IPL 2021: ଦ୍ବିତୀୟ କ୍ବାଲିଫାୟରରେ ଟସ୍‌ ଜିତିଲେ ମୋର୍ଗାନ, ପ୍ରଥମେ ବୋଲିଂ କରିବ KKR

author img

By

Published : Oct 13, 2021, 7:15 PM IST

Updated : Oct 13, 2021, 7:22 PM IST

IPL 2021:  ଦ୍ବିତୀୟ କ୍ବାଲିଫାୟରରେ ଟସ୍‌ ଜିତିଲେ ମୋର୍ଗାନ, ପ୍ରଥମେ ବୋଲିଂ କରିବ KKR

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛି କୋଲକାତା । ଏହି ମ୍ୟାଚରେ ବିଜୟ ହାସଲ କରି ଫାଇନାଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ଟକ୍କର ଦେବାକୁ ଉଭୟ ଦଳ ଚେଷ୍ଟା କରିବେ । ଅଧିକ ପଢ଼ନ୍ତୁ...

ଶାରଜାହ: IPL ୨୦୨୧ର ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହେବେ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛି କୋଲକାତା । ଏହି ମ୍ୟାଚରେ ବିଜୟ ହାସଲ କରି ଫାଇନାଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ଟକ୍କର ଦେବାକୁ ଉଭୟ ଦଳ ଚେଷ୍ଟା କରିବେ । ଏହାପୂର୍ବରୁ ପ୍ରଥମ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ରୋମାଞ୍ଚକର ମ୍ୟାଚରେ ମାତ୍‌ ଦେଇଥିଲା ଚେନ୍ନାଇ ସୁପର କିଙ୍ଗ୍‌ସ ।

ଶାରଜାହରେ ପୂର୍ବରୁ ମ୍ୟାଚ ଖେଳିଛି କେକେଆର୍‌ । ଦ୍ବିତୀୟ ଇନିଂସରେ କାକର ପଡ଼ିବା ସମ୍ଭାବନା ରହିଛି । ଏଥିପାଇଁ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି ବୋଲି କହିଛନ୍ତି କୋଲକାତା ଅଧିନାୟକ ଇଅନ ମୋର୍ଗାନ । ସେପଟେ ଦିଲ୍ଲୀ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲା । କିନ୍ତୁ ଟସ୍‌କୁ ବିଶେଷ ଗୁରୁତ୍ବ ଦେବା ଠିକ୍ ନୁହେଁ । କେବଳ ଭଲ ପ୍ରଦର୍ଶନ କରିବାକୁ ଦିଲ୍ଲୀ ଚେଷ୍ଟା କରିବ ବୋଲି କହିଛନ୍ତି ଅଧିନାୟକ ଋଷଭ ପନ୍ତ ।

ଦିଲ୍ଲୀ କ୍ୟାପିଟାଲ୍ସ ଚୂଡ଼ାନ୍ତ ଏକାଦଶ

ପୃଥ୍ବୀ ଶ', ଶିଖର ଧୱନ, ଶ୍ରେୟସ ଆୟର, ଋଷଭ ପନ୍ତ, ମାର୍କସ ଷ୍ଟୋନିସ୍‌, ଶିମରୋନ ହେଟମେର୍‌, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିଶ ରାବାଡା, ଆଭେସ ଖାନ, ଏନରିଚ୍‌ ନୋର୍କିଆ ।

କୋଲକାତା ନାଇଡ ରାଇଡର୍ସ ଚୂଡ଼ାନ୍ତ ଏକାଦଶ

ଶୁଭମନ ଗିଲ୍‌, ଭେଙ୍କଟେସ ଆୟର, ରାହୁଲ ତ୍ରିପାଠି, ନୀତିଶ ରାଣା, ଇଅନ ମୋର୍ଗାନ, ଦୀନେଶ କାର୍ତ୍ତିକ, ସୁନୀଲ ନାରିନ, ଶାକିବ-ଅଲ-ହାସନ, ଲକି ଫର୍ଗୁସାନ, ଶିଭମ ମାଭୀ, ବରୁଣ ଚକ୍ରବର୍ତ୍ତୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 13, 2021, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.