାୟକ ଚାହୁଁଥିବା ଦର୍ଶାଇ ODI ନେତୃତ୍ବରୁ ମୁକ୍ତ କରିଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.