WBBLରେ ସିଡନୀ ଥଣ୍ଡର ପକ୍ଷରୁ ଖେଳିବେ ସ୍ମୃତି-ଦୀପ୍ତି

author img

By

Published : Sep 26, 2021, 5:17 PM IST

WBBLରେ ସିଡନୀ ଥଣ୍ଡର ପକ୍ଷରୁ ଖେଳିବେ ସ୍ମୃତି-ଦୀପ୍ତି

ଆଗାମୀ ଅକ୍ଟୋବର ମାସରୁ ଆରମ୍ଭ ହେବାକୁ ଥିବା ୱିମେନ୍ସ ବିଗ୍‌ବ୍ୟାସ ଲିଗ୍‌ର ସିଡନୀ ଥଣ୍ଡରରେ ସାମିଲ ହୋଇଛନ୍ତି ଦୁଇ ମହିଳା ଭାରତୀୟ କ୍ରିକେଟର । ସୁପରଷ୍ଟାର ବ୍ୟାଟର୍‌ ସ୍ମୃତି ମନ୍ଧାନା ଓ ଅଫ୍‌ ସ୍ପିନର ଦୀପ୍ତି ଶର୍ମାଙ୍କ ସିଡନୀ ଥଣ୍ଡର୍‌ରେ ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

କାନବେରା: ଆଗାମୀ ଅକ୍ଟୋବର ମାସରୁ ଆରମ୍ଭ ହେବାକୁ ଥିବା ୱିମେନ ବିଗ୍‌ବ୍ୟାସ ଲିଗ୍‌ର ସିଡନୀ ଥଣ୍ଡରରେ ସାମିଲ ହୋଇଛନ୍ତି ଦୁଇ ମହିଳା ଭାରତୀୟ କ୍ରିକେଟର । ସୁପରଷ୍ଟାର ବ୍ୟାଟର୍‌ ସ୍ମୃତି ମନ୍ଧାନା ଓ ଅଫ୍‌ ସ୍ପିନର ଦୀପ୍ତି ଶର୍ମାଙ ସିଡନୀ ଥଣ୍ଡର୍‌ରେ ସାମିଲ ହୋଇଛନ୍ତି । ଚଳିତ ସିଜିନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଦିନିକିଆରେ ସର୍ବଶ୍ରେଷ୍ଠ ସ୍କୋର କରିଛନ୍ତି ସ୍ମୃତି ମନ୍ଧାନା । ବିଗ୍‌ ବ୍ୟାସ୍‌ ଲିଗ୍‌ରେ ସୀଡନୀ ଥଣ୍ଡର ତାଙ୍କର ତୃତୀୟ ଫ୍ରାଞ୍ଚାଇଜ ହେବ । ଏହାପୂର୍ବରୁ ସ୍ମୃତି ବ୍ରିସ୍‌ବେନ୍‌ ହିଟ୍‌ ଓ ହୋବାର୍ଟ ହରିକେନ୍ସ ଦଳର ପ୍ରତିନିଧିତ୍ବ କରି ସାରିଛନ୍ତି ।

ସେପଟେ ଦୀପ୍ତି ଶର୍ମା ପ୍ରଥମ ଥର ପାଇଁ ବିଗ୍‌ ବ୍ୟାସ୍‌ ଲିଗ୍‌ରେ ପାଦ ଥାପିବେ । ତେବେ ବିଦେଶ ମାଟିରେ ଟି-୨୦ ଖେଳିବା ଅଭିଜ୍ଞତା ଦୀପ୍ତିଙ୍କ ପାଖରେ ରହିଛି । ଚଳିତ ବର୍ଷ 'ଦ ହଣ୍ଡ୍ରେଣ୍ଡ' ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜନରେ ଭାଗ ନେଇ ୫.୨୬ ହାରରେ ବୋଲିଂ କରି ୧୦ଟି ଅକ୍ତିଆର କରିଥିଲେ । ଏହାଛଡ଼ା ଦୀପ୍ତି ୨୦୧୯ରେ ସ୍ମୃତି ମନ୍ଧାନାଙ୍କ ସହ ଇଂଲଣ୍ଡ ସୁପର ଲିଗ୍‌ରେ ମଧ୍ୟ ସାମିଲ ଥିଲେ । ଦୁଇ କ୍ରିକେଟର ୱେଷ୍ଟର୍ଣ୍ଣ ଷ୍ଟର୍ମ ଦଳରେ ସାମିଲ ରହିଥିଲେ ।

ଏହି ଦୁଇ କ୍ରିକେଟରଙ୍କ ଛଡ଼ା ଭାରତର ଶେଫାଳୀ ବର୍ମା ଓ ରାଧା ଯାଦବ ମଧ୍ୟ ମହିଳା ବିଗ୍‌ବ୍ୟାସ୍‌ ଲିଗ୍‌ରେ ନିଜର ଜଲୱା ଦେଖାଇବେ । ଏହି ଦୁଇ କ୍ରିକେଟର ସିଡନୀ ସିକ୍ସର୍ସ ସହ ଚୁକ୍ତି କରିଛନ୍ତି । ମହିଳା ବିଗ୍‌ବ୍ୟାସ୍‌ ଲିଗ୍‌କୁ ନେଇ ୪ ଭାରତୀୟ କ୍ରିକେଟର ଉତ୍ସାହିତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.