PREVIEW: ମାଞ୍ଚେଷ୍ଟରରେ ଐତିହାସିକ ସିରିଜ ବିଜୟ ଲକ୍ଷ୍ୟରେ ଭାରତ

author img

By

Published : Sep 9, 2021, 8:32 PM IST

PREVIEW: Bumrah's workload, Rahane's form big concerns as Kohli's India eye history in Final test

୨-୧ରେ ଆଗୁଆ ଥିବା ବିରାଟ ବାହିନୀ ଏହି ଟେଷ୍ଟ ବିଜୟ କିମ୍ବା ଡ୍ର ସହ ଇଂଲଣ୍ଡ ମାଟିରେ ଐତିହାସିକ ସିରିଜ ବିଜୟ ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ...

ମାଞ୍ଚେଷ୍ଟର: ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ଟେଷ୍ଟ ମାଞ୍ଚେଷ୍ଟରରେ ଖେଳାଯିବ । ୨-୧ରେ ଆଗୁଆ ଥିବା ବିରାଟ ବାହିନୀ ଏହି ଟେଷ୍ଟ ବିଜୟ କିମ୍ବା ଡ୍ର ସହ ଇଂଲଣ୍ଡ ମାଟିରେ ଐତିହାସିକ ସିରିଜ ବିଜୟ ଲକ୍ଷ୍ୟରେ ରହିଛି । ଏହି ମ୍ୟାଚ୍‌ରେ ସିନିୟର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ସଙ୍କଟରେ ରାହାଣେଙ୍କ ଅନ୍ତର୍ଜାତୀୟ କ୍ୟାରିୟର । ଶେଷ ୭ଟି ଇଂନିସରେ ୬ଥର ବିଫଳ ହୋଇସାରିଛନ୍ତି ରାହାଣେ । ଚଳିତ ସିରିଜରେ ରାହାଣେଙ୍କ ପ୍ରଦର୍ଶନ ଚିନ୍ତାଜନକ ଥିବାବେଳେ ମାଞ୍ଚେଷ୍ଟରରେ ଆଉ ଏକ ବଡ ସୁଯୋଗ ମିଳିବା ସମ୍ଭାବନା ରହିଛି । ଅନ୍ୟପଟେ ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ବିଶ୍ରାମ ମିଳିବା ସମ୍ଭାବନା ମଧ୍ୟ ରହିଛି ।

ଗତ ଗୋଟିଏ ମାସରେ ୧୫୧ ଓଭର ବୋଲିଂ କରିସାରିଛନ୍ତି ବୁମରା । ଏହାମଧ୍ୟରେ ଓଭାଲ ଟେଷ୍ଟର ଚତୁର୍ଥ ଦିନରେ ୨୨ ଗୁରୁତ୍ବପୂର୍ଣ୍ଣ ଓଭର ବୋଲିଂ କରିଛନ୍ତି ।

ମହମ୍ମଦ ସାମି ଫିଟ୍‌ ଘୋଷିତ ହୋଇସାରିଥିବାରୁ ଚୂଡାନ୍ତ ଏକାଦଶକୁ ଫେରିବା ସମ୍ଭାବନା ଅଧିକ । COVIDରେ ଆକ୍ରାନ୍ତ ଯୋଗୁଁ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ୍‌ ଭରତ ଅରୁଣଙ୍କ ଅନୁପସ୍ଥିତିରେ କୋହଲିଙ୍କୁ ଚୂଡାନ୍ତ ଏକାଦଶ ଚୟନ କରିବାକୁ ହେବ । ବୋଲିଂ ଅନୁକୂଳ ପିଚ୍‌ ମାଞ୍ଚେଷ୍ଟର ହୋଇଥିବାରୁ ଗତ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଉମେଶ ଯାଦବ ଓ ଶାର୍ଦ୍ଦୁଳ ଠାକୁର ବେଞ୍ଚ୍‌ରେ ବସିବା ସମ୍ଭାବନା କମ୍‌ । ଟି୨୦ ବିଶ୍ବକପ ନିକଟରେ ଥିବାରୁ ଟିମ ମ୍ୟାନେଜମେଣ୍ଟ ବୁମରାଙ୍କୁ ବିଶ୍ରାମ ଦେବାକୁ ବିଚାରକଲେ ମହମ୍ମଦ ସିରାଜ ତାଙ୍କ ସ୍ଥାନ ନେଇପାରନ୍ତି ।

ଅନ୍ୟପଟେ ଇଂଲଣ୍ଡ ଟିମର ପ୍ରଥମ ଓ ଏକମାତ୍ର ଭରସା କ୍ୟାପଟେନ ଜୋ ରୁଟ ରହିଛନ୍ତି । କାରଣ ରୁଟ୍‌ ଏକାକୀ ସିରିଜରେ ୬୦୦ରୁ ଅଧିକ ରନ୍‌ ସଂଗ୍ରହ କରିସାରିଛନ୍ତି । ବଟଲର ଟିମକୁ ଫେରିବା ପରେ ବେୟାରଷ୍ଟୋଙ୍କୁ ବେଞ୍ଚ୍‌ରେ ବସିବାକୁ ପଡିପାରେ । ଆଣ୍ଡରସନ ଓ କ୍ରେଗ ଓଭରଟନଙ୍କୁ ବିଶ୍ରାମ ମିଳିବା ସମ୍ଭାବନା ଅଧିକ ଥିବାରୁ ମାର୍କ ଉଡ୍‌ ଓ କ୍ରିସ ୱର୍କ୍ସ ବୋଲିଂ ଭାର ସମ୍ଭାଳିପାରନ୍ତି ।

ଭାରତ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଚେତେଶ୍ବର ପୂଜାରା, ମୟଙ୍କ ଅଗ୍ରୱାଲ, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ(ୱିକେଟ କିପର), ଆର ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଜଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, କେଏଲ ରାହୁଲ, ରିଦ୍ଧମାନ ଶାହା, ଅଭିମନ୍ୟୁ ଏଶରନ, ପୃଥ୍ବୀ ଶ, ସୂର୍ଯ୍ୟକୁମାର ଯାଦବ, ଶାର୍ଦ୍ଦୁଳ ଠାକୁର ।

ଇଂଲଣ୍ଡ: ରରି ବର୍ଣ୍ଣସ, ହସିବ ହମିଦ, ମୋଇନ ଅଲୀ, ଜନ୍ନି ବେୟାରଷ୍ଟୋ, ଜୋ ରୁଟ୍‌, ଜସ ବଟଲର, ଡାନ ଲରେନ୍ସ, ଓଲି ରବିନସନ, ସାମ କରନ, ମାର୍କ ଉଡ୍‌, ଜେମ୍ସ ଆଣ୍ଡରସନ, ଜାକ ଲିଚ୍‌, ଓଲି ପୋପ, ଡେୱିଡ ମାଲନ, କ୍ରେଗ ଓଭରଟନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.