T20 World Cup: ୧୧୨ ରନରେ ଅଲଆଉଟ୍‌ ଆଫଗାନିସ୍ତାନ, ସାମ କରନଙ୍କୁ ୫ ୱିକେଟ

author img

By

Published : Oct 22, 2022, 6:57 PM IST

T20 World Cup : ୧୧୨ ରନରେ ଅଲଆଉଟ ଆଫଗାନିସ୍ତାନ, ସାମ କରନଙ୍କୁ ୫ ୱିକେଟ

ସାମ କରନଙ୍କ ଘାତକ ବୋଲିଂ, ଆଫଗାନିସ୍ତାନ ୧୧୨ ରନ୍‌ରେ ଅଲଆଉଟ । ଇଂଲଣ୍ଡ ସାମ୍ନାରେ ୧୧୩ ରନ୍‌ର ବିଜୟ ଲକ୍ଷ୍ୟ । ଅଧିକ ପଢନ୍ତୁ

ପର୍ଥ (ଅଷ୍ଟ୍ରେଲିଆ ): ଆରମ୍ଭ ହୋଇଯାଇଛି ଟି୨୦ ବିଶ୍ବକପ ୨୦୨୨ର ଅସଲ ଲଢେଇ । ସୁପର ୧୨ ପର୍ଯ୍ୟାୟର ଦ୍ବିତୀୟ ମ୍ୟାଚ୍‌ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ସାମ କରନଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଆଫଗାନିସ୍ତାନ । ସଂପୂର୍ଣ୍ଣ ୨୦ ଓଭର ଖେଳିବାକୁ ଅସମର୍ଥ ହୋଇଛି ମହମ୍ମଦ ନବୀଙ୍କ ଟିମ । ୧୯.୪ ଓଭରରେ ମାତ୍ର ୧୧୨ ରନ କରି ଅଲଆଉଟ ହୋଇଛି ଆଫଗାନ ଟିମ । ଇଂଲିସ ସ୍ପିଡଷ୍ଟାର ସାମ କରନ ଇଂଲଣ୍ଡର ବୋଲିଂ ହିରୋ ରହିବା ସହ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଛନ୍ତି ।

ପ୍ରାରମ୍ଭରୁ ଆଫଗାନିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଇବ୍ରାହିମ ଜର୍ଡାନ ଏବଂ ଉସମାନ ଘାନିଙ୍କ ଇନିଂସ ବଳରେ ଦଳୀୟ ସ୍କୋର ଆଫଗାନିସ୍ତାନ ୧୧୨ ରନ କରିବାକୁ ସକ୍ଷମ ହୋଇଥିଲା । ଇବ୍ରାହିମ ଜର୍ଦ୍ଦନ ସର୍ବାଧିକ ୩୨ ରନ କରିଥିବାବେଳେ ଉସମାନ ଘାନି ୩୦ ରନର ଇନିଂସ ଖେଳିଥିଲେ । ଗୁରୁବାଜ ୧୦ ରନ ଓ ନଜିବୁଲ୍ଲା ଜର୍ଡାନ ୧୦ ରନ କରିଥିଲେ । ଏହି ୪ଜଣ ବ୍ୟାଟରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ବିଶିଷ୍ଟ ସ୍କୋର କରିବାକୁ ବିଫଳ ହୋଇଥିଲେ ।

ନିୟମିତ ବ୍ୟବଧାନରେ ୱିକେଟ ହରାଇବା ଆଫଗାନିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ତିନି ଜଣ ବ୍ୟାଟର ଖାତା ଖୋଲିବା ପୂର୍ବରୁ ଶୂନରେ ଆଉଟ ହୋଇ ପାଭଲିୟନ ଲେଉଟିଥିଲେ । ସେପଟେ ସାମ କରନ ୩.୪ ଓଭର ବୋଲିଂ କରି ୧୦ ରନ ବ୍ୟୟରେ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ବେନ ଷ୍ଟୋକ୍ସ ଓ ମାର୍କ ଉଡ ୨ଟି ୱିକେଟ ନେଇଥିବାବେଳେ, କ୍ରିସ ୱକ୍ସ ଗୋଟିଏ ୱିକେଟ ନେଇଛନ୍ତି । ଇଂଲଣ୍ଡ ସାମ୍ନାରେ ୧୧୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.