ଋଷଭଙ୍କ ଆରୋଗ୍ୟ କାମନା କରି ମହାକାଳେଶ୍ୱର ମନ୍ଦିରରେ ସାଥୀ ଖେଳାଳିଙ୍କ ପୂଜାର୍ଚ୍ଚନା

author img

By

Published : Jan 23, 2023, 2:25 PM IST

Updated : Jan 23, 2023, 4:16 PM IST

indian cricketers prayers for rishabh recovery

ଭାରତୀୟ କ୍ରିକେଟର ଋଷବ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ମଧ୍ୟପ୍ରଦେଶର ମହାକାଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ସାଥୀ ଖେଳାଳି । ଅଧିକ ପଢନ୍ତୁ

ଋଷଭଙ୍କ ଆରୋଗ୍ୟ କାମନା କରି ମହାକାଳେଶ୍ୱର ମନ୍ଦିରରେ ସାଥୀ ଖେଳାଳିଙ୍କ ପୂଜାର୍ଚ୍ଚନା

ଭୋପାଳ: ମହାକାଳେଶ୍ବର ମନ୍ଦିରରେ ଭାରତୀୟ କ୍ରିକେଟରଙ୍କ ପୂଜାର୍ଚ୍ଚନା । ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ମଧ୍ୟପ୍ରଦେଶ ଉଜ୍ଜୈନସ୍ଥିତ ମହାକାଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ସାଥୀ ଖେଳାଳି । ସୂର୍ଯ୍ୟକୁମାର ଯାଦବ, କୁଳଦୀପ ଯାଦବ ଏବଂ ୱାଶିଂଟନ ସୁନ୍ଦର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ।

  • Madhya Pradesh | Indian cricketers Suryakumar Yadav, Kuldeep Yadav, and Washington Sundar visited Mahakaleshwar temple in Ujjain and performed Baba Mahakal's Bhasma Aarti. pic.twitter.com/nnyFRLMbfa

    — ANI (@ANI) January 23, 2023 " class="align-text-top noRightClick twitterSection" data=" ">

ସମସ୍ତେ ମଥାରେ ଚନ୍ଦନ ଟିକା ଲଗାଇବା ସହିତ ପାରମ୍ପରିକ ବସ୍ତ୍ର ପରିଧାନ କରିଛନ୍ତି ସୂର୍ଯ୍ୟକୁମାର, କୁଳଦୀପ ଓ ୱାଂଶିଟନ । ପରମ୍ପରା, ରୀତିନୀତି ଅନୁସାରେ ମହାକାଳେଶ୍ବରଙ୍କ ପୂଜା କରିଛନ୍ତି । ଏହା ସହିତ ମହାକାଳଙ୍କ ଭସ୍ମ ଆଳତୀରେ ସାମିଲ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ କହିଛନ୍ତି, "ସାଥୀ ଖେଳାଳି ଋଷବ ପନ୍ତଙ୍କ ଆଶୁ ଆରୋଗ୍ୟ ପାଇଁ ମହାକାଳଙ୍କୁ ପ୍ରାର୍ଥନା କରିଛୁ । ଭାରତୀୟ କ୍ରିକେଟ ଦଳ ପାଇଁ ପନ୍ତଙ୍କ ଜଲଦି ସୁସ୍ଥ ହେବା ନିହାତି ଆବଶ୍ୟକ । ଏହାସହ ଆମେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଦୁଇଟି ମ୍ୟାଚ ଜିତି ସାରିଛୁ । ପରବର୍ତ୍ତୀ ଦିନିକିଆ ଜିତି କ୍ଲିନ ସୁଇପ ଲକ୍ଷ୍ୟ ରଖିଛୁ ।"

ଆସନ୍ତାକାଲି(ମଙ୍ଗଳବାର) ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତିମ ଦିନିକିଆ ଖେଳିବ ଭାରତ । ଇନ୍ଦୋରରେ ଖେଳାଯିବ ମ୍ୟାଚ । ପ୍ରଥମ ଦୁଇ ମ୍ୟାଚ ଜିତି 2-0ରେ ଭାରତ ଆଗୁଆ ସିରିଜ କବଜା କରି ସାରିଛି । ଆସନ୍ତାକାଲି ସିରିଜ ମୂଳପୋଛ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ଦଳ ।

ଏହା ବି ପଢନ୍ତୁ...IND vs NZ 3rd ODI: ତୃତୀୟ ଦିନିକିଆରେ ହେବ ଦଳ ପରିବର୍ତ୍ତନ !

ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଦିନିକିଆ ପୂର୍ବରୁ ଭାରତୀୟ କ୍ରିକେଟ ଦଳ କେରଳର ଥିରୁଅନନ୍ତପୁରମରେ ଥିବା ଶ୍ରୀପଦ୍ମନାଭସ୍ବାମୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ କିଛି ଭାରତୀୟ କ୍ରିକେଟ ଖେଳାଳି । ପାରମ୍ପରିକ ବସ୍ତ୍ର ପରିଧାନ କରି ଶ୍ରୀପଦ୍ମନାଭସ୍ବାମୀଙ୍କୁ ଭାରତୀୟ କ୍ରିକେଟର ଦର୍ଶନ କରିଥିଲେ ।

ଏହା ବି ପଢନ୍ତୁ...Rishabh Pant Accident: ଡିଭାଇଡରରେ ପିଟି ହୋଇ ଜଳିଗଲା ଋଷବଙ୍କ କାର, ହସ୍ପିଟାଲରେ ଭର୍ତ୍ତି

ପ୍ରକାଶ ଥାଉ କି, ଡିସେମ୍ବର 30 ତାରିଖ 2022ରେ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ସଡ଼କ ଦୁର୍ଘଟଣା ହୋଇଥିଲା । ପନ୍ତ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଏହାପରେ ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତରଣ କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହେଉଛି । ଖୁବଶୀଘ୍ର ତାଙ୍କୁ ଡିସଚାର୍ଜ କରାଯାଇପାରେ ।

Last Updated :Jan 23, 2023, 4:16 PM IST

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.