IPL Qualifier; ଆଜି KKR ଓ DC ମଧ୍ୟରେ ମୁକାବିଲା

author img

By

Published : Oct 13, 2021, 7:44 AM IST

ଆଜି କୋଲକାତା ନାଇଟରାଇଡର୍ସ  ଦିଲ୍ଲୀ କ୍ୟାପିଟାଲ୍ସ  ମଧ୍ୟରେ ମୁକବିଲା

ଚଳିତ ଆଇପିଏଲରେ ଆଜି(ବୁଧବାର) ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳାଯିବ । ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ ମୁକାବିଲା । ଅଧିକ ପଢନ୍ତୁ...

ସାରଜା: ଚଳିତ ଆଇପିଏଲରେ ଆଜି(ବୁଧବାର) ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳାଯିବ । ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ ମୁକାବିଲା । ଉଭୟ ଦଳ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି । ଆଜି ଯେଉଁ ଟିମ ବିଜୟୀ ହେବ ସେ ଫାଇନାଲରେ ପ୍ରବେଶ କରିବ ।

ଦ୍ବିତୀୟାର୍ଦ୍ଧରେ ସବୁଠୁ ସଫଳ ଦଳ ଭାବରେ ପ୍ରମାଣିତ ହୋଇଛି କେକେଆର । କ୍ରମାଗତ ବିଜୟ ପରେ ପରେ ହାସଲ କରିଛି ଟିମ । ଖେଳାଳିଙ୍କ ମନୋବଳ ମଧ୍ୟ ଭଲ ରହିଛି । ନାଇଟ ରାଇଡର୍ସ ଖେଳିଥିବା ଶେଷ ୮ଟି ମ୍ୟାଚରୁ ୬ଟିରେ ବିଜୟୀ ହୋଇଛି । ବାଙ୍ଗାଲୋରକୁ ହରାଇବା ପରେ କୋଲକାତାର ଆତ୍ମବିଶ୍ବାସ ଆକାଶ ଛୁଇଁଛି । କୋଲକାତା ଏହି ବିଜୟଧାରା ବଜାୟ ରଖିବାକୁ ଚେଷ୍ଟା କରିବ । କୋଲକାତା ସମୁଦାୟ ୧୪ଟି ମ୍ୟାଚରୁ ୭ଟି ଜିତିଥିବାବେଳେ ୭ଟି ହାରିଛି । ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି କେକେଆର ।

ଅନ୍ୟପଟେ ଦିଲ୍ଲୀ ପାଇଁ ଚିନ୍ତା ବଢିଛି । ଶେଷ ଲିଗ ମ୍ୟାଚରେ ବାଙ୍ଗାଲୋର ଓ ପ୍ରଥମ କ୍ବାଲିଫାୟରରେ ଚେନ୍ନାଇଠୁ ହାରିବା ଖେଳାଳିମାନେ ଧୈର୍ଯ୍ୟ ହରାଇଛନ୍ତି । ଉଭୟ ବ୍ୟାଟିଂ ଏ ବୋଲିଂରେ ଦଳର ଅବନତି ଦେଖିବାକୁ ମିଳିଛି । ଆଜିର ଏହି ନିର୍ଣ୍ଣାୟକ ମ୍ୟାଚକୁ ଜିତି ଫାଇନାଲରେ ପ୍ରବେଶ କରିବାକୁ ଚେଷ୍ଟା କରିବ । ନଚେତ ଦିଲ୍ଲୀର ଟ୍ରଫି ଜିତିବା ଆଶା ଧୂଳିସାତ ହୋଇଯିବ । ଦିଲ୍ଲୀ ୧୪ଟି ମ୍ୟାଚ ଖେଳି ୧୦ଟି ଜିତିଥିବେ ବେଳେ ୪ଟିରେ ପରାସ୍ତ ହୋଇଛି । ଆଜିର ମ୍ୟାଚ ଦର୍ଶକଙ୍କ ପାଇଁ ବେଶ ରୋମାଞ୍ଚକପୂର୍ଣ୍ଣ ହେବ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.