IPL 2021: ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବ RCB

author img

By

Published : Sep 26, 2021, 7:09 PM IST

Updated : Sep 26, 2021, 7:15 PM IST

IPL 2021: Mumbai Indians won the toss and opt to bowl against RCB

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୩୯ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଧିକ ପଢନ୍ତୁ...

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୩୯ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟିମ ଇଣ୍ଡିଆର ଦୁଇ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟିମ ମଧ୍ୟରେ ଟକ୍କର ହେଉଛି । ଟସ୍‌ ଜିତି RCB ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଦୃଷ୍ଟିକୋଣରୁ ଏହି ମ୍ୟାଚ୍‌ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ(MI) ଓ ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର(RCB) ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । UAE ଲିଗ୍‌ ଆରମ୍ଭ ପରେ ଟିମ ଖେଳିଥିବା ଦୁଇଟିଯାକ ମୁକାବିଲାରେ ମୁମ୍ବାଇକୁ ପରାଜୟ ମିଳିଛି । ଏଥିସହିତ ପଏଣ୍ଟ ଟେବୁଲର ଶ୍ରେଷ୍ଠ ୪ ସ୍ଥାନରୁ ତଳକୁ ଖସିଆସିଛି । ଫଳରେ ପ୍ଲେ-ଅଫ୍‌ ଦୌଡରେ ରହିବାକୁ ହେଲେ ରୋହିତ ଶର୍ମାଙ୍କ ଟିମକୁ ବିଜୟ ଟ୍ରାକ୍‌କୁ ଫେରିବାକୁ ହେବ ।

RCB ଖେଳିଥିବା ଶେଷ ଦୁଇଟି ମୁକାବିଲାରେ ମଧ୍ୟ ପରାଜୟର ମୁହଁ ଦେଖିଛି । ଏହାସତ୍ତ୍ବେ ପଏଣ୍ଟ ଟେବୁଲର ତୃତୀୟରେ ରହିଛି । ମାତ୍ର କୋଲକାତା ଯଦି ଚେନ୍ନାଇ ବିପକ୍ଷ ମ୍ୟାଚରେ ବିଜୟୀ ହୁଏ ୩ନମ୍ବର ସ୍ଥାନ ଛଡାଇ ନେବ । ଫଳରେ ବିରାଟ କୋହଲିଙ୍କ ଟିମ ପାଇଁ ମଧ୍ୟ ପ୍ଲେ-ଅଫ୍‌ରେ ସ୍ଥାନ ସୁରକ୍ଷିତ ପାଇଁ ଏହି ମ୍ୟାଚରେ ନିଶ୍ଚିନ୍ତ ବିଜୟ ଲକ୍ଷ୍ୟରେ ରହିଛି ।

ଚୁଡାନ୍ତ ଏକାଦଶ:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(କ୍ୟାପଟେନ), ଦେବଦତ୍ତ ପାଦିକ୍କଲ, ଶ୍ରୀକର ଭାରତ(ୱିକେଟ କିପର), ଗ୍ଳେନ ମାକ୍ସୱେଲ, ଏବି ଡିଭିଲିୟର୍ସ, ଶାହାବାଜ ଅହମ୍ମଦ, ଡାନିଏଲ ଖ୍ରୀଷ୍ଟିଆନ, କେଏଲ ଜେମିଏସନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ।

ମୁମ୍ବାଇ ଇଣ୍ଡିଆନ୍ସ: କ୍ବିଣ୍ଟନ ଡିକକ୍‌(ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପାଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ଆଡାମ ମିଲନେ, ରାହୁଲ ଚହର, ଜଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 26, 2021, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.