ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ହିଟ୍ମ୍ୟାନ, କହିଲେ ବର୍ତ୍ତମାନର ଫର୍ମକୁ ନେଇ ଖୁସି ଅଛି

ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ହିଟ୍ମ୍ୟାନ, କହିଲେ ବର୍ତ୍ତମାନର ଫର୍ମକୁ ନେଇ ଖୁସି ଅଛି
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୫୧ ରନର ପାଳି ଖେଳିଥିଲେ । ଏହାପରେ ଭାରତୀୟ ଅଧିନାୟକଙ୍କ ବହୁ ଦିନରୁ ଚାଲିଥିବା ଖରାପ ଫର୍ମ ଓ ୩ ବର୍ଷରେ କୌଣସି ଶତକ ହାସଲ କରିପାରୁନଥିବା ନେଇ ପ୍ରଶ୍ନ ଉଠିଥିଲା । ତେବେ ରୋହିତ ଶର୍ମା ନିଜର ପ୍ରତିକ୍ରିୟାରେ ବର୍ତ୍ତମାନର ଫର୍ମକୁ ନେଇ ଖୁସି ଥିବା କହିଛନ୍ତି । ଅଧିକ ପଢ଼ନ୍ତୁ
ହାଇଦ୍ରାବାଦ: ରାୟପୁରରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ୮ ୱିକେଟ୍ରେ ହରାଇ ସିରିଜ କବ୍ଜା କରିଛି ଘରୋଇ ଭାରତ । ୧୦୯ ରନ ବିଜୟ ଲକ୍ଷରେ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ୫୧ ରନର ପାଳି ଖେଳିଥିଲେ । ମ୍ୟାଚ୍ ପରେ କିନ୍ତୁ ଭାରତୀୟ ଅଧିନାୟକଙ୍କ ବହୁ ଦିନରୁ ଚାଲିଥିବା ଖରାପ ଫର୍ମ ଓ ୩ ବର୍ଷରେ କୌଣସି ଶତକ ହାସଲ କରିପାରୁନଥିବା ନେଇ ପ୍ରଶ୍ନ ଉଠିଥିଲା । ତେବେ ଏନେଇ ରୋହିତ ଶର୍ମା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ବର୍ତ୍ତମାନର ଫର୍ମକୁ ନେଇ ଖୁସି ଥିବା କହିଛନ୍ତି ।
ବିରାଟ କୋହଲିଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଦାୟିତ୍ବରେ ଥିବା ରୋହିତ ଶର୍ମା ଦିନିକିଆରେ ୧୯ ଜାନୁଆରି ୨୦୨୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଶେଷ ଶତକ ହାସଲ କରିଥିଲେ । ଏହା ପରଠାରୁ ହିଟ୍ମ୍ୟାନ ଲୟରେ ନଜର ଆସୁନାହାନ୍ତି । ତେବେ ସେ ବହୁ ଦିନରୁ ଶତକ ହାସଲ କରିପାରୁନଥିବା ନେଇ କହିଛନ୍ତି ଯେ, ସେ ନିଜ ଖେଳ ବଦଳାଇବାକୁ ଚେଷ୍ଟା ଜାରି ରଖିଛନ୍ତି ଓ ପ୍ରଥମରୁ ହିଁ ପ୍ରତିପକ୍ଷ ବୋଲରଙ୍କ ଉପରେ ଚାପ ପକାଉଛନ୍ତି । କାରଣ ବିପକ୍ଷ ଦଳ ଉପରେ ଚାପ ସୃଷ୍ଟି କରିବା ନିହାତି ଆବଶ୍ୟକ ।
-
Captain @ImRo45 provided the perfect start to the chase with a fifty and was #TeamIndia's 🔝 performer from the second innings 👌👌
— BCCI (@BCCI) January 21, 2023
A look at his batting summary ✅ #INDvNZ
Scorecard ▶️ https://t.co/tdhWDoSwrZ @mastercardindia pic.twitter.com/5GYyjhV3tp
ରୋହିତ ଶର୍ମା କହିଛନ୍ତି, "ମୁଁ ଜାଣିଛି ଯେ ଦୀର୍ଘ ଦିନରୁ ମୁଁ ବଡ଼ ସ୍କୋର କରିପାରିନି । କିନ୍ତୁ ଏନେଇ ମୁଁ ଚିନ୍ତିତ ନୁହେଁ । ମୁଁ ନିଜ ବ୍ୟାଟିଂକୁ ନେଇ ସନ୍ତୁଷ୍ଟ ଅଛି ଓ ନିଜର ପ୍ରଦର୍ଶନରେ ମଧ୍ୟ ଖୁସି ଅଛି । ଏବେ ଖୁବଶୀଘ୍ର ବଡ଼ ସ୍କୋର ମଧ୍ୟ କରିବି ।" ଅନ୍ୟପକ୍ଷରେ ଭାରତୀୟ ଦଳ ମଧ୍ୟ ଅଧିନାୟକଙ୍କ ଫର୍ମକୁ ଅପେକ୍ଷା କରିଛନ୍ତି । ବିଶ୍ବ କ୍ରିକେଟ୍ରେ ହିଟ୍ମ୍ୟାନ ଭାବେ ଜଣାଶୁଣା ରୋହିତ ଶର୍ମା ଦିନିକିଆରେ ୧୦ ହଜାର ରନ ପୂରଣ କରିବାର ମଧ୍ୟ ଖୁବ ନିକଟତର ।
-
Rohit Sharma as a captain in ODI:
— Johns. (@CricCrazyJohns) January 21, 2023
Innings - 23
Runs - 1019
Average - 56.61
Strike Rate - 101.79 pic.twitter.com/VYQzvbj8os
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
