IPL 2023: ଡେଭିଡ ୱାର୍ଣ୍ଣରଙ୍କ ହାତରେ ଦିଲ୍ଲୀ କମାଣ, ଏହି ଖେଳାଳିଙ୍କୁ ମିଳିଲା ଉପଅଧିନାୟକ ଦାୟିତ୍ବ

author img

By

Published : Mar 16, 2023, 1:48 PM IST

IPL 2023

ଫଟାଫଟ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ ସମୟ ପାଖଉଛି । ମହିଳା ଆଇପିଏଲ ପରେ ଆରମ୍ଭ ହୋଇଯିବ ଆଇପିଏଲର 17 ତମ ସଂସ୍କରଣ । ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପ୍ଟେନ କିଏ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ 2023 ପାଇଁ ଦିନ ପାଖଉଛି । ଏନେଇ ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗଉଛି । ଦିଲ୍ଲୀ କ୍ୟାପିଟ୍ୟାଲ୍ସ ତାର ଅଧିନାୟକ ନିଯୁକ୍ତ କରିଛି । ଋଷବ ପନ୍ତ ଦୁର୍ଘଟଣାର ଶିକାର ପରେ ଚଳିତ ଆଇପିଏଲ ଖେଳିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ ଷ୍ଟାର ବ୍ୟାଟର ଡେଭିଡ ୱାର୍ଣ୍ଣରଙ୍କୁ ଅଧିନାୟକ ଭାର ଦିଆଯାଇଛି । ସେହିପରି ଅକ୍ଷର ପଟେଲଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି । ଏନେଇ ଟ୍ବିଟ କରି ସୂଚନା ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ ।

ଟ୍ବିଟ କରି ଦିଲ୍ଲୀ କ୍ୟାପିଟାଲ୍ସ ଲେଖିଛି, ''ଆଇପିଏଲ 2023 ପାଇଁ ପ୍ରସ୍ତୁତି ଶେଷ । ଡେଭିଡ ୱାର୍ଣ୍ଣର ଓ ଅକ୍ଷର ପଟେଲ ଦୁଇ ଷ୍ଟାର ଖେଳାଳିଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଦିଲ୍ଲୀ ।'' 36ବର୍ଷୀୟ ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର ପ୍ରଥମ ଥର ପାଇଁ ଆଇପିଏଲରେ ହାଇଦ୍ରାବାଦର ଅଧିନାୟକ ହୋଇଥିଲେ । ତାଙ୍କ ନେତୃତ୍ବରେ 2026ରେ ସନରାଇଜର୍ସ ହାଇଦ୍ରାବାଦ ଟ୍ରଫି ହାସଲ କରିଥିଲା ।

ସଦ୍ୟ ସମାପ୍ତ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ୱାର୍ଣ୍ଣରଙ୍କ ପ୍ରଦର୍ଶନ ଭଲ ନଥିଲା ମାତ୍ର ଦିନିକିଆରେ ଭଲ ପ୍ରଦର୍ଶନ କରି ଆଇପିଏଲ ମଇଦାନକୁ ଓହ୍ଲାଇବେ ୱାର୍ଣ୍ଣର । ୱାର୍ଣ୍ଣର 2023ରେ ଦିଲ୍ଲୀ ଡେୟାର ଡେଭିଲ୍ସର ଦୁଇଟି ମ୍ୟାଚରେ ନେତୃତ୍ବ ସମ୍ଭାଳିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୱାର୍ଣ୍ଣର 69 ମ୍ୟାଚ ଖେଳି 1888 ରନ କରିଛନ୍ତି । ଦୁଇଟି ଶତକ 15ଟି ଅର୍ଦ୍ଧଶତକ ରହିଛି । ମୋଟ ଆଇପିଏଲରେ ୱାର୍ଣ୍ଣର 162ଟି ମ୍ୟାଚ ଖେଳି 58881 ରନ କରିଛନ୍ତି । ଯେଉଁଥିରେ 4ଟି ଶତକ ଓ 55ଟି ଅର୍ଦ୍ଧଶତକ ରହିଛି ।

ଏହା ବି ପଢନ୍ତୁ...ସୁସ୍ଥ ହେଉଛନ୍ତି ଋଷବ, ରିକଭରି ପାଇଁ ପାଣିରେ ପନ୍ତଙ୍କ ପୁଲ ୱାକ

ଏହା ବି ପଢନ୍ତୁ...IPL 2023 Schedule: ମାର୍ଚ୍ଚ ୩୧ରେ ଗୁଜୁରାଟ-ଚେନ୍ନାଇ ଲଢ଼େଇ, ମେ ୨୮ରେ ଫାଇନାଲ

ପ୍ରକାଶଥାଉ କି, ମାର୍ଚ୍ଚ 31ରୁ ଇଣ୍ଡିଆନ ପ୍ରିମିୟର ଲିଗର 16ତମ ସଂସ୍କରଣ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଗୁଜରାଟ ଓ ଚେନ୍ନାଇ ପରସ୍ପରକୁ ଭେଟିବେ । ଗୁଜରାଟ କ୍ୟାପ୍ଟେନ ପାଣ୍ଡ୍ୟା ଓ ଚେନ୍ନାଇ ଅଧିନାୟକ ଧୋନୀଙ୍କ ମଧ୍ୟରେ ଫାଇଟ ହେବ । ମୋଟ 52 ଦିନରେ 70ଟି ମ୍ୟାଚ ଖେଳାଯିବ । 10 ଦଳ ମଧ୍ୟରେ 70ଟି ମ୍ୟାଚ ଖେଳାଯିବ । ମଇ 28 ତାରିଖରେ ଫାଇନାଲ ଖେଳାଯିବ । 12ଟି ସହରରେ ସମସ୍ତ ମ୍ୟାଚ ଖେଳାଯିବ । ଘରୋଇ ଓ ବାହାର ଫର୍ମାଟରେ ସମସ୍ତ ମ୍ୟାଚ ହେବ । ପ୍ରତି ଦଳ 14ଟି ଲେଖାଏଁ ଲିଗ ମ୍ୟାଚ ଖେଳିବେ । ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ତାର ଅଧିନାୟକ ନିଯୁକ୍ତ କରିଛି । କେନ ୱିଲିୟମସନଙ୍କ ବଦଳରେ ଦକ୍ଷିଣ ଆଫ୍ରିକା ଖେଳାଳି ଏଡେନ ମାର୍କରାମଙ୍କୁ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଅରେଞ୍ଜ ବାହିନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.