ସ୍ଲୋ ଓଭର ରେଟ୍ ପାଇଁ ବଡ ତଣ୍ଡ ଗଣିବେ ରୋହିତ

author img

By

Published : Dec 5, 2022, 10:53 PM IST

ସ୍ଲୋ ଓଭର ରେଟ୍ ପାଇଁ ତଣ୍ଡ ଗଣିବେ ରୋହିତ

ମୀରପୁରରେ ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ସ୍ଲୋ ଓଭର ରେଟ୍ ପାଇଁ ରୋହିତଙ୍କ ନାମରେ ଜୋରିମାନା ଜାରି କରାଯାଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ଜାରି ହୋଇଛି ଜୋରିମାନା । ମୀରପୁରରେ ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ସ୍ଲୋ ଓଭର ରେଟ୍ ପାଇଁ ରୋହିତଙ୍କ ନାମରେ ଜୋରିମାନା ଜାରି କରାଯାଇଛି । ଏନେଇ ସେ ତାଙ୍କ ମ୍ୟାଚ୍ ଫିରୁ ୮୦ ପ୍ରତିଶତ ତଣ୍ଡ ଗଣିବେ ।

ରବିବାର ତଥା ଡିସେମ୍ବର ୪ ତାରିଖରେ ମୀରପୁରରେ ଭାରତ ବନାମ ବାଂଲାଦେଶ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ବାଂଲାଦେଶ ୧ ୱିକେଟରେ ବିଜୟୀ ହୋଇଥିଲା । ମ୍ୟାଚର ରେଫରୀର ଏମିରେଟସ ଆଇସିସିଲ ଏଲିଟ ପେନାଲର ରଞ୍ଜନ ମଦୁଗଲେ ଏନେଇ ଏକ ମଞ୍ଜୁରୀ ଦେଇଛନ୍ତି । କ୍ରିକେଟର ଏବଂ କର୍ମଚାରୀଙ୍କ ପାଇଁ ଆଇସିସିର ଆଚାର ସଂହିତାରେ ଥିବା ଅନୁଚ୍ଛେଦ ୨.୨୨ ଅନୁସାରେ ସ୍ଲୋ ଓଭର ରେଟ୍ ଅପରାଧ ସହିତ ସମାନ ଅଟେ । ଏନେଇ କ୍ରିକେଟରଙ୍କ ଉପରେ ପ୍ରତ୍ୟେକ ଓଭର ପାଇଁ ତାଙ୍କ ମ୍ୟାଚ ଫିର ୨୦ ପ୍ରତିଶତ ତଣ୍ଡ ଗଣିବାକୁ ପଡିଥାଏ ।

ତେବେ ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ସ୍ଲୋ ଓଭର ରେଟ୍ ପାଇଁ ରୋହିତ ଶର୍ମାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ମଇଦାନରେ ଥିବା ଅମ୍ପାୟର ମାଇକଲ ଗଫ ଓ ତନୱିର ଅହମ୍ମଦ, ତୃତୀୟ ଅମ୍ପାୟର ଶରଫୁଦ୍ଦୌଲା ଇବ୍ନେ ଶାହିଦ ଏବଂ ଚତୁର୍ଥ ଅମ୍ପାୟ ଗାଜି ସୋହେଲେ ସ୍ଲୋ ଓଭର ରେଟିଂର ଅଭିଯୋଗ ଆଣିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.