ତୃତୀୟ ଦିନିକିଆରେ ବିଜୟୀ ଭାରତ, ଭାଙ୍ଗିଲା ଅଷ୍ଟ୍ରେଲିଆର ଅପରାଜେୟ ରେକର୍ଡ

author img

By

Published : Sep 26, 2021, 4:33 PM IST

Shafali, Yastika and Sneh shine as India end Australia's unbeaten 26-match run in ODIs

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିଆରେ ଭାରତୀୟ ମହିଳା କ୍ରିକେଟ ଟିମ ଦମଦାର ବିଜୟ । ଅଧିକ ପଢନ୍ତୁ...

ମାକେ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିଆରେ ଭାରତୀୟ ମହିଳା କ୍ରିକେଟ ଟିମ ଦମଦାର ବିଜୟ । ୟାସ୍ତିକା ଭାଟିଆ, ଶେଫାଳି ବର୍ମା ଓ ସ୍ନେହାଙ୍କ ଦମଦାର ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍‌କୁ ୨ ୱିକେଟରେ ଜିତିନେଇଛି ଭାରତ । ଏହି ବିଜୟ ସହ ଅଷ୍ଟ୍ରେଲିଆର ୨୬ ଦିନିକିଆ ମ୍ୟାଚ୍‌ରେ ଅପରାଜେୟ ରେକର୍ଡ ଭଙ୍ଗ କରିଛ ଟିମ ଇଣ୍ଡିଆ । ତେବେ ଘରୋଇ ଅଷ୍ଟ୍ରେଲିଆ ୨-୧ରେ ସିରିଜ ବିଜୟୀ ଜିତିନେଇଛି ।

୨୬୫ ରନ୍‌କୁ ପିଛା କରିଥିବା ଭାରତ ପକ୍ଷରୁ ବିଜୟର ମୂଳଦୂଆ ପକାଇଥିଲେ ଦୁଇ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା । ଉଭୟ ମିଶି ପ୍ରଥମ ୱିକେଟ ଯୋଡିରେ ୫୯ ରନ୍‌ ସଂଗ୍ରହ କରିଥିଲେ । ମାତ୍ର ଏହି ଭାଗିଦାରୀ ଅଧିକ ଆଗେଇ ପାରିନଥିଲା । ମ୍ୟାଚ୍‌ର ଏକାଦଶତମ ଓଭରରେ ଆସଲେ ଗାର୍ଡନର, ୨୨ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ମାନ୍ଧାନାଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ଭେଟି ଦେଇଥିଲେ । ଏହାପରେ ଶେଫାଳିଙ୍କ ସହ ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିଲେ ୟାସ୍ତିକା ଭାଟିଆ । ଉଭୟ ମିଶି ଭାରତୀୟ ଇଂନିସକୁ ଆଗକୁ ବଢାଇଥିଲେ । ୨୮ତମ ଓଭର ସୁଦ୍ଧା ୧୫୩/୧ ରନ୍‌ ସହ ଭଲ ସ୍ଥିତିରେ ରହିଥିଲା ଭାରତ । ଦ୍ବିତୀୟ ୱିକେଟ ଯୋଡିରେ ଶେଫାଳି ଓ ୟାସ୍ତିକା ୧୦୧ ରନ୍‌ର ଶତକୀୟ ଭାଗିଦାରୀ କରିଥିଲେ ।

ମାତ୍ର ଶେଫାଳି ବର୍ମା ୫୬ ରନର୍‌ ଅର୍ଦ୍ଧଶତକୀୟ ଇଂନିସ ଖେଳି ପାଭିଲିୟନ ଫେରିଥିଲେ । ପରେ ରିଚା ଘୋଷ (୦), ଭାଟିଆ(୬୪) ଆଉଟ୍‌ ହେବାପରେ ଭାରତର ସ୍କୋର ୧୮୦/୪ ହୋଇଯାଇଥିଲା । ବିଜୟ ପାଇଁ ଶେଷ ୯୬ ବଲ୍‌ରୁ ୮୫ ରନ୍‌ ଆବଶ୍ୟକ କରୁଥିଲା ଭ୍ରମଣକାରୀ ଭାରତ । ମିତାଲି ରାଜ (୧୬) ଓ ପୂଜା ବସ୍ତ୍ରକର(୩) ମଧ୍ୟ ଶୀଘ୍ର ୱିକେଟ ହରାଇଥିଲେ । ପରେ ଭାରତର ବିଜୟ ଆଶା ଦିପ୍ତୀ ଶର୍ମା ଓ ସ୍ନେହା ରାଣାଙ୍କ ଉପରେ ନିର୍ଭର କରିଥିଲା । ଦିପ୍ତୀ ୩୧ ରନ୍‌ର ଇଂନିସ ଖେଳି ଆଉଟ୍‌ ହେବାପରେ ସ୍ନେହ ମୋର୍ଚ୍ଚା ସମ୍ଭାଳିଥିଲେ । ଝୁଲଣ ଗୋସ୍ବାମୀଙ୍କ ସହ ମିଶି ଶେଷ ଓଭରରେ ଭାରତକୁ ବିଜୟୀ କରାଇଥିଲେ ।

ପୂର୍ବରୁ ଆସଲେ ଗାର୍ଡନରଙ୍କ ୬୭ ଓ ବେଥ ମୁନିଙ୍କ ୫୨ ରନର୍‌ ଅର୍ଦ୍ଧଶତକୀୟ ଇଂନିସ ବଳରେ ଅଷ୍ଟ୍ରେଲିଆ ୨୬୪/୯ ରନ୍‌ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.