ଆଜି ଦ୍ବିତୀୟ ଦିନିକିଆ, 23 ବର୍ଷ ପରେ ସିରିଜ ଜିତିବା ଲକ୍ଷ୍ୟରେ ଭାରତ

author img

By

Published : Sep 21, 2022, 10:01 AM IST

୨୩ ବର୍ଷ ପରେ ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ହରାଇ ସିରିଜ ଜିତିବା ଲକ୍ଷ୍ୟରେ ଭାରତ

ଦ୍ବିତୀୟ ଦିନିକିଆ ମ୍ୟାଚ ଜିତିଲେ ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ହରାଇ ୨୩ ବର୍ଷ ପରେସିରିଜ ହାତେଇବାରେ ସଫଳ ହେବ ଭାରତୀୟ ମହିଳା କ୍ରିକେଟ ଦଳ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଏବେ ଦମଦାର ଫର୍ମରେ ଅଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳ ( India Womens Cricket Team ) । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ହରାଇବାରେ ପରେ ଭାରତୀୟ ମହିଳା ଟିମର ମନୋବଳ ବୃଦ୍ଧି ପାଇଛି । ଆଜି (ବୁଧବାର) ଇଂଲଣ୍ଡ ମାଟିରେ ଦ୍ବିତୀୟ ଦିନିକିଆରେ ମୁହାଁମୁହିଁ ହେବେ ଭାରତ ଏବଂ ଇଂଲଣ୍ଡ ( India VS England ) । ତେବେ ଏହି ଦ୍ବିତୀୟ ଦିନିକିଆରେ ଭାରତୀୟ ମହିଳା କ୍ରିକେଟ ଦଳ ତାର ବିଜୟ ଅଭିଯାନ ଜାରି ରଖିବା ପାଇଁ ନିଶ୍ଚୟ ଚେଷ୍ଟା ଜାରି ରଖିବ । ଯଦି ଭାରତୀୟ ଦଳ ଦ୍ବିତୀୟ ଦିନିକିଆରେ ମ୍ୟାଚ ହାତେଇ ବିଜୟୀ ହୁଏ ତାହେଲେ ଭାରତ ୨-୦ ରେ ସିରିଜରେ ଆଗୁଆ ରହିବ । ଏହା ସହିତ ଭାରତ ୨୩ ବର୍ଷ ପରେ (AFTER 23 YEARS ) ବ୍ରିଟିଶ ମାଟିରେ ସିରିଜ ହାତେଇବାରେ ନୂଆ ରେକର୍ଡ ସୃଷ୍ଟି କରିବ । ଏପର୍ଯ୍ୟନ୍ତ ଭାରତ ଏହି ସିରିଜରେ ୧-୦ରେ ଆଗୁଆ ରହିଛି ।

ଦିନିକିଆ ସିରିଜ ପୂର୍ବରୁ ଇଂଲଣ୍ଡ ସହିତ ଖେଳାଯାଇଥିବା ଟି୨୦ ସିରିଜରେ ଭାରତୀୟ ମହିଳା ଟିମ ଗୋଟିଏ ମ୍ୟାଚ ଜିତିଥିବା ବେଳେ ଇଂଲଣ୍ଡ ୨ଟି ମ୍ୟାଚ ଜିତିଥିଲା । ତେବେ ଭାରତୀୟ ମହିଳା ଟିମର ଦିନିକିଆରେ ଦମଦାର କମବ୍ୟାକ ସହିତ ଇଂଲଣ୍ଡକୁ ୭ ୱିକେଟରେ ହରାଇବାରେ ସଫଳ ହୋଇଥିଲା । ଏହି ମ୍ୟାଚରେ ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା ୯୯ ବଲରୁ ୧୦ ଟି ଚୌକା ଏବଂ ଗୋଟିଏ ଛକା ସହିତ ୯୧ ରନର ଇନିଂସ ଖେଳି ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଯଦି ଆମେ କ୍ରିକେଟ ଇତିହାସକୁ ଦେଖିବା ତାହାଲେ ଭାରତ ମହିଳା କ୍ରିକେଟ ଦଳ ୧୯୯୯ ମସିହାରେ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳି ଭାରତ ୨-୧ରେ ଆଗୁଆ ରହିଥିଲା । ସେହି ସିରିଜରେ କିମ୍ବଦନ୍ତୀ କ୍ରିକେଟର ଅଞ୍ଜୁମ ଚୋପ୍ରା ( Indian former cricketer Anjum Chopra ) ଗୋଟିଏ ଶତକୀୟ ଇନିଂସ ଖେଳିଥିବା ବେଳେ ଗୋଟିଏ ଅର୍ଦ୍ଧଶତକ ମାରିଥିଲେ । ପୁଣି ୨୩ ବର୍ଷ ପରେ ଭାରତ ପାଖରେ ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ହରାଇ ସିରିଜ ଜିତିବା ପାଇଁ ଆଉ ଗୋଟିଏ ସୁଯୋଗ ରହିଛି । ଭାରତ ଏହି ସିରିଜରେ ଗୋଟିଏ ମ୍ୟାଚ୍‌ ଜିତି ସାରିଥିବା ବେଳେ ସିରିଜ ଜିତିବା ପାଇଁ ଆଉ ଗୋଟିଏ ମ୍ୟାଚ ଜିତିବା ଆବଶ୍ୟକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.