୫୦ ବର୍ଷ ପରେ ଓଭାଲରେ ଟେଷ୍ଟ ଜିତିଲା ଟିମ ଇଣ୍ଡିଆ

author img

By

Published : Sep 6, 2021, 11:01 PM IST

india win 1st test match at the oval since historic 1971 victory

ଭାରତୀୟ କ୍ରିକେଟ ପ୍ରେମୀଙ୍କ ଦୀର୍ଘ ୫୦ ବର୍ଷର ଅପେକ୍ଷାର ଅନ୍ତ ହୋଇଛି । ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଦୀର୍ଘ ୫୦ ବର୍ଷ ପରେ ବିରାଟ ବାହିନୀ ଇଂଲଣ୍ଡକୁ ପରାସ୍ତ କରିଛି । ଅଧିକ ପଢନ୍ତୁ...

ଲଣ୍ଡନ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ଦୀର୍ଘ ୫୦ ବର୍ଷର ଅପେକ୍ଷାର ଅନ୍ତ ହୋଇଛି । ଦୀର୍ଘ ୫୦ ବର୍ଷ ପରେ ଭାରତ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡକୁ ପରାସ୍ତ କରି ନୂଆ ଇତିହାସ ସୃଷ୍ଟି କରିଛି । ସୋମବାର ବିରାଟ ବାହିନୀ ଇଂଲଣ୍ଡକୁ ୪ର୍ଥ ଟେଷ୍ଟରେ ପରାସ୍ତ କରିଛି । ଏଥିସହ ସିରିଜରେ ୨-୧ରେ ଆଗୁଆ ହୋଇଛି ।

ଅନ୍ୟପଟେ ୧୯୭୧ ପରେ ଓଭାଲରେ ଏହା ଟିମ ଇଣ୍ଡିଆର ପ୍ରଥମ ଟେଷ୍ଟ ବିଜୟ । ଓଭାଲରେ ଭାରତ ଶେଷଥର ପାଇଁ ୧୯୭୧ରେ ବିଜୟ ଲାଭ କରିଥିଲା ।

ଭାରତ ୨-୧ରେ ଆଗୁଆ ଥିବା ବେଳେ ସିରିଜ୍‌ର ଶେଷ ମ୍ୟାଚ୍‌ ୧୦ ତାରିଖକୁ ମାଞ୍ଚେଷ୍ଟରରେ ଖେଳାଯିବ। ଅର୍ଥାତ ବିରାଟ ବାହିନୀ ଆଜିର ବିଜୟ ପରେ ଇଂଲଣ୍ଡରେ ଆଉ ସିରିଜ୍‌ ହାରିବ ନାହିଁ । ଯଦି ବି ୫ମ ମ୍ୟାଚ୍‌ରେ ହାରିବ, ତା’ହେଲେ ସିରିଜ୍‌ ୨-୨ରେ ଡ୍ର ରହିବ।

ଏହାପରଠାରୁ ଭାରତ କେବେ ହେଲେ ଓଭାଲରେ ଟେଷ୍ଟ ମ୍ୟାଚ୍‌ ଜିତି ନଥିଲା। ସେହିପରି ଇଂଲଣ୍ଡ ମଧ୍ୟ ପ୍ରଥମ ପରାସ୍ତ ପରେ ୫ଟି ମ୍ୟାଚ୍‌ରେ ଏଠାରେ ଭାରତକୁ ହରାଇ ପାରି ନଥିଲା । ୨୦୧୧ରେ ଇଂଲଣ୍ଡ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍‌ ଇଣ୍ଡିଆକୁ ଏକ ଇନିଂସ ଓ ୮ ରନ୍‌ରେ ପରାସ୍ତ କରିଥିଲା ଓ ୪-୦ରେ ସିରିଜ ବିଜୟୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.