ପୂର୍ବତନ ଅଣ୍ଡର ୧୯ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଆହତ

author img

By

Published : Oct 2, 2022, 5:30 PM IST

Unmukt Chand suffers eye injury in US

ଭାରତର ପୂର୍ବତନ ଅଣ୍ଡର ୧୯ ଅଧିନାୟକ ଉନ୍ମୁକ୍ତ ଚାନ୍ଦଙ୍କ ଆଖିରେ ଆଘାତ ଲାଗିଛି । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତର ପୂର୍ବତନ ଅଣ୍ଡର ୧୯ ବିଶ୍ବକପ ବିଜୟୀ ଅଧିନାୟକ ଉନ୍ମୁକ୍ତ ଚାନ୍ଦଙ୍କ ଆଖିରେ ଆଘାତ ଲାଗିଛି (Unmukt Chand suffers eye injury ) । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ଉନ୍ମୁକ୍ତ ଚାନ୍ଦ ଆମେରିକାର ମାଇନର ଲିଗ କ୍ରିକେଟରେ ସିଲିକନ ଭେଲି ଷ୍ଟ୍ରାଇକର୍ସ ପାଇଁ ଖେଳୁଛନ୍ତି । ତେବେ ମାଇନର ଲିଗ କ୍ରିକେଟ ଖେଳିବା ସମୟରେ ତାଙ୍କ ଆଖିରେ ଆଘାତ ଲାଗିଛି ।

  • It’s never a smooth ride for an athlete. Some days you come home victorious, other days disappointed&there are some when you come home with bruises and dents.Grateful to God to have survived a possible disaster. Play hard but be safe. It’s a thin line.
    Thanku for the good wishes pic.twitter.com/HfW80lxG1c

    — Unmukt Chand (@UnmuktChand9) October 1, 2022 " class="align-text-top noRightClick twitterSection" data=" ">

ତାଙ୍କ ଆଖିରେ ଆଘାତ ଲାଗିଥିବା ଏକ ଫଟୋ ସେ ଟ୍ବିଟରରେ ପୋଷ୍ଟ କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି, "କୌଣସି ଆଥଲେଟ ପାଇଁ ଏହା ଏତେ ସହଜ ନୁହେଁ । କେବେ କେବେ ଆପଣ ମ୍ୟାଚ୍‌ ଜିତି ଘରକୁ ଆସୁଛନ୍ତି । କେବେ ମ୍ୟାଚ୍‌ ହାରି ନିରାଶ ହୋଇ ଘରକୁ ଆସୁଛନ୍ତି । ଆଉ କେବେ ଏମିତି ବି ହୋଇଥାଏ କି ଆପଣ ମ୍ୟାଚରେ କୌଣସି ଆଘାତ ବା ଆହତ ହୋଇ ଘରକୁ ଫେରୁଛନ୍ତି । ତେବେ ଏକ ଆକସ୍ମିକ ଅଘଟଣରୁ ବର୍ତ୍ତି ଯାଇଥିବାରୁ ଭଗବାନଙ୍କ ନିକଟରେ କୃତଜ୍ଞ ଅଟେ । ଏତେ ମାତ୍ରାରେ ଖେଳିବା ପରେ ମୁଁ ସୁରକ୍ଷିତ ରହିଛି ।"

ତେବେ ତାଙ୍କ ଆଖିରେ ଗଭୀର ମାତ୍ରାରେ ଆଘାତ ଲାଗି ନାହିଁ । ଯଦି ଗଭୀର ଆଘାତ ଲାଗିଥାନ୍ତା ତା ହେଲେ ତାଙ୍କ କ୍ରିକେଟ କ୍ୟାରିୟର ଉପରେ ଏହା ପ୍ରଭାବ ପକାଇଥାନ୍ତା । ଆଖିରେ ସାମାନ୍ୟ ଆଘାତ ଲାଗିଥିବାରୁ ତାଙ୍କ ଆଖି ଅଳ୍ପ ଦିନରେ ଭଲ ହେବାର ବହୁତ ସମ୍ଭାବନା ରହିଛି । ଏହି ୨୯ ବର୍ଷିୟ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ବରେ ଭାରତ ବର୍ଷ ୨୦୧୨ରେ ଅଣ୍ଡର ୧୯ କ୍ରିକେଟରେ ବିଶ୍ବ ବିଜେତା ହୋଇଥିଲା । ଏହା ପରେ ସେ ଭାରତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ ।

କିନ୍ତୁ ଏବେ ସେ United States ପାଇଁ କ୍ରିକେଟ ଖେଳୁଛନ୍ତି । ଏହା ସହିତ ଉନ୍ମୁକ୍ତ ଚାନ୍ଦ ମେଲବର୍ଣ୍ଣ ରେନେଗାଡସ ତରଫରୁ ଅଷ୍ଟ୍ରେଲିଆ ବିଗ ବସ ଲିଗ ଖେଳିବାର ପ୍ରଥମ ଭାରତୀୟ ହୋଇପାରିଛନ୍ତି । ହେଲେ ଏହି ଅଣ୍ଡର ୧୯ ଅଧିନାୟକ ସିନିୟର କ୍ରିକେଟରେ ଭାରତ ତରଫରୁ ପ୍ରତିନିଧିତ୍ବ କରିନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.