ମ୍ୟାଚ ହାରିବାର କାରଣ କହିଲେ ଅଧିନାୟକ ରୋହିତ ଶର୍ମା

author img

By

Published : Dec 4, 2022, 10:36 PM IST

ମ୍ୟାଚ ହାରିବାର କାରଣ କହିଲେ ଅଧିନାୟକ

ମ୍ୟାଚ ହାରିବାର କାରଣ କହିଲେ ଅଧିନାୟକ ରୋହିତ ଶର୍ମା । ବାଂଲାଦେଶ ବିପକ୍ଷରେ ପରାଜୟକୁ ସ୍ବୀକାର କରି ଅଧିନାୟକ ରୋହିତ ଶର୍ମା କହିଛନ୍ତି ଦଳର ବୋଲିଂ ବିଫଳତା ପାଇଁ ଆଜି ମ୍ୟାଚର ଏପରି ଫଳାଫଳ ରହିଲା । ଅଧିକ ପଢନ୍ତୁ

ମୀରପୁର : ମ୍ୟାଚ ହାରିବାର କାରଣ କହିଲେ ଅଧିନାୟକ ରୋହିତ ଶର୍ମା । ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ 1 ୱିକେଟରେ ପରାସ୍ତ ହୋଇଛି ମେନ୍ ଇନ୍ ବ୍ଲୁ । ତେବେ ପରାଜୟକୁ ସ୍ବୀକାର କରି ଅଧିନାୟକ ରୋହିତ ଶର୍ମା କହିଛନ୍ତି ଦଳର ବୋଲିଂ ବିଫଳତା ପାଇଁ ଆଜି ମ୍ୟାଚର ଏପରି ଫଳାଫଳ ରହିଲା । ମ୍ୟାଚ ପରେ ପ୍ରେଜେଣ୍ଟେସନ ସେରିମନୀରେ ରୋହିତ ଶର୍ମା କୌଣସି ବାହାନା ନ ଦେଖାଇ ସିଧା ସିଧା କହିଥିଲେ ବାଂଲାଦେଶ ସ୍ପିନର ଓ ନିଜ ଦଳର ବୋଲିଂ ବିଫଳତା କାରଣରୁ ଆଜି (ରବିବାର) ଖେଳାଯାଇଥିବା ମ୍ୟାଚରେ ପରାଜୟର ସ୍ବାଦ ଚାଖିବାକୁ ପଡିଛି ।

ମ୍ୟାଚ ବାବଦରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, " ପିଚ୍ ଅଳ୍ପ ବହୁତ ଆହ୍ବାନପୂର୍ଣ୍ଣ ରହିଥିଲା । ବଲ ଅପେକ୍ଷାକୃତ ଅଧିକ ଟର୍ଣ୍ଣ ହେଉଥିଲା । ଦେଖିବାକୁ ପଡୁଥିଲା କି କେମିତି ଖେଳାଯିବ । ଏନେଇ କୌଣସି ବାହାନା କରିବା ଦରକାର ନାହିଁ । ଆମ ଦଳ ଅପେକ୍ଷା ବିପକ୍ଷ ଦଳର ସ୍ପିନର ଆଜି ଆଧିପତ୍ୟ ବିସ୍ତାର କରିଥିଲେ । ଆମେ ଆଜି ବୋଲିଂରେ ବିଫଳ ରହିଥିଲୁ । ଆମକୁ ଏହା ଦେଖିବାକୁ ପଡିବ ଯେ ଏଭଳି ପରିସ୍ଥିତିରେ ବିପକ୍ଷ ଦଳର ସ୍ପିନର ବୋଲିଂରେ କିଭଳି ବ୍ୟାଟିଂ କରାଯାଇ ପାରିବ । କିନ୍ତୁ ଆଜି ଆମେ ଭଲ ବ୍ୟାଟିଂ ମଧ୍ୟ କରିନଥିଲୁ । କିନ୍ତୁ ଭାରତୀୟ ବୋଲର ଶେଷ ପର୍ଯ୍ୟନ୍ତ ବିପକ୍ଷ ଦଳ ଉପରେ ଚାପ ପକାଇଥିଲେ । ହେଲେ ବାଂଲାଦେଶ ସପକ୍ଷରେ ମ୍ୟାଚର ଫଳାଫଳ ରହିଥିଲା । "

ଗୋଟିଏ ୱିକେଟ ଭାରତକୁ ପରାସ୍ତ କରିଛି ବାଂଲାଦେଶ । ଧୀମା ବ୍ୟାଟିଂ ପରେ ମହଙ୍ଗା ବୋଲିଂ କରିଥିଲା ଟିମ୍ ଇଣ୍ଡିଆ । ଯାହା ଫଳରେ ପ୍ରଥମ ଦିନିକିଆରେ ବାଂଲାଦେଶଠାରୁ ଲଜ୍ଜାଜନକ ପରାଜୟବରଣ କରିଛି ମେନ୍ ଇନ୍ ବ୍ଲୁ । ଭାରତ ପ୍ରଥମେ ବ୍ୟାଟିଂ କରି ୪୧.୨ ଓଭରରେ ୧୮୬ ରନ କରି ଅଲ ଆଉଟ ହୋଇଥିଲା । ଏହାର ଜବାବରେ ବାଂଲାଦେଶ ୪୬ ଓଭରରେ ୯ ୱିକେଟ ହରାଇ ଟାର୍ଗେଟ ହାସଲ କରିନେଇଥିଲା ।

ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା । ପ୍ରାରମ୍ଭରୁ ଓପନିଂ ଯୋଡି ଫେଲ୍ ମାରିଥିଲା । ବାଂଲାଦେଶ ବୋଲରଙ୍କ ରଣନୀତି ଆଗରେ ଧରାଶାୟୀ ହୋଇଥିଲା ଟିମ୍ ଇଣ୍ଡିଆ ବ୍ୟାଟିଂ ଲାଇନ ଅପ୍ । ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୮୬ ରନ୍ କରିବାରେ ସକ୍ଷମ ହୋଇପାରିଥିଲା । ସେ ୭୦ ବଲରୁ ୫ ଟି ଚୌକା ଓ ୪ ଟି ଛକା ସହିତ ୭୩ ରନ୍ ଇନିଂସ ଖେଳିଥିଲେ । ଅଧିନାୟକ ରୋହିତ ଶର୍ମା ୨୭ ରନ, ଶ୍ରେୟାସ ଆୟାର ୨୪ ରନ, ୱାସିଙ୍ଗଟନ ସୁନ୍ଦର ୧୯ ରନ କରିଥିଲେ । ଏହି ଚାରି ଜଣଙ୍କୁ ଛାଡିଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରି ପାରିନାହାଁନ୍ତି । ସେପଟେ ବାଂଲାଦେଶର ସାକିବ ଅଲ ହାସନ ୧୦ ଓଭର ବୋଲିଂ କରି ୩୬ ରନ ବ୍ୟୟରେ ସର୍ବାଧିକ ୫ ଟି ୱିକେଟ ନେଇଥିଲେ । ସେହିପରି ଏବାଦତ ହୋସେନ୍ ୪ ଟି ୱିକେଟ ନେଇଥିବା ବେଳେ ହାସନ ମିରାଜ ଗୋଟିଏ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.