IPL 2023 First Qualifier: ଚେପକରେ ଚେନ୍ନାଇ ଚମକ, ଗୁଜୁରାଟକୁ ହରାଇ ଫାଇନାଲରେ ସୁପର କିଙ୍ଗସ

author img

By

Published : May 24, 2023, 7:45 AM IST

Updated : May 24, 2023, 8:10 AM IST

ipl 2023 first qualifier

ଚଳିତ ଆଇପିଏଲ ପ୍ରଥମ କ୍ବାଲିଫାୟରରେ ଡିଫେଣ୍ଡି ଚମ୍ପିଆନ ଗୁଜୁରାଟ ଟାଇଟନ୍ସକୁ 15ରନ ରନରେ ପରାସ୍ତ ଫାଇନାଲ ଟିକେଟ ହାତେଇଛି ଚେନ୍ନାଇ ସୁପର କିଙ୍ଗସ । ଅଧିକ ପଢନ୍ତୁ

ଚେନ୍ନାଇ: ଫ୍ୟାନ୍ସ ଖୁସି ଟିମ୍ ବି ଖୁସି । ଆକାଶରେ ବିଜୟର ଆତସବାଜି । ସେଲିବ୍ରେସନରେ ଝୁମିରେ ସମର୍ଥକ । ପୁଣି ଚେପକରେ ଚମକିଲା ଚେନ୍ନାଇ । ସୁପର ପାୱାର ଦେଖାଇଛି ସୁପର କିଙ୍ଗସ । ଚଳିତ ଆଇପିଏଲ ପ୍ରଥମ କ୍ବାଲିଫାୟରରେ ଡିଫେଣ୍ଡି ଚମ୍ପିଆନ ଗୁଜୁରାଟ ଟାଇଟନ୍ସକୁ 15ରନ ରନରେ ପରାସ୍ତ କରି ସିଧା ଫାଇନାଲ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗସ । 14 ବର୍ଷ ମଧ୍ୟରେ ସୁପର କିଙ୍ଗସ 10ମ ଥର ଫାଇନାଲ ଖେଳିବାକୁ ଯାଉଛି । ଆସନ୍ତା 28 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ । ଦମଦାର ଇନିଂସ ଖେଳିଥିବା ଋତୁରାଜ ଗାଏକ୍ବାଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ ଟାଇଟାନ୍ସ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ସୁପର କିଙ୍ଗସର ସେନା ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ମୈଦାନକୁ ଓହ୍ଲାଇଥିଲେ । ଋତୁରାଜ ଭଲ ଆରମ୍ଭ କରିଥିଲେ । ଋତୁରାଜ 44 ବଲରେ 60 ରନ କରିଥିଲେ । ଗାଏକ୍ବାଡଙ୍କୁ ଅଟକାଇବା ସମ୍ଭବ ନଥିଲା । 11ତମ ଓଭରରେ ମୋହିତ ଶର୍ମା ଓପନିଂ ୟୋଡି ଭାଙ୍ଗିଥିଲେ । ଋତୁରାଜଙ୍କୁ ଆଉଟ କରିଥିଲେ । ଏହା ପରେ ଟାଇଟନ୍ସ ମ୍ୟାଚକୁ ଫେରିଥିଲା । ପରେ ପରେ ଚେନ୍ନାଇର ୱିକେଟ ପତନ ହୋଇଥିଲା ।

ଶିବମ ଦୁବେ 1, ଅଜିଙ୍କ୍ୟ ରାହାଣେ 17 ଓ ଅମ୍ବାତି ରାୟୁଡୁ 17 ରନ କରି ଆଉଟ ହୋଇଥିଲେ । କନୱେ ବ୍ୟାଟିଂ ଜାରି ରଖିଥିଲେ । 40ରନ କରି କନୱେ ସାମିଙ୍କ ଶିକାର ହୋଇଥିଲେ । ଧୋନୀ 1 ରନ କରି ଆଉଟ ହୋଇଥିଲେ । ଅନ୍ତିମ ଭାଗରେ ଜାଡେଜା ଦ୍ରୁତ 22ରନ କରିଥିଲେ । ମୋଇନ ଅଲି ଅପରାଜିତ 9 ରନ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ 7 ୱିକେଟ ହରାଇ 172 ରନ କରିଥିଲା । ଗୁଜୁରାଟକୁ 173 ରନ ବିଜୟ ଲକ୍ଷ୍ୟ ଦେଇଥିଲା । ଗୁଜୁରାଟ ପକ୍ଷରୁ ମହମ୍ମଦ ସାମି ଓ ମୋହିତ ଶର୍ମା 2ଟି ଲେଖାଏଁ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...IPL 2023: କୋହଲିଙ୍କ ଆଘାତ ନେଇ ବଡ଼ ସୂଚନା ଦେଲେ ସଞ୍ଜୟ ବାଙ୍ଗର

ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଡିଫେଣ୍ଡିଂ ଚମ୍ପିଆନ ଟାଇଟନ୍ସ । ଦଳୀୟ ସ୍କୋର ମାତ୍ର 22 ରନରେ ଦଳର ପ୍ରଥମ ୱିକେଟ ପତନ ହୋଇଥିଲା । ରିଦ୍ଧିମାନ ଶାହ 12 ରନ କରି ସଅଳ ପାଭିଲିୟନ ଫେରିଥିଲେ । ଦୀପକ ଚହରଙ୍କ ଶିକାର ହୋଇଥିଲେ ରିଦ୍ଧିମାନ ଶାହ । ଶୁଭମନ ଗିଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ଜାରି ରଖିଥିଲେ । ଦଳୀୟ ସ୍କୋର 41 ବେଳକୁ ମହେଶ ତୀକ୍ଷିଣା ପାଣ୍ଡ୍ୟାଙ୍କୁ ପାଭିଲିୟନ ପଠାଇଥିଲେ । ପରେ ପରେ ଦାସୁନ ଶାଣକା ବ୍ୟକ୍ତିଗତ 17 ରନ କରି ଜାଡେଜାଙ୍କ ଶିକାର ହୋଇଥିଲେ । ଗୁଜୁରାଟ ଏକପ୍ରକାର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପରେ ଡେଭିଡ ମିଲର ମାତ୍ର 4 ରନ କରି ଜାଡେଜାଙ୍କ ଶିକାର ହୋଇଥିଲେ ।

ଏହା ପରେ ଶୁଭମନ ଗିଲ 42 ରନ କରି ଦୀପକ ଚହରଙ୍କ ବଲରେ ଆଉଟ ହୋଇଥିଲେ । ଦଳୀୟ ସ୍କୋର 88ରନରେ ଗୁଜୁରାଟର 5ଟି ୱିକେଟ ପତନ ହୋଇଥିଲା । ରାହୁଲ ତେୱତିଆ ଓ ରାସିଦ ଖାନ ସ୍ଥିତି ସମ୍ଭାଳିଥିଲେ । ରାହୁଲ ତେୱତିଆଙ୍କୁ ଆଉଟ କରିଥିଲେ ମହେଶ ତୀକ୍ଷିଣା । ଗୁଜୁରାଟକୁ ବିଜୟ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇଥିଲା । ଦଳର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ଟାଇଟନ୍ସ 157 ରନ କରି ଅଲ ଆଉଟ ହୋଇଥିଲା । ଚେନ୍ନାଇ ପକ୍ଷରୁ ଦୀପକ ଚହର, ପତିରଣା, ଜାଡେଜା ଓ ମହେଶ ତୀକ୍ଷିଣା 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଏହି ବିଜୟ ସହ ଚେନ୍ନାଇ 10ମ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି । 4ଥର ଚମ୍ପିଆନ ହୋଇଥିବା ଚେନ୍ନାଇ 5 ଥର ରନର୍ସ ଅଫ ହୋଇଛି । ପ୍ରଥମ କ୍ବାଲିଫାୟରରେ ପରାସ୍ତ ହୋଇଥିଲେ ସୁଦ୍ଧା ଗୁଜୁରାଟ ପାଖରେ ସୁଯୋଗ ଅଛି । ଆସନ୍ତାକାଲି (ଗୁରୁବାର) ଏଲିମିନେଟର ବିଜୟୀ ଦଳ ସହ ଦ୍ବିତୀୟ କ୍ବାଲିଫାୟାର ଖେଳିବ ଟାଇଟନ୍ସ ।

Last Updated :May 24, 2023, 8:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.