U-19 World Cup ୨୦୨୨: ଭାରତ ସାମ୍ନାରେ ପ୍ରଥମ ଚ୍ୟାଲେଞ୍ଜ ଦକ୍ଷିଣ ଆଫ୍ରିକା

author img

By

Published : Jan 15, 2022, 7:25 PM IST

Updated : Jan 15, 2022, 9:39 PM IST

U-19 CWC:  South Africa have won the toss & elected to bowl against India

୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳୁଛି ଭାରତ । ପ୍ରୋଭିଡେନ୍ସ ଷ୍ଟାଡିୟମ ଗୁୟାନାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

ଗୁୟାନା: ଚଳିତ ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପରେ ଆଜି ଅଭିଯାନ ଆରମ୍ଭ କରୁଛି ଜୁନିଅର ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳୁଛି ମେନ ଇନ୍‌ ବ୍ଲୁ । ପ୍ରୋଭିଡେନ୍ସ ଷ୍ଟାଡିୟମ ଗୁୟାନାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ବର୍ଷା ବାଧକ ସାଜିବାରୁ ଟସ୍‌ରେ ସାମାନ୍ୟ ବିଳମ୍ବ ହୋଇଥିଲା । ମାତ୍ର ପାଗ ଠିକ୍‌ ହେବା ଯୋଗୁଁ ମ୍ୟାଚ୍‌ ଆରମ୍ଭ ହୋଇଛି ।

COVID-19 ମହାମାରୀ କାରଣରୁ ଏହି ମେଗା ଟୁର୍ନାମେଣ୍ଟ ପାଇଁ ଭାରତୀୟ ଟିମର ପ୍ରସ୍ତୁତି ବିଶେଷ ଭାବେ ବାଧାପ୍ରାପ୍ତ ହୋଇଛି । ଘରୋଇ କ୍ରିକେଟ ସିଜନ ସ୍ଥଗିତ କାରଣରୁ ଟିମରେ ଥିବା ଅନେକ ଖେଳାଳି ଅଭ୍ୟାସରୁ ବଞ୍ଚିତ ହୋଇଛନ୍ତି । ତେବେ ଏହାସତ୍ତ୍ବେ ଜୁନିଅର ଭାରତୀୟ ଟିମ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି ।

ଟିମ

ଭାରତ(ଚୁଡାନ୍ତ ଏକାଦଶ): ହରନୁର ସିଂହ, ଅଙ୍ଗକ୍ରୀଷ ରଘୁବଂଶୀ, ସଇକ ରସିଦ, ୟସ ଦୁଲ(କ୍ୟାପଟେନ୍‌), ନିଶାନ୍ତ ସିନ୍ଧୁ, ରାଜ ବାୱା, କୌଶଲ ତାମ୍ବେ, ଦିନେଶ ବାନା(ୱିକେଟ କିପର), ରାଜବର୍ଦ୍ଧନେ ହଙ୍ଗରଗେକର, ଭିକି ଓସ୍ତୱାଲ, ରବି କୁମାର ।

ଏହାମଧ୍ୟ ପଢନ୍ତୁ: ଟେଷ୍ଟ କ୍ୟାପଟେନ ପଦ ଛାଡିଲେ କୋହଲି

ଦକ୍ଷିଣ ଆଫ୍ରିକା(ଚୁଡାନ୍ତ ଏକାଦଶ): ଇଥାନ ଜନ କନିଙ୍ଗହମ, ଭାଲିଣ୍ଟିନେ କିଟିମେ, ଡେୱାଲ୍ଡ ବ୍ରେଭିସ, ଜିଜେ ମାରି, ଜର୍ଜ ଭନ ହର୍ଡିନ(କ୍ୟାପଟେନ୍‌), ଆଣ୍ଡିଲେ ସିମେଲେନ, କଡନ ସୋଲୋମନସ(ୱିକେଟ କିପର), ମିକି କୋପଲାଣ୍ଡ୍‌, ମାଥ୍ୟୁ ବୋଷ୍ଟ, ଲିଆମ ଐଦର, ଏଫି ମିୟାନ୍ଦା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 15, 2022, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.