IPL 2021: ରାଜସ୍ଥାନକୁ ୭ ୱିକେଟରେ ହରାଇଲା ହାଇଦ୍ରାବାଦ

author img

By

Published : Sep 28, 2021, 6:08 AM IST

Updated : Sep 28, 2021, 7:12 AM IST

IPL 2021: SRH won by 7 wickets agianst RR

ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ହରାଇଲା ସନରାଇଜର୍ସ ହାଇଦ୍ରାବାଦ । ଅଧିକ ପଢନ୍ତୁ...

ଦୁବାଇ: ପରାଜୟ ଧାରାରେ ବ୍ରେକ ଲଗାଇଲା ହାଇଦ୍ରାବାଦ । ଗତକାଲି ଦୁବାଇରେ ଖେଳାଯାଇଥିବା ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ବିକେଟରେ ହରାଇଛି ସନରାଇଜର୍ସ ହାଇଦ୍ରାବାଦ । ଲଗାତାର ୫ଟି ମ୍ଯାଚ ହାରିବା ପରେ ପୁଣି ବିଜୟ ସ୍ବାଦ ଚାଖିଛି ହାଇଦ୍ରାବାଦ । ତେବେ ଗତକାଲିର ମ୍ୟାଚରେ ଦଳ ବିଜୟୀ ହୋଇ ଥିଲେ ମଧ୍ୟ ୧୦ଟି ମ୍ୟାଚ ଖେଳି ପଏଣ୍ଟ ଟେବୁଲ ଶେଷରେ ରହିଛି ।

ଟସ୍‌ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ୍‌ କରି ହାଇଦ୍ରାବାଦକୁ ୧୬୫ରନର ଟାର୍ଗେଟ ଦେଇଥିଲା । ଫଳରେ ହାଇଦ୍ରାବାଦ ୧୯ ଓଭର ଶେଷ ଶୁଦ୍ଧା ୩ ଓ୍ବିକେଟ ହରାଇ ୧୬୭ ରନରେ ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଜେସନ ରୟ ୪୨ ବଲରେ ୬୦ ରନ କରିଥିବା ବେଳେ , କେନ ୱିଲିୟମସନ ୪୧ ବଲରେ ୫୧ରନ କରି ଦଳକୁ ଆଇପିଏଲ ସିଜିନର ଦ୍ବିତୀୟ ବିଜୟ ଦେଇଥିଲେ ।

ତେବେ ଗତକାଲିର ମ୍ୟାଚରେ ରାଜସ୍ଥାନ ପରାଜିତ ହୋଇଥିଲେ ମଧ୍ୟ ପଏଣ୍ଟ ଟେବୁଲର ୬ନମ୍ବର ସ୍ଥାନରେ ରହିଛି ରାଜସ୍ଥାନ । ତେବେ ଏବେବି ପ୍ଲେ ଅପର ଆଶା ଉଜ୍ଜିବିତ ରହିଛି । କିନ୍ତୁ ଏଥି ପାଇଁ ଶେଷ ୪ଟି ମ୍ୟାଚରେ ଦଳକୁ ଜିତିବାକୁ ପଡିବ । ସେହିପରି ଗକତକାଲି ରାଜସ୍ଥାନ ପକ୍ଷରୁ କ୍ୟାପଟେନ ସଞ୍ଜୁ ସାମସନ ସର୍ବାଧିକ ୮୨ ରନ୍‌ର ମାରାଥନ ଇଂନିସ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 28, 2021, 7:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.