IPLରୁ ଅବସର ନେଲେ ବ୍ରାଭୋ, ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କଲା ଚେନ୍ନାଇ

author img

By

Published : Dec 3, 2022, 7:55 AM IST

IPLରୁ ଅବସର ନେଲେ ବ୍ରାଭୋ, ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କଲା ଚେନ୍ନାଇ

ଆଇପିଏଲରୁ ଅବସର ନେଲେ ଚେନ୍ନାଇ ସୁପରକିଙ୍ଗ୍‌ସ ଅଲରାଉଣ୍ଡର ଡ୍ବାନେ ବ୍ରାଭୋ । ଆଇପିଏଲ 2023 ସଂସ୍କରଣ ପୂର୍ବରୁ ବ୍ରାଭୋଙ୍କୁ ଦଳୀୟ ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କଲା ଚେନ୍ନାଇ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଆଇପିଏଲରୁ ଅବସର ନେଲେ ଚେନ୍ନାଇ ସୁପରକିଙ୍ଗ୍‌ସ ଅଲରାଉଣ୍ଡର ଡ୍ବାନେ ବ୍ରାଭୋ । ଆଇପିଏଲ 2023 ସଂସ୍କରଣ ପୂର୍ବରୁ ବ୍ରାଭୋଙ୍କୁ ଦଳୀୟ ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କଲା ଚେନ୍ନାଇ । ଆଇପିଏଲ ଆରମ୍ଭରୁ ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ଖେଳୁଥିବା ବ୍ରାଭୋ 2011 ସଂସ୍କରଣରୁ ଚେନ୍ନାଇ ସୁପରକିଙ୍ଗ୍‌ସ ପାଇଁ ଖଳୁଥିଲେ ।

ଏନେଇ ବ୍ରାଭୋ କହିଛନ୍ତି, "ମୁଁ ଏହି ନୂଆ ସଂସ୍କରଣର ଅପେକ୍ଷା କରିଛି । କାରଣ ଖେଳ ଛାଡ଼ିବା ପରେ ଏହି କାର୍ଯ୍ୟ କରିବାକୁ ଇଚ୍ଛା କରିଥିଲି । ବୋଲର ମାନଙ୍କ ସହ କାମ କରିବାକୁ ମୋତେ ଭଲ ଲାଗେ । ଏବଂ ମୁଁ ଏହି ଭୂମିକା ନେଇ ଉତ୍ସାହିତ ଅଛି । ଖେଳାଳିରୁ ପ୍ରଶିକ୍ଷକ ହେବା ମଧ୍ୟରେ ମୋତେ ଅଧିକ କିଛି ପରିବର୍ତ୍ତନ ଆବଶ୍ୟକ ଥିବା ଭଳି ମୋତେ ଲାଗୁନାହିଁ । ବୋଲରଙ୍କ ସହ ମୁଁ ଅନେକ କାମ କରିଛି । ତେବେ ଖେଳାଳି ଓ ବୋଲିଂ ପ୍ରଶିକ୍ଷକ ଭିତରେ କେବଳ ଏତିକି ପରିବର୍ତ୍ତନ ହେବ କି, ମୁଁ ଏବେ ମିଡ୍‌ ଅଫ କିମ୍ବା ମିଡ୍‌ ଅନରେ ଛିଡ଼ା ହୋଇ ପାରିବିନି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.