କପିଳ ଦେବଙ୍କ ପରେ ଏହି କିର୍ତ୍ତୀମାନର ଅଧିକାରୀ ହେଲେ ବୁମରା

author img

By

Published : Sep 6, 2021, 7:44 PM IST

Jasprit Bumrah becomes joint-8th fastest Indian bowler to pick 100 Test wickets

କ୍ରିକେଟର ଲମ୍ବା ଫର୍ମାଟରେ ଦ୍ବିତୀୟ ଦ୍ରୁତତମ ଭାରତୀୟ ଦ୍ରୁତ ବୋଲର ଭାବେ ଜଶପ୍ରୀତ ବୁମରାଙ୍କ ୧୦୦ ଟେଷ୍ଟ ୱିକେଟ ପୂରଣ । ଅଧିକ ପଢନ୍ତୁ...

ଲଣ୍ଡନ: ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା ସୋମବାର ଆଉ ଏକ ବିରଳ କିର୍ତ୍ତୀମାନ ନିଜ ନାମରେ କରିଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ ୧୦୦ ୱିକେଟ ପୂରଣ କରିଛନ୍ତି ବୁମରା । ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟର ପଞ୍ଚମ ଦିନରେ ଏହି ସଫଳତା ହାସଲ କରିଛନ୍ତି ବୁମରା । ଏଥିସହିତ କପିଳ ଦେବଙ୍କ ରେକର୍ଡକୁ ଅତିକ୍ରମ କରିବା ସହ ଦ୍ବିତୀୟ ଦ୍ରୁତତମ ଭାରତୀୟ ଦ୍ରୁତ ବୋଲର ଭାବେ ୧୦୦ ଟେଷ୍ଟ ୱିକେଟ ହାସଲ କରିଛନ୍ତି । ନିଜର ୨୪ତମ ମ୍ୟାଚ୍‌ରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି ବୁମରା ।

ଓଭାଲ ଟେଷ୍ଟର ପଞ୍ଚମ ଦିନରେ ଦ୍ବିତୀୟ ସେସନରେ ଓଲି ପୋପଙ୍କ ୱିକେଟ ଦଖଲ ସହ ୱିକେଟ ସେଞ୍ଚୁରୀ କରିଥିଲେ । ଏଥିସହିତ ରବିନ୍ଦ୍ର ଜାଡେଜାଙ୍କ ସହିତ ଯୁଗ୍ମ ଭାବେ ଅଷ୍ଟମ ଦ୍ରୁତତମ ଭାରତୀୟ ବୋଲର ଭାବେ ୧୦୦ ୱିକେଟ ହାସଲ କରିଛନ୍ତି ବୁମରା ।

ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ହାସଲ କରିଥିବା ଭାରତୀୟ ବୋଲରଙ୍କ ତାଲିକାରେ ବୁମରା ୨୩ତମ ସ୍ଥାନରେ ରହିଛନ୍ତି । ଶ୍ରେଷ୍ଠ ଆଭରେଜ(୨୨.୪୫) ଓ ଷ୍ଟ୍ରାଇକରେଟ୍‌ (୫୦.୨) ରହିଛି । ୨୯ ଟେଷ୍ଟରେ ୧୦୦ ଟେଷ୍ଟ ୱିକେଟ ହାସଲ କରିଥିବା ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଇରଫାନ ପଠାନଙ୍କ ସହିତ ବୁମରା ସମକକ୍ଷ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.