ପ୍ଲେୟର ଅଫ ଦ ମ୍ୟାଚ୍‌ ପୁରସ୍କାର ଝୁଲଣଙ୍କୁ ସମର୍ପିତ କଲେ ମାନ୍ଧାନା

author img

By

Published : Sep 20, 2022, 1:57 PM IST

ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ଝୁଲଣ ଗୋସ୍ବାମୀଙ୍କୁ ସମର୍ପିତ କଲେ ସ୍ମୃତି ମାନ୍ଧନା

ପ୍ରଥମେ ଦିନିକିଆରେ ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାରକୁ ଭେଟେରାନ ବୋଲର ଝୁଲଣ ଗୋସ୍ବାମୀଙ୍କୁ ସମର୍ପିତ କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ପ୍ରଥମେ ଦିନିକିଆରେ ଷ୍ଟାର ଭାରତୀୟ ବ୍ୟାଟର ସ୍ମୃତି ମାନ୍ଧାନା ନିଜର ଦମଦାର ପ୍ରଦର୍ଶନ ପାଇଁ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ତେବେ ସେ ତାଙ୍କର ସେହି ପୁରସ୍କାରକୁ ସେ ଭେଟେରାନ ବୋଲର ଝୁଲଣ ଗୋସ୍ବାମୀଙ୍କୁ ସମର୍ପିତ କରିଛନ୍ତି । ଇଂଲଣ୍ଡ ବିପକ୍ଷ ସିରିଜ ପରେ ଝୁଲଣ ଗୋସ୍ବାମୀଙ୍କ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ନେଇ ଘୋଷଣା କରିଛନ୍ତି ।

ଏହି ସିରିଜ ମଧ୍ୟ ଭେଟେରାନ ଦ୍ରୁତ ବୋଲର ଝୁଲଣଙ୍କୁ ସମର୍ପିତ କରାଯିବ ବୋଲି ସ୍ମୃତି କହିଛନ୍ତି । ମାନ୍ଧନା ଓ ଅଧିନାୟିକା ହରମନପ୍ରିତ କୌରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୪୪.୨ ଓଭରେ ୩ ୱିକେଟ ହରାଇ ୨୩୨ ରନ କରି ପ୍ରଥମ ଦିନିକିଆ ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଫଳରେ ୧-୦ ସିରିଜରେ ଆଗୁଆ ରହିଛି ଭାରତ ମହିଳା କ୍ରିକେଟ ଦଳ ।

ଦିନିକିଆ ମ୍ୟାଚ୍‌ ବିଜୟ ପରେ ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା କହିଥିଲେ "ଦିନିକିଆ ମ୍ୟାଚ୍‌ ମୋ ପାଇଁ ସ୍ବାଭାବିକ ଅଟେ । କାରଣ ମ୍ୟାଚ ଖେଳିବା ଏବଂ ବଲକୁ ଲକ୍ଷ୍ୟ କରି ବ୍ୟାଟିଂ କରିବା ମୋତେ ବହୁତ ଭଲ ଲାଗେ । ତେବେ ଦିନିକିଆ ମ୍ୟାଚରେ ଯଦି ମୁଁ ଅପରାଜିତ ରହିଥାନ୍ତି ତାହେଲେ ଆହୁରି ମଜା ଆସିଥାନ୍ତି । ଭାରତୀୟ କ୍ରିକଟ ଦର୍ଶକଙ୍କୁ ବହୁତ ଧନ୍ୟବାଦ କି ସେମାନେ ଉତ୍ସାହର ସହିତ ମ୍ୟାଚ ଦେଖିଥିଲେ । ମୋର ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ମୁଁ ଝୁଲଣ ଗୋସ୍ବାମୀ ଦିଦିଙ୍କୁ ସମର୍ପିତ କରୁଛି । ଏହାସହିତ ଏହି ସିରିଜ ତାଙ୍କୁ ତାଙ୍କ ଅବସରରେ ଦଳ ତରଫରୁ ସମର୍ପିତ କରାଯିବ । ପ୍ରଥମ ଦିନିକିଆରେ ଟସ ଜିତି ଅଧିନାୟକ ହରମନପ୍ରିତ କୌର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ।"

ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୨୭ ରନ କରିଥିଲା । ୨୨୮ ରନର ବିଜୟ ଲକ୍ଷ୍ୟ ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନାଙ୍କ ବ୍ୟାଟରୁ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥିଲା । ସେ ୯୯ ବଲରୁ ୧୦ ଟି ଚୌକା ଏବଂ ଗୋଟିଏ ଛକା ସହିତ ୯୧ ରନର ଇନିଂସ ଖେଳି କେଟ୍‌ କ୍ରୋସଙ୍କ ବୋଲରେ ଆଉଟ ହୋଇଥିଲେ । ପରେ ମଇଦାନକୁ ଓହ୍ଲାଇଥିଲେ ଅଧିନାୟିକା ହରମନପ୍ରିତ କୌର । ହରମନପ୍ରିତ କୌର ୯୪ ବଲରୁ ୭ ଟି ଚୌକା ଏବଂ ଗୋଟିଏ ଛକା ସହିତ ୭୪ରନ ସଂଗ୍ରହ କରି ଭାରତକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.