IPL 2021: ଜାଡେଜାଙ୍କ ଜବରଦସ୍ତ ଇଂନିସ, ଶେଷ ବଲ୍‌ରେ ଜିତିଲା CSK

author img

By

Published : Sep 26, 2021, 7:45 PM IST

Updated : Sep 26, 2021, 8:42 PM IST

IPL 2021: Chennai super kings beat kolkata knight Riders by 2 wickets

ଆଇପିଏଲ୍‌ ୨୦୨୧ର ୩୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସର ଦମଦାର ବିଜୟ । ଅଧିକ ପଢନ୍ତୁ...

ଆବୁଧାବି: ଆଇପିଏଲ୍‌ ୨୦୨୧ର ୩୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସର ଦମଦାର ବିଜୟ । କୋଲକାତା ନାଇଟ ରାଇଡର୍ସକୁ ୨ଟି ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗ୍ସ । ରବିନ୍ଦ୍ର ଜାଡେଜା ଏକାକୀ କୋଲକାତା ହାତରୁ ମ୍ୟାଚ୍‌ ଛଡାଇନେଇଥିଲେ । CSK ଇଂନିସର ୧୯ତମ ଓଭର ବୋଲିଂ କରିଥିବା ପ୍ରସିଦ୍ଧ କ୍ରୀଷ୍ଣାଙ୍କ ଓଭରରୁ ୨୨ ରନ୍‌ ସଂଗ୍ରହ କରିଥିଲେ ।

ଏହି ବିଜୟ ସହିତ ଚେନ୍ନାଇ ସୁପର କିଙ୍ଗ୍ସ(CSK) ପୁନର୍ବାର ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି ।

ଶେଷ ଦୁଇ ଓଭରରେ CSK ବିଜୟ ପାଇଁ ୨୬ ରନ୍‌ ଆବଶ୍ୟକ କରୁଥିଲା । ପ୍ରସିଦ୍ଧଙ୍କ ଓଭରର ପ୍ରଥମ ଦୁଇଟି ବଲ୍‌ରେ ଦୁଇଟି ସିଙ୍ଗଲ୍‌ ପରେ ଜାଡେଜା ଲତାତାର ଦୁଇଟି ବିଶାଳ ଛକା ମାରି ମ୍ୟାଚ୍‌ CSK ସପକ୍ଷରେ କରିଥିଲେ । ଏହାପରେ ଦୁଇଟି ଚୌକା ସହ ବିଜୟ ନିଶ୍ଚିନ୍ତ କରିଥିଲେ । ଶେଷ ଓଭରରେ CSK ମାତ୍ର ୪ ରନ୍‌ ଆବଶ୍ୟକ କରୁଥିଲା । ତେବେ ୮ଟି ବଲ୍‌ରୁ ଦ୍ରୁତ ୨୨ ରନ୍‌ର ଇଂନିସ ଖେଳି ଜାଡେଜା ଆଉଟ୍‌ ହେବାପରେ ଶେଷ ବଲ୍‌ରେ ବିଜୟୀ ହୋଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ ।

ପୂର୍ବରୁ ଦୁଇ ଓପନର ଋତୁରାଜ ଗାଏକ୍ବାଡ ୪୦ ଓ ଫାପଫ ଡୁପ୍ଲେସିସ ୪୩ ରନ୍‌ର ଦମଦାର ଇଂନିସ ଖେଳିଥିଲେ । ମୋଇନ ଅଲୀ ୩୨ ଓ ଅମ୍ବାତି ରାୟୁଡୁ ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ । ସୁରେଶ ରାଇନା ୧୧ ରନ୍‌ରେ ବ୍ୟାଟିଂ କରୁଥିବାବେଳେ ରନ୍‌ଆଉଟ୍‌ ହୋଇଥିଲେ । କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ପୁଣିଥରେ ଫ୍ୟାନ୍ସଙ୍କୁ ନିରାଶ କରିଥିଲେ ।

KKR ପକ୍ଷରୁ ଷ୍ଟାପ ସ୍ପିନର ସୁନୀଲ ନାରିନଙ୍କୁ ସର୍ବାଧିକ ୩ଟି ୱିକେଟ ମିଳିଥିଲା । ପ୍ରସିଦ୍ଧ କ୍ରୀଷ୍ଣା, ଲୁକି ଫର୍ଗୁସନ, ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ରାହୁଲ ତ୍ରିପାଠୀଙ୍କ ୪୫ ଓ ନୀତିଶା ରାଣାଙ୍କ ୩୭ ରନ୍‌ ସହାୟତାରେ ୬ ୱିକେଟ ହରାଇ ୧୭୧ ରନ୍‌ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 26, 2021, 8:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.