Ind Vs SA 2nd T20: ଚମକିଲେ ସୂର୍ଯ୍ୟକୁମାର, ମ୍ୟାଚ ସହ ସିରିଜ ସିଲ କଲା ଭାରତ

author img

By

Published : Oct 3, 2022, 9:34 AM IST

india south africa t20 series

ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟି-20 ମ୍ୟାଚ ସହ ସିରିଜ ଜିତିଲା ଭାରତ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ଭାରତର ପ୍ରଥମ ଘରୋଇ ସିରିଜ ବିଜୟ । ଅଧିକ ପଢନ୍ତୁ

ଗୌହାଟୀ: ଚମକିଲେ ସୂର୍ଯ୍ୟକୁମାର । ଫେଲ ମାରିଲା ମିଲରଙ୍କ ପ୍ରହାର । ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟି-ଟ୍ବେଣ୍ଟିରେ ବିଜୟ ସହ ସିରିଜ କବଜା କରିଛି ଭାରତ । ଦ୍ବିତୀୟ ଟି-20ରେ ଦକ୍ଷିଣ ଆଫ୍ରିକାକୁ 16ରନରେ ପରାସ୍ତ କରିଛି ଭାରତ । ମୁକାବିଲା ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ ସୂର୍ଯ୍ୟକୁମାର ଯାଦବ ଓ କେଏଲ ରାହୁଲ । ଦମଦାର ଇନିଂସ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ଲୋକେଶ ରାହୁଲ ।

ଦକ୍ଷିଣ ଆଫ୍ରିକା ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ଭାରତ । ଦୁଇ ଓପନର ଲୋକେଶ ରାହୁଲ ଏବଂ ରୋହିତ ଶର୍ମା ଦମଦାର ସଟ ଖେଳିଥିଲେ । ଉଭୟ ଓପନିଂ ପାର୍ଟନରସିପରେ ୯.୫ ଓଭରେ ୯୬ ରନ ଯୋଡିଥିଲେ । ରୋହିତ ଶର୍ମା ୩୭ ବଲରୁ ୭ ଚୌକା ଏବଂ ଗୋଟିଏ ଛକା ସହିତ ୪୩ ରନର ଇନିଂସ ଖେଳି କେଶବ ମହାରାଜାଙ୍କ ବଲରେ ପ୍ରଥମେ ଆଉଟ୍‌ ହୋଇଥିଲେ । ତେବେ ରାହୁଲ ଦମଦାର ବ୍ୟାଟିଂ ଜାରି ରଖିବା ସହ ୨୮ ବଲରୁ ୫ଟି ଚୌକା ଏବଂ ୪ଟି ଛକା ସହ ୫୭ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଦମଦାର ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ୧୮ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ମାତ୍ର ୨୨ ବଲରୁ ୫ଟି ଚୌକା ଏବଂ ୫ଟି ଛକା ସହିତ ୬୧ ରନର ଧୂଆଁଧାର ଇନିଂସ ଖେଳିଥିଲେ ସୂର୍ଯ୍ୟକୁମାର ।

ତେବେ ଦୁର୍ଭାଗ୍ୟବଶତଃ ରନ ଆଉଟ ହୋଇ ପାଭଲିଅନ ଫେରିଥିଲେ । ପରେ ବିରାଟ କୋହଲି ୨୮ ବଲରୁ ୭ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ଅପରାଜିତ ୪୯ ରନ କରିଥିଲେ । ଦିନେଶ କାର୍ତ୍ତିକ ୭ ବଲରୁ ଗୋଟିଏ ଚୌକା ଏବଂ ୨ଟି ଛକା ସହ ୧୭ ରନ କରି ଅପରାଜିତ ରହିଥିଲେ । ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ ହରାଇ 237 ରନ୍‌ ବିଶାଳ ସ୍କୋର କରିଥିଲା ଭାରତ । ଦକ୍ଷିଣ ଆଫ୍ରିକା ଆଗରେ 238 ରନ୍‌ର ଟାର୍ଗେଟ ଦେଇଥିଲା ।

ଏହା ବି ପଢନ୍ତୁ...IND vs SA: ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା, ଧାୱନ କ୍ୟାପଟେନ୍‌

238 ରନର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚରେ ମୁଖ୍ୟ ଆକର୍ଷଣ ଥିଲେ ଡେଭିଡ ମିଲର। ଭାରତୀୟ ବୋଲିଂ ବାହିନୀ ଉପରେ ଭୟଙ୍କର ପ୍ରହାର କରିଥିଲେ ମିଲର । 47 ବଲରୁ ଅପରାଜିତ 106 ରନ କରି ଦଳକୁ ବିଜୟ ନିକଟତର କରିଥିଲେ । ହେଲେ ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ରନ ଗତି ମନ୍ଥର ହେବାରୁ ଶେଷ ଆଡକୁ ରନ ରେଟ ବଢିଥିଲା । ତଥାପି ମିଲର ବ୍ୟାଟି ଜାରି ରଖିଥିଲେ ହେଲେ ବିଜୟ ପାଇଁ ଆବଶ୍ୟକୀୟ ରନ ସଂଗ୍ରହ ହୋଇ ପାରିନଥିଲା । ଶେଷ ଦୁଇ ଓଭରରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ 63 ରନ ଦରକାର ଥିଲା । 19 ତମ ଓଭରରେ ବୋଲିଂ କରିଥିଲେ ଅର୍ଶଦୀପ ସିଂ । ଏହି ଓଭରରେ ମୋଟ 26 ରନ ଦେଇଥିଲେ । 20 ତମ ଓଭରରେ ଅକ୍ଷର ପଟେଲ 20 ରନ ଦେଇଥିଲେ । ଶେଷରେ 16 ରନରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଥିଲା । 3 ୱିକେଟ ହରାଇ ଦଳ 221 ରନ କରିଥିଲା । ଡି'କକ୍ ଅପରାଜିତ 69 ଓ ଆଡେନ ମାରକ୍ରମ 33 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.