SA vs IND 3rd Test: ବ୍ୟାଟିଂ ବିଫଳତା ସିରିଜ ପରାଜୟର କାରଣ କହିଲେ Kohli

author img

By

Published : Jan 14, 2022, 8:01 PM IST

SA v IND, 3rd Test: The batting has let us down, rues Kohli after series loss

ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଥର ଟେଷ୍ଟ ସିରିଜ ବିଜୟର ସୁବର୍ଣ୍ଣ ସୁଯୋଗ ହାତଛଡା କରିବା ପରେ ସାମ୍ବାଦିକ ସମ୍ମିଳନୀରେ ବିଫଳତାକୁ ପରାଜୟର କାରଣ ଦର୍ଶାଇଲେ ଭାରତୀୟ ଟେଷ୍ଟ କ୍ୟାପଟେନ ବିରାଟ କୋହଲି । ଅଧିକ ପଢନ୍ତୁ

କେପ୍‌ ଟାଉନ: ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଥର ଟେଷ୍ଟ ସିରିଜ ବିଜୟର ସୁବର୍ଣ୍ଣ ସୁଯୋଗ ହାତଛଡା କରିସାରିଛି ଟିମ ଇଣ୍ଡିଆ । ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରଥମ ଟେଷ୍ଟରେ ବିଜୟ ସହ ୧-୦ରେ ଆଗୁଆ ଥିଲା ଭାରତ । ମାତ୍ର ପରବର୍ତ୍ତୀ ଦୁଇଟି ଟେଷ୍ଟରେ ଜବରଦସ୍ତ ବିଜୟ ସହ ସିରିଜ ଛଡାଇନେଇଛି ଦକ୍ଷିଣ ଆଫ୍ରିକା । ମ୍ୟାଚ୍‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଟେଷ୍ଟ କ୍ୟାପଟେନ ବିରାଟ କୋହଲି, ବ୍ୟାଟିଂ ବିଫଳତାକୁ ପରାଜୟର କାରଣ ଦର୍ଶାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: IND vs SA: ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା, ଭାରତର ସ୍ବପ୍ନ ଧୁଳିସାତ୍‌

କୋହଲି କହିଛନ୍ତି, "ବିଫଳ ହେବା ସତ୍ତ୍ବେ ସିନିୟର ବ୍ୟାଟ୍‌ର ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ଲଗାତାର ସୁଯୋଗ ଦେଉଛି ଟିମ । ବ୍ୟାଟିଂ ଆମକୁ ପଛରେ ପକାଇଦେଇଥିଲା । ଏହାକୁ ସ୍ବୀକାର କରିବାରେ ଅସୁବିଧା ନାହିଁ । ମୁଁ ଏଠାରେ ବସି ଭବିଷ୍ୟତରେ କ'ଣ ଘଟିବ କହିପାରିବି ନାହିଁ । ଏହା ମୋର କାମ ନୁହେଁ । ଏହା ଚୟନକର୍ତ୍ତାଙ୍କ କାମ । ଚେତେଶ୍ବର ଓ ରାହାଣେଙ୍କୁ ଆମେ ସୁଯୋଗ ଦେବା ଜାରି ରଖିବୁ ବିଶ୍ବର ସବୁ ସ୍ଥାନରେ ଭଲ ପ୍ରଦର୍ଶନ କରିଥିବା ଟିମର ଏହି ପରାଜୟକୁ ଗ୍ରହଣ କରିବା କଷ୍ଟକର । "

ପରେ ଡିନ ଏଲଗାରଙ୍କ LBW ବିବାଦ ନେଇ କୋହଲିଙ୍କୁ ପ୍ରଶ୍ନ କରାଯାଇଥିଲା । ମାତ୍ର ଏହାକୁ ସେ ଏଡାଇ ଯାଇଥିଲେ । କୌଣସି ବିବାଦ ତିଆରି କରିବାକୁ ଇଚ୍ଛା ନାହିଁ । ଏହା ଘଟିଥାଏ, ଏହାକୁ ଭୁଲି ଆଗକୁ ବଢିବାକୁ ହୁଏ ବୋଲି ସେ କହିଥିଲେ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.