IND Vs SA: ଗୌହାଟୀ ଟି20ରେ ଭାରତର ବିଶାଳ ସ୍କୋର

author img

By

Published : Oct 2, 2022, 8:53 PM IST

Updated : Oct 2, 2022, 9:20 PM IST

India South Africa T20 : ଦକ୍ଷିଣ ଆଫ୍ରିକାକୁ ୨୩୮ ରନର ଟାର୍ଗେଟ, ଚମକିଲେ ସୂର୍ଯ୍ୟକୁମାର

ପ୍ରଥମ ବ୍ୟାଟିଂ କରି ଭାରତ 3 ୱିକେଟ ହରଇ ନିର୍ଦ୍ଧାରିତ 20 ଓଭରରେ ବିଶାଳ 237 ରନ୍‌ କରିଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ 238 ରନ୍‌ର ବିଶାଳ ଟାର୍ଗେଟ ରହିଛି ।

ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯାଉଛି 3 ମ୍ୟାଚ୍‌ ବିଶିଷ୍ଟ ଟି20 ସିିରିଜର ଦ୍ବିତୀୟ ମ୍ୟାଚ୍‌ । ପ୍ରଥମ ବ୍ୟାଟିଂ କରି ଭାରତ 3 ୱିକେଟ ହରଇ ନିର୍ଦ୍ଧାରିତ 20 ଓଭରରେ ବିଶାଳ 237 ରନ୍‌ କରିଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ 238 ରନ୍‌ର ବିଶାଳ ଟାର୍ଗେଟ ରହିଛି । ସୂର୍ଯ୍ୟକୁମାର ଯାଦବ ଓ କେଏଲ ରାହୁଲ ବିସ୍ଫୋରକ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।

ଦୁଇ ଓପନର ଲୋକେଶ ରାହୁଲ ଏବଂ ରୋହିତ ଶର୍ମା ମଧ୍ୟ ଆଜି ଦମଦାର ସଟ ଖେଳିଥିଲେ । ଉଭୟ ଓପନିଂ ପାର୍ଟନରସିପରେ ୯.୫ ଓଭରେ ୯୬ ରନ ଯୋଡିଥିଲେ । ରୋହିତ ଶର୍ମା ୩୭ ବଲରୁ ୭ ଚୌକା ଏବଂ ଗୋଟିଏ ଛକା ସହିତ ୪୩ ରନର ଇନିଂସ ଖେଳି କେଶବ ମହାରାଜାଙ୍କ ବଲରେ ପ୍ରଥମେ ଆଉଟ୍‌ ହୋଇଥିଲେ । ତେବେ ରାହୁଲ ଦମଦାର ବ୍ୟାଟିଂ ଜାରି ରଖିବା ସହ ୨୮ ବଲରୁ ୫ଟି ଚୌକା ଏବଂ ୪ଟି ଛକା ସହ ୫୭ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

ଦମଦାର ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ୧୮ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ମାତ୍ର ୨୨ ବଲରୁ ୫ଟି ଚୌକା ଏବଂ ୫ଟି ଛକା ସହିତ ୬୧ ରନର ଧୁଆଁଧାର ଇନିଂସ ଖେଳିଥିଲେ ସୂର୍ଯ୍ୟକୁମାର । ତେବେ ଦୁର୍ଭାଗ୍ୟବଶତଃ ରନ ଆଉଟ ହୋଇ ପାଭଲିଅନ ଫେରିଥିଲେ । ପରେ ବିରାଟ କୋହଲି ୨୮ ବଲରୁ ୭ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ଅପରାଜିତ ୪୯ ରନ ଓ ଦିନେଶ କାର୍ତ୍ତିକ ୭ ବଲରୁ ଗୋଟିଏ ଚୌକା ଏବଂ ୨ଟି ଛକା ସହ ୧୭ ରନ କରି ଅପରାଜିତ ରହିଥିଲେ ।

Last Updated :Oct 2, 2022, 9:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.