ଭାରତ ନଆସୁ କିନ୍ତୁ ପାକିସ୍ତାନ ବାହାରେ ହେବନି ଏସିଆ କପ୍‌: ରମିଜ ରାଜା

author img

By

Published : Dec 3, 2022, 3:44 PM IST

ପାକିସ୍ତାନରେ ଆୟୋଜନ ନହେଲେ ଖେଳିବୁନି ଏସିଆ କପ୍‌: ରମିଜ ରାଜା

ଏସିଆ କପ୍‌କୁ (Asia Cup 2023) ନେଇ ପିସିବି ଅଧ୍ୟକ୍ଷ ରମିଜ ରାଜାଙ୍କର (Pakistan Cricket Board President Rameez Raja) ବଡ଼ ବୟାନ । ପାକିସ୍ତାନ ବାହାରେ ଏସିଆ କପ୍‌ର ଆୟୋଜନ ହେଲେ ଏହି ଟୁର୍ଣ୍ଣାମେଣ୍ଟରୁ ବାହାରିଯିବ ପାକିସ୍ତାନ କହିଲେ ରମିଜ ରାଜା । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଏସିଆ କପ୍‌କୁ (Asia Cup 2023) ନେଇ ପିସିବି ଅଧ୍ୟକ୍ଷ ରମିଜ ରାଜାଙ୍କର (Pakistan Cricket Board President Rameez Raja) ବଡ଼ ବୟାନ । ଏସିସି (Asian Cricket Council) ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଏସିଆ କପ୍‌ କରିବାକୁ ନିଷ୍ପତ୍ତି ନେଲେ ଏସିଆ କପ୍‌ ଖେଳିବନି ପାକିସ୍ତାନ କହିଲେ ରମିଜ୍‌ ।

ପୂର୍ବରୁ ଏସିସି ଅଧ୍ୟକ୍ଷ ତଥା ବିସିସିଆଇ ସଚିବ ଜୟ ଶାହ (BCCI Secretary Jay Shah) କହିଥିଲେ ଭାରତୀୟ କ୍ରିକେଟ ଦଳ ଦିନିକିଆ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଯିବନାହିଁ । ଏହାପରେ ପିସିବି (PCB) ମଧ୍ୟ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟରୁ ବାହାରିଯିବା ପାଇଁ ଚେତାବନୀ ଦେଇଥିଲା । ତେବେ ବର୍ତ୍ତମାନ PCB ମୁଖ୍ୟ ରମିଜ ରାଜା କହିଛନ୍ତି, "ଯଦି ଭାରତ ପାକିସ୍ତାନ ଆସିବାକୁ ଚାହୁଁନାହିଁ, ତେବେ ଆମ ପାଖରେ ବିକଳ୍ପ ହେଉଛି ଆମେ ଏସିଆ କପ୍‌ ଖେଳିବୁ ନାହିଁ ।" ଭାରତୀୟ କ୍ରିକେଟ ଦଳ ଶେଷଥର ପାଇଁ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ୨୦୦୮ରେ ପାକିସ୍ତାନ ଯାଇଥିଲା ।

ପିସିବି ମୁଖ୍ୟ ରମିଜ ରାଜା ଏହା ପୂର୍ବରୁ ମଧ୍ୟ କହିଥିଲେ ଯେ, ଯଦି ଭାରତ କୌଣସି ପରିସ୍ଥିତିରେ ପାକିସ୍ତାନ ଗସ୍ତରୁ ନିବୃତ ରୁହେ, ତେବେ ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ବକପରେ ଭାଗ ନେବାପାଇଁ ପାକିସ୍ତାନ ଭାରତ ଗସ୍ତ କରିବ ନାହିଁ । ବିଶ୍ବର ସବୁ ବଡ଼ ବଡ଼ କ୍ରିକେଟ ଦଳ ଖେଳିବା ପାଇଁ ପାକିସ୍ତାନ ଗସ୍ତରେ ଆସୁଛନ୍ତି ଏବଂ ସେମାନଙ୍କୁ ସୁରକ୍ଷା ମଧ୍ୟ ଦିଆଯାଉଛି ।

ତେଣୁ ଭାରତ ପାକିସ୍ତାନ ନଆସିବାର ସେଭଳି କୌଣସି କାରଣ ନାହିଁ କହିଥିଲେ ରମିଜ ରାଜା । ସେ କହିଥିଲେ, "ମୁଁ ଜାଣିନାହିଁ ଭାରତୀୟ ଦଳ ପାକିସ୍ତାନ ଆସିବ କି ନାହିଁ । କିନ୍ତୁ ଏସିଆ କପ ଆୟୋଜନର ଅଧିକାର ଆମକୁ ମିଳିଥିବାରୁ ଆମେ ଚାହୁଁନୁ ଏହା କୌଣସି ପରିସ୍ଥିତିରେ ପାକିସ୍ତାନ ବାହାରେ ହେଉ । ଯଦି ଏପରି ହୁଏ, ତେବେ ଆମେ ଏହି ଆୟୋଜନରୁ ସମ୍ପୂର୍ଣ୍ଣ ଭାବେ ବାହାରିଯିବାକୁ ନେଇ ବିଚାର କରିବୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.