T20 World Cup: ପାକିସ୍ତାନ ଟିମର ନୂଆଜର୍ସି ସୋସିଆଲ ମିଡିଆରେ ଭାଇରାଲ

author img

By

Published : Sep 20, 2022, 11:46 AM IST

ସାମ୍ନାକୁ ଆସିଲା ପାକିସ୍ତାନ ଜର୍ସି ଫଟୋ, ସୋସିଆଲ ମଡିଆରେ ଟ୍ରୋଲ କଲେ ୟୁଜର୍ସ

ପାକିସ୍ତାନ କ୍ରିକେଟ ଟିମର ନୂଆ ଜର୍ସି ସାମ୍ନାକୁ ଆସିଛି । ବାବର ଆଜମ ( Pakistan Captain Babar Azam ) ପିନ୍ଧିଥିବା ନୂଆ ଜର୍ସିର ଫଟୋ ସୋସିଆଲ ମଡିଆରେ ଭାଇରାଲ ହୋଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଗାମୀ ଟି-୨୦ ବିଶ୍ବକପର କାଉଣ୍ଟଡାଉନ୍‌ ଆରମ୍ଭ ହୋଇସାରିଛି । ଏନେଇ ବିଶ୍ବକପରେ ଭାଗନେବାକୁ ଥିବା ଦଳଗୁଡିକ ପ୍ରାୟ ତାଙ୍କର ବିଶ୍ବକପ ସ୍କ୍ବାଡ ଘୋଷଣା କରିସାରିଛନ୍ତି । ତେବେ ବିଶ୍ବକପ ନେଇ ବିଭିନ୍ନ ଦେଶର କ୍ରିକେଟ ଦଳ ଗୁଡିକ ଏବେ ନୂଆ ଜର୍ସି ଲଞ୍ଚ କରିବାକୁ ଲାଗିଛନ୍ତି । ରବିବାର ଭାରତ ଟି-୨୦ ବିଶ୍ବକପ ପାଇଁ ନୂଆ ଜର୍ସି ଲଞ୍ଚ କରିବାପରେ ପାକିସ୍ତାନ କ୍ରିକେଟ ଟିମର ମଧ୍ୟ ନୂଆ ଜର୍ସି ମଧ୍ୟ ସାମ୍ନାକୁ ଆସିଛି । ବାବର ଆଜମ (Pakistan Captain Babar Azam) ପିନ୍ଧିଥିବା ନୂଆ ଜର୍ସିର ଫଟୋ ସୋସିଆଲ ମଡିଆରେ ଭାଇରାଲ ହୋଇଛି ।

ସୋସିଆଲ ମିଡିଆରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଟି-୨୦ ବିଶ୍ବକପ ପାଇଁ ନୂଆ ଜର୍ସି ପିନ୍ଧିଥିବା ଫଟୋ ଭାଇରାଲ ହୋଇଛି । ପାକିସ୍ତାନ କ୍ରିକେଟ ବୋର୍ଡ ତରଫରୁ ଆନୁଷ୍ଠାନିକ ଭାବରେ ନୂଆ ଜର୍ସି ଫଟୋ ଜାରି କରାଯାଇନାହିଁ । ତେବେ ନୂଆ ଜର୍ସିରେ ଫଟୋ କୌଣସି ସୂତ୍ରରୁ ସୋସିଆଲ ମିଡିଆରେ ଲିକ୍‌ ହୋଇଛି । ଏହି ଫଟୋକୁ ସୋସିଆଲ ମିଡିଆ ୟୁଜର୍ସ ଟ୍ରୋଲ କରିଛନ୍ତି । ବାବର ଆଜମଙ୍କ ଫଟୋକୁ ମଜାକ ଉଡେଉଛନ୍ତି ଇଣ୍ଟରନେଟ ବ୍ୟବହାରକାରୀ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଉପରେ ପ୍ରତିକ୍ରିୟା ରଖି ୟୁଜର୍ସ କହିଛନ୍ତି ପାକିସ୍ତାନ ଜର୍ସିର ଡିଜାଇନ ତରଭୁଜର ଉପରି ଭାଗ ପରି ଦେଖାଯାଉଛି ।

ଭାରତୀୟ କ୍ରିକେଟ ବୋର୍ଡ(BCCI) ଆନୁଷ୍ଠାନିକ ଭାବେ ଟିମ ଇଣ୍ଡିଆର ଟି-୨୦ ବିଶ୍ବକପ ପାଇଁ ନୂଆ ଜର୍ସି ଲଞ୍ଚ କରିଛି । ନୂଆ ଜର୍ସି ସ୍କାଏ ବ୍ଲୁ ମିଶ୍ରିତ ରଙ୍ଗରେ ଡିଜାଇନ କରାଯାଇଛି । ଏହି ଜର୍ସି ପିନ୍ଧି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିp ମଧ୍ୟ ଖେଳିବେ ଭାରତୀ ଖେଳାଳି । ଜର୍ସିର ବାମ ପଟେ ବିସିସିଆଇ ଲୋଗୋ ରହିଥିବାବେଳେ ଡାହାଣ ପଟେ MPL ସ୍ପୋର୍ଟସର ଲୋଗୋ ରହିଛି ।

ନୂଆ ଜର୍ସି ଲଞ୍ଚ ପୂର୍ବରୁ ଏକ ଭିଡିଓ ମାଧ୍ୟମରେ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବ୍ୟାଟର ଶ୍ରେୟସ ଆୟାର ପ୍ରଶଂସକଙ୍କୁ ଟିମ ଇଣ୍ଡିଆର ନୂଆ ଜର୍ସିରେ ଭାଗ ନେବାକୁ କହିଥିଲେ । ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ ନେଇ ସୋସିଆଲ ମିଡିଆରେ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.