ନୂଆଦିଲ୍ଲୀ କିଏ ହାତେଇବ ଫାଇନାଲ ଟିକେଟ୍ । ଦ୍ବିତୀୟ କ୍ବାଲିଫାୟରରେ କାହାର ହେବ ଜିତ କାହାର ହେବ ମାତ୍ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ପଡିଆରେ ଛାଇଯିବ ନୀଳବାଇଗଣି ଜର୍ସି । ଫ୍ୟାନ୍ସଙ୍କ ଚିୟରଅଫରେ କମ୍ପିବ ମୈଦାନ । ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ପ୍ଲେ ଅଫରେ ଆଜି ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳାଯିବ । ଏଥିରେ ଫାଇନାଲ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ମଧ୍ୟରେ ଜବରଦସ୍ତ ଫାଇଟ ହେବ । ଏହି ମ୍ୟାଚ ଯିଏ ଜିତିବ ସେ ଫାଇନାଲରେ ପ୍ରବେଶ କରିବ । ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳାଯିବ । ବିଜୟୀ ଟିମ ଆସନ୍ତା 28 ତାରିଖରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଫାଇନାଲ ମ୍ୟାଚ ଖେଳିବ । ଗୁଜୁରାଟ ବନାମ ମୁମ୍ବାଇ ଫାଇନାଲ ଟିକେଟ ହାତେଇବାକୁ ଗୁଜୁରାଟ ଓ ମୁମ୍ବାଇ ମଧ୍ୟରେ ଆଜି ହାଇଭୋଲ୍ଟେଜ ମ୍ୟାଚ ଖେଳାଯିବ । ପ୍ରଥମ କ୍ବାଲିଫାୟରରେ ଚେନ୍ନାଇଠୁ 15ରନରେ ପରାସ୍ତ ହୋଇଥିଲା ଗୁଜୁରାଟ । ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ 81ରନରେ ପରାସ୍ତ କରି ଦ୍ବିତୀୟ କ୍ବାଲିଫାୟର ପାଇଁ ଯୋଗ୍ୟତା ଅର୍ଜନ କରିଛି ରୋହିତବାହିନୀ । ଆଇପିଏଲ ଆରମ୍ଭରୁ ଧିମା ଆରମ୍ଭ କରିଥିବା ମୁମ୍ବାଇ କମବ୍ୟାକ ପାଇଁ ପ୍ଲେ ଅଫରେ ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ଯାଉଛି । ଗୁଜୁରାଟକୁ ହରାଇ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଘରୋଇ ଗ୍ରାଉଣ୍ଡରେ ଖେଳୁଥିବାକୁ ଗୁଜୁରାଟର ମନୋବଳ ସୃଦୁଢ ରହିଛି । ମୁମ୍ବାଇକୁ ମାତ ଦେଇ ଫାଇନାଲ ଟିକେଟ୍ ହାତେଇବା ଲକ୍ଷ୍ୟରେ ରହିଛି ଡିଫେଣ୍ଡି ଚମ୍ପିଆନ ଗୁଜୁରାଟ । ଉଭୟ ଦଳ ଚଳିତ ସିଜନରେ ପରସ୍ପରକୁ 2ଥର ଭେଟିଛନ୍ତି । ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ତେଣୁ ମ୍ୟାଚ ପୂର୍ବାନୁମାନ କରିବା କଷ୍ଟକର । ଗୁଜୁରାଟର ଶୁଭମନ ଗିଲ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭୟର କାରଣ ହୋଇପାରନ୍ତି । ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବେ ମୁ୍ମ୍ବାଇ ବୋଲର । ସେହିପରି ରୋହିତଙ୍କ ବିପକ୍ଷରେ ରସିଦ ଖାନ ଅନେକ ସମୟରେ ସଫଳ ହୋଇଛନ୍ତି । ତେଣୁ ଆଜିର ମୁକାବିଲାରେ ଗୁଜୁରାଟ ପାଇଁ ରସିଦଙ୍କ ବୋଲିଂ ଗୁରୁତ୍ବବହନ କରିବ । ମୁମ୍ବାଇର ଆକାଶ ମଧୱାଲ ଲକ୍ଷ୍ନୌ ବିପକ୍ଷରେ ଯେଉଁଭଳି 5ଟି ୱିକେଟ ହାସଲ କରିଥିଲେ ତାହା ଏବେ ବି ଫ୍ୟାନ୍ସ ଭୁଲି ନାହାନ୍ତି ତେଣୁ ଆଜି ଆକାଶଙ୍କ ଉପରେ ନଜର ରହିବ ।ଏହା ବି ପଢନ୍ତୁIPL 2023 First Qualifier ଚେପକରେ ଚେନ୍ନାଇ ଚମକ ଗୁଜୁରାଟକୁ ହରାଇ ଫାଇନାଲରେ ସୁପର କିଙ୍ଗସGT ସମ୍ଭାବ୍ୟ ଏକାଦଶ ଶୁଭମନ ଗିଲ ରିଦ୍ଧିମାନ ଶାହ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ବିଜୟ ଶଙ୍କର ଡେଭିଡ ମିଲର ଅଭିନବ ମନୋହର ରାହୁଲ ତେୱାତିଆ ରସିଦ ଖାନ ଅଲଜାରୀ ଜୋଶେଫଜୋସ ଲିଟିଲ ନୁର ଅହମ୍ମଦ ମହମ୍ମଦ ସାମି । ମୋହିତ ଶର୍ମା ଇମ୍ପାକ୍ଟ ପ୍ଲେୟାରMI ସମ୍ଭାବ୍ୟ ଏକାଦଶ ଇଶାନ କିଷନ ରୋହିତ ଶର୍ମା ଅଧିନାୟକ କାମରେନ ଗ୍ରୀନ ସୂର୍ଯ୍ୟକୁମାର ଯାଦବ ତିଲକ ବର୍ମା ଟିମ ସାଉଦି କ୍ରିସ ଜୋର୍ଡାନ ହ୍ରିତିକ ସୋକିବ ପିୟୂଷ ଚାୱାଲା ଆକାଶ ମଧୱାଲ ଜାସନ ବେହରନଡର୍ଫ । ନେହାଲ ୱଧେରା ଇମ୍ପାକ୍ଟ ଖେଳାଳି