T-20 World Cup: ବିଶ୍ବକପ ଦଳରେ ଅକ୍ଷରଙ୍କ ବଦଳରେ ସାମିଲ ହେଲେ ଶାର୍ଦ୍ଦୁଲ

author img

By

Published : Oct 13, 2021, 6:09 PM IST

T-20 World Cup: ବିଶ୍ବକପ ଦଳରେ ଅକ୍ଷରଙ୍କ ବଦଳରେ ସାମିଲ ହେଲେ ଶାର୍ଦ୍ଦୁଲ

ଟି-୨୦ ବିଶ୍ବକପ୍‌ ଦଳରେ ଅଲ୍‌ରାଉଣ୍ଡର ଅକ୍ଷର ପଟେଲଙ୍କ ବଦଳରେ ସାମିଲ ହେଲେ ଶାର୍ଦ୍ଦୁଲ ଠାକୁର । ଟିମ୍‌ ମ୍ୟାନେଜମେଣ୍ଟ ସହ ବିସିସିଆଇର ଚୟନ କମିଟିର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ...

ମୁମ୍ବାଇ: ଟି-୨୦ ବିଶ୍ବକପ୍‌ ଦଳରେ ଅଲ୍‌ରାଉଣ୍ଡର ଅକ୍ଷର ପଟେଲଙ୍କ ବଦଳରେ ସାମିଲ ହେଲେ ଶାର୍ଦ୍ଦୁଲ ଠାକୁର । ଟିମ୍‌ ମ୍ୟାନେଜମେଣ୍ଟ ସହ ବିସିସିଆଇର ଚୟନ କମିଟିର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଅକ୍ଷର ପଟେଲଙ୍କୁ ଟିମ୍ ଇଣ୍ଡିଆରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖା ଯାଇଛି । ସେପଟେ ଶାର୍ଦ୍ଦୁଲଙ୍କୁ ଭାରତର ୧୫ ଜଣିଆ ଦଳରେ ସାମିଲ ହେବାକୁ କୁହାଯାଇଛି ।

ଆବେଶ ଖାନ, ଉମରାନ ମଲିକ, ହର୍ଷଲ ପଟେଲ, ଲୁକମାନ ମେରିୱାଲା, ଭେଙ୍କେଟେସ ଆୟର, କର୍ଣ୍ଣ ଶର୍ମା, ଶାହାବାଜ ଅହମ୍ମଦ ଓ କେ. ଗୌତମଙ୍କୁ ମଧ୍ୟ ଭାରତୀୟ ଟିମ୍‌ର ବାୟୋବବଲରେ ସାମିଲ ହେବାକୁ କୁହାଯାଇଛି । ଏହି ଖେଳାଳିଙ୍କୁ ଟିମ୍‌ରେ ନେଟ୍ କ୍ରିକେଟର ଭାବରେ ସାମିଲ କରାଯାଇଛି ।

ବର୍ତ୍ତମାନ ଶ୍ରୟସ ଆୟର, ଦୀପକ ଚହର, ଅକ୍ଷର ପଟେଲ ଭାରତୀୟ ଦଳରେ ଷ୍ଟାଣ୍ଡବାଇ କ୍ରିକେଟର ଭାବରେ ରହିବେ । ଅକ୍ଟୋବର ୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ଭାରତ ଟି-୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.