Womens T20 World Cup: ଭାରତୀୟ ଦଳ ଘୋଷିତ, ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଦଳ

author img

By

Published : Dec 29, 2022, 7:58 AM IST

Womens T20 World Cup

ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି ( india squad for ICC Womens T20 World Cup ) । ହର୍ମନପ୍ରୀତଙ୍କ ନେତୃତ୍ବରେ ବିଶ୍ବକପ ଲଢେଇ ଲଢିବ ଭାରତୀୟ ଦଳ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ 10 ତାରିଖରୁ ଆଇସିସି ମହିଳା ଟି-ଟ୍ବେଣ୍ଟି ବିଶ୍ବକପ ଆରମ୍ଭ ହେବ । ଏ ନେଇ ଭାରତୀୟ ଦଳ ଘୋଷଣା ହୋଇଛି । ହର୍ମନପ୍ରୀତ କୌର ନେତୃତ୍ବ ନେବେ । ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧାନାଙ୍କୁ ଉପଅଧିନାୟିକା ଦାୟିତ୍ବ ଦିଆଯାଇଛି । 12 ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ଭାରତ ଗ୍ରୁପ-2ରେ ସ୍ଥାନ ପାଇଛି । ଏହି ଗ୍ରୁପରେ ଭାରତ ସହିତ ୱେଷ୍ଟ ଇଣ୍ଡିଜ, ଇଂଲଣ୍ଡ ଓ ଆୟର୍ଲାଣ୍ଡ ରହିଛନ୍ତି ।

ଭାରତ ଦ୍ବିତୀୟ ମୁକାବିଲାରେ 15 ତାରିଖରେ ୱେଷ୍ଟ ଇଣ୍ଡିଜ, 18ରେ ଇଂଲଣ୍ଡ ଓ 20 ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ । ପ୍ରତି ଗ୍ରୁପରେ ଶ୍ରେଷ୍ଠ ଦୁଇ ଦଳ ସେମି ଫାଇନାଲରେ ପ୍ରବେଶ କରିବେ । ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ 15 ଜଣିଆ ଦଳ ଘୋଷଣା ହୋଇଛି । 15 ଜଣିଆ ଦଳରେ ଏକ ତିନିଜଣିଆ ରିଜର୍ଭ ଦଳ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଟି-ଟ୍ବେଣ୍ଟି ବିଶ୍ବକପ ମାସେ ପୂର୍ବରୁ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଏକ ତ୍ରିରାଷ୍ଟ୍ରୀୟ ଟି-ଟ୍ବେଣ୍ଟି ସରିଜି ଖେଳିବ । ଜାନୁଆରେ 19 ତାରିଖରୁ ତ୍ରିରାଷ୍ଟ୍ରୀୟ ସିରିଜ ଆରମ୍ଭ ହେବ ।

ଏହା ବି ପଢନ୍ତୁ....ରେଣୁକା, ୟସ୍ତିକା ଏବଂ ଅର୍ଶଦୀପ ଏମରଜିଙ୍ଗ କ୍ରିକେଟର ଅଫ ଦି ଇୟର ପାଇଁ ମନୋନୀତ

ପ୍ରକଶ ଥାଉକି ଗତକାଲି (ବୁଧବାର) ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-ଟ୍ବେଣ୍ଟି ପାଇଁ ଭାରତୀୟ ପୁରୁଷ ଦଳ ଘୋଷଣା ହୋଇଛି । ଟି-ଟ୍ବେଣ୍ଟିରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ କମାଣ ଥିବାବେଳେ ଦିନିକିଆରେ ରୋହିତ ଶର୍ମା ନେତୃତ୍ବ ନେବେ । ଜାନୁଆରୀ 3ରୁ ଟି-ଟ୍ବେଣ୍ଟି ମୁକାବିଲା ଆରମ୍ଭ ହେବାକୁ ଥିବାବେଳେ 10 ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ । ନିକଟରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିିରିଜିରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।

ଏହା ବି ପଢନ୍ତୁ....INDvsSL: ଭାରତୀୟ ଦଳ ଘୋଷିତ, ପାଣ୍ଡ୍ୟାଙ୍କ କାନ୍ଧରେ T-୨୦ ଦାୟିତ୍ୱ, ଦିନିକିଆରୁ ଧାଓ୍ୱନ ବାଦ

ବିଶ୍ବକପ ଭାରତୀୟ ସ୍କ୍ବାର୍ଡ...

ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା ( ଉପ ଅଧିନାୟିକା), ସେଫାଳି ବର୍ମା, ୟାସ୍ତିକା ଭାଟିଆ, ରିଚା ଘୋଷ, ଜେମିମି ରେଡ୍ରିଗ୍ସ, ହର୍ଲିନ ଦେୱଲ, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ରାଧା ଯାଦବ, ରେଣୁକା ଠାକୁର, ଅଞ୍ଜଳୀ ସରବାନୀ, ପୂଜା ବସ୍ତ୍ରାକାର, ରାଜେଶ୍ବରୀ ଗାଏକ୍ବାର୍ଡ, ଶିଖା ପାଣ୍ଡେ ।

ରିଜର୍ଭ ଖେଳାଳି...

ସ୍ନେହା ରଣା, ମେଘନା ସିଂହ, ସାବିନେନି ମେଘନା।

ତ୍ରିରାଷ୍ଟ୍ରୀୟ ସିରିଜ ଭାରତୀୟ ସ୍କ୍ବାର୍ଡ...

ହର୍ମନପ୍ରୀତ କୌର ସ୍ମୃତି ମାନ୍ଧାନା ( ଉପ ଅଧିନାୟିକା), ୟାସ୍ତିକା ଭାଟିଆ, ଜେମିମି ରେଡ୍ରିଗ୍ସ, ହର୍ଲିନ ଦେୱଲ, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ରାଜେଶ୍ବରୀ ଗାଏକ୍ବାର୍ଡ, ରାଧା ଯାଦବ, ରେଣୁକା ଠାକୁର, ମେଘନା ସିଂହ,ଅଞ୍ଜଳୀ ସରବାନୀ, ସୁଷମା ବର୍ମା, ଅମନଜୋତ କୌର, ପୂଜା ବସ୍ତ୍ରାକାର,ସାବିନେନି ମେଘନା, ସ୍ନେହା ରଣା, ଶିଖା ପାଣ୍ଡେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.