IPl 2021: କୋହଲି, ମାକ୍ସୱେଲଙ୍କ ମାରାଥନ ଇଂନିସ ସତ୍ତ୍ବେ RCB ୧୬୫/୬

author img

By

Published : Sep 26, 2021, 9:36 PM IST

Updated : Sep 26, 2021, 9:54 PM IST

IPL 2021: RCB set a target of 166 runs against MI

ପ୍ରଥମ ବ୍ୟାଟିଂ କରି ବିରାଟ କୋହଲିଙ୍କ RCB, ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୫ ରନ୍‌ ସଂଗ୍ରହ କରିଛି । ଅଧିକ ପଢନ୍ତୁ...

ଦୁବାଇ: ଆଇପିଏଲର ୩୯ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମ ବ୍ୟାଟିଂ କରି ବିରାଟ କୋହଲିଙ୍କ RCB, ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୫ ରନ୍‌ ସଂଗ୍ରହ କରିଛି । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ବାଙ୍ଗାଲୋର ପକ୍ଷରୁ ଗ୍ଳେନ ମାକ୍ସୱେଲ ୩୭ ବଲ୍‌ରୁ ୬ ଚୌକା ଓ ୩ ଛକା ସହାୟତାରେ ୫୬ ଓ ବିରାଟ କୋହଲି ୪୨ ବଲ୍‌ରୁ ୩ ଚୌକା ଓ ୩ ଛକା ସହାୟତାରେ ୫୧ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଶ୍ରୀକର ଭାରତ ୩୨ ଓ ଏବି ଡିଭିଲିୟର୍ସ ୧୧ ରନ୍‌ କରିଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜଶପ୍ରୀତ ବୁମରା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଟ୍ରେଣ୍ଟ ବୋଲ୍ଟ, ଆଡମ ମିଲନେ ଓ ରାହୁଲ ଚହର ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଫଳରେ ଏହି ମ୍ୟାଚ୍‌ରେ ନିଶ୍ଚିନ୍ତ ବିଜୟ ଲକ୍ଷ୍ୟରେ ରହିଛି ରୋହିତ ଶର୍ମାଙ୍କ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 26, 2021, 9:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.