ICCର ଉପହାର; ୨୦୨୫ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବ ପାକିସ୍ତାନ, ଭାରତରେ ୩ଟି ଇଭେଣ୍ଟ

author img

By

Published : Nov 16, 2021, 6:05 PM IST

Pakistan to host 2025 Champions Trophy

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ 2024 ଠାରୁ 2031 ପର୍ଯ୍ୟନ୍ତ ସୀମିତ ଓଭର କ୍ରିକେଟର ୮ଟି ବଡ ଟୁର୍ଣ୍ଣାମେଣ୍ଟର ସୂଚୀ ଓ ଆୟୋଜକ ଦେଶର ନାମ ଘୋଷଣା କରିଛି । ଏହି ସମୟ ଅବଧି ମଧ୍ୟରେ ପାକିସ୍ତାନକୁ ଗୋଟିଏ ICC ଇଭେଣ୍ଟ ଆୟୋଜନ ମାନ୍ୟତା ମିଳିଥିବାବେଳେ ଭାରତକୁ ୩ଟି ଇଭେଣ୍ଟର ଆୟୋଜକ ମାନ୍ୟତା ମିଳିଛି । ଅଧିକ ପଢନ୍ତୁ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC)ର ବଡ ଘୋଷଣା । 2024 ଠାରୁ 2031 ପର୍ଯ୍ୟନ୍ତ ସୀମିତ ଓଭର କ୍ରିକେଟର ୮ଟି ବଡ ଟୁର୍ଣ୍ଣାମେଣ୍ଟର ସୂଚୀ ଓ ଆୟୋଜକ ଦେଶର ନାମ ଘୋଷଣା କରିଛି କ୍ରିକେଟର ସର୍ବୋଚ୍ଚ ପରିଚାଳନା ବୋର୍ଡ । ୮ଟି ନୂଆ ଟୁର୍ନାମେଣ୍ଟର ଘୋଷଣା ହୋଇଥିବା ବେଳେ ୧୨ଟି ଭିନ୍ନ ଆୟୋଜକ ଦେଶ ମଧ୍ୟ ରହିଛନ୍ତି । ସେହିପରି ଚମ୍ପିଆନ୍ସ ଟ୍ରଫି ଆନୁଷ୍ଠାନିକ ଭାବେ ICC ଇଭେଣ୍ଟକୁ ଫେରିଛି । ICC ପକ୍ଷରୁ ଟ୍ବିଟ ଯୋଗେଁ ଏହି ଘୋଷଣା କରାଯାଇଛି । ଏହି ସମୟ ଅବଧି ମଧ୍ୟରେ ପାକିସ୍ତାନକୁ ଗୋଟିଏ ICC ଇଭେଣ୍ଟ ଆୟୋଜନ ମାନ୍ୟତା ମିଳିଥିବାବେଳେ ଭାରତକୁ ୩ଟି ଇଭେଣ୍ଟର ଆୟୋଜକ ମାନ୍ୟତା ମିଳିଛି ।

  • Are you ready for the best-ever decade of men’s white-ball cricket?

    Eight new tournaments announced 🔥
    12 different host nations confirmed 🌏
    Champions Trophy officially returns 🙌 pic.twitter.com/W1UjFkTCeG

    — ICC (@ICC) November 16, 2021 " class="align-text-top noRightClick twitterSection" data=" ">

ନଜର ପକାନ୍ତୁ ICC ପକ୍ଷରୁ ଘୋଷିତ ନୂଆ ୮ଟି ଇଭେଣ୍ଟ ଉପରେ...

୧. ୨୦୨୪ ICC ପୁରୁଷ ଟି-୨୦ ବିଶ୍ବକପ

  • ଏହି ଟୁର୍ନାମେଣ୍ଟର ମିଳିତ ଆୟୋଜକ ଦେଶ ରହିଛନ୍ତି UAE ଓ ୱେଷ୍ଟଇଣ୍ଡିଜ ।

୨. ୨୦୨୫ ICC ଚମ୍ପିଆନ୍ସ ଟ୍ରଫି(Champions Trophy)

  • ଏହି ସଂସ୍କରଣର ଚମ୍ପିଆନ୍ସ ଟ୍ରଫି ଟୁର୍ନାମେଣ୍ଟ ପାକିସ୍ତାନ ଆୟୋଜନ କରିବା ନେଇ ଘୋଷଣା କରିଛି ICC ।

୩. ୨୦୨୬ ICC ପୁରୁଷ ଟି-୨୦ ବିଶ୍ବକପ

  • ଏହି ସଂସ୍କରଣର ଟି-୨୦ ବିଶ୍ବକପ ଆୟୋଜକ ରହିଛନ୍ତି ଭାରତ ଓ ଶ୍ରୀଲଙ୍କା ।

୪. ୨୦୨୭ ବିଶ୍ବକପ(WorldCup)

  • ଏହି ସଂସ୍କରଣର ଦିନିକିଆ ବିଶ୍ବକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଆୟୋଜିତ ହେବ ।

୫. ୨୦୨୮ ପୁରୁଷ ଟି-୨୦ ବିଶ୍ବକପ

  • ଫଟାଫଟ ଫର୍ମାଟର ଏହି ସଂସ୍କରଣର ବିଶ୍ବକପର ଆୟୋଜକ ମାନ୍ୟତା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ମିଳିଛି ।

୬. ୨୦୨୯ ICC ଚମ୍ପିଆନ୍ସ ଟ୍ରଫି

  • ପାକିସ୍ତାନରେ ୨୦୨୫ ICC ଚମ୍ପିଆନ୍ସ ଟ୍ରଫି ଆୟୋଜନ ପରେ ଭାରତକୁ ୨୦୨୯ ଚମ୍ପିଆନ୍ସ ଟ୍ରଫି ଆୟୋଜନର ମାନ୍ୟତା ମିଳିଛି ।

୭. ପୁରୁଷ ଟି-୨୦ ବିଶ୍ବକପ ୨୦୩୦

ICC ପୁରୁଷ ଟି-୨୦ ବିଶ୍ବକପ ୨୦୩୦ ଇଂଲଣ୍ଡ, ଆୟରଲାଣ୍ଡ ଓ ସ୍କଟଲାଣ୍ଡରେ ଆୟୋଜିତ ହେବ ।

୮. ୨୦୩୧ବିଶ୍ବକପ

  • ୨୦୩୧ ସଂସ୍କରଣର ଦିନିକିଆ ବିଶ୍ବକପର ଆୟାଜକ ମାନ୍ୟତା ଯୁଗ୍ମଭାବେ ଭାରତ ଓ ବାଂଲାଦେଶକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.