Legends League Cricket, ଆଜିଠୁ ଅଫଲାଇନ ଟିକେଟ ବିକ୍ରି

author img

By

Published : Sep 23, 2022, 7:34 AM IST

Legends League Cricket

ବାରବାଟୀ ଷ୍ଟାଡିୟମରେ ଲିଡେଣ୍ଡ୍ସ କ୍ରିକେଟ ଲିଗ ମ୍ୟାଚ ପାଇଁ ଆଜିଠୁ (ଶୁକ୍ରବାର) ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । ଅଧିକ ପଢନ୍ତୁ

କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଡେଣ୍ଡ୍ସ କ୍ରିକେଟ ଲିଗ । ଏନେଇ ଆଜିଠୁ (ଶୁକ୍ରବାର) ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । ପ୍ରଥମ ଦିନରେ 8 ହଜାର 421 ଟିକେଟ ଅଫଲାଇନରେ ଉପଲବ୍ଧ ହେବା ନେଇ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି । ଷ୍ଟାଡିୟମ ସମ୍ମୁଖ 3ଟି କାଉଣ୍ଟରରେ ଟିକେଟ୍‌ ମିଳିବ । ଟୁର୍ଣ୍ଣାମେଣ୍ଟର ମୋଟ ୩ଟି ମ୍ୟାଚ୍‌ ବାଟବାଟୀ ଗ୍ରାଉଣ୍ଡରେ ଖେଳାଯିବ।

2 ନମ୍ବର ଗ୍ୟାଲେରୀର 3 ହଜାର 779ଟି, 4 ନମ୍ବର ଗ୍ୟାଲେରୀର 350ଟି, କ୍ଲବ ହାଉସର 1200 ଓ କର୍ପୋରେଟ ବକ୍ସର 60ଟି ଟିକେଟ କାଉଣ୍ଟରରେ ମିଳିବ । ଗ୍ୟାଲେରୀ ଟିକେଟ ମୂଲ୍ୟ 350 ଟଙ୍କା ରହିଛି । କ୍ଲବ ହାଉସ ଟିକେଟ ଦର 12ଶହ ଟଙ୍କା ଓ କର୍ପୋରେଟ ବକ୍ସର 4 ହଜାର 500 ଟଙ୍କା ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି । ପୂର୍ବାହ୍ନ 10ଟାରୁ ଅପରାହ୍ନ 5ଟା ଯାଏଁ ଟିକେଟ ବିକ୍ରିର ସମୟ ସୀମା ଧାର୍ଯ୍ୟ ହୋଇଛି । ଶୃଙ୍ଖଳିତ ଭାବରେ ଟିକେଟ ବିକ୍ରି ନେଇ କାଉଣ୍ଟରରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏହା ବି ପଢନ୍ତୁ...Ind vs Aus: ୩ୟ ଟି୨୦ ମ୍ୟାଚ୍‌ ଟିକେଟ ବିକ୍ରିବେଳେ ଦଳାଚକଟା, ହାଇଦ୍ରାବାଦ ପୋଲିସର ଲାଠିଚାର୍ଜ

ଆସନ୍ତା 26 ତାରିଖରେ ମ୍ୟାଚ ଖେଳାଯିବ । ଏନେଇ 25 ତାରିଖରେ ଓଡିଶାରେ 2 ଦଳ ପହଞ୍ଚିବେ । ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗସ ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୬ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇସାରିଛି । ୧୦ ଦେଶର କିମ୍ବଦନ୍ତୀ ଖେଳାଳିଙ୍କୁ ନେଇ ଟିମ୍‌ ଗଠନ ହୋଇଛି । ମୋଟ ୬ଟି ସହରରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏଥିରେ କଟକ ସାମିଲ ରହିଛି । ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ ଯୋଦ୍ଧପୁରରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବିଶ୍ବର ଜଣାଶୁଣା କ୍ରିକେଟରଙ୍କୁ ଏହି ଲିଡେଣ୍ଡ୍ସ କ୍ରିକେଟ ଲିଗ ଅନୁଷ୍ଠିତ ହୋଇଛି । ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେହୱାଗ, ମୁଥୟା ମୁରଲୀଧରନ୍, ଡେଲ୍‌ ଷ୍ଟେନ୍‌, ମିଚେଲ ଜନସନଙ୍କ କମ୍ବିଦନ୍ତୀ ସାମିଲ ରହିଛନ୍ତି । ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବା ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.