BANvsIND 1st ODI: ସାକିବଙ୍କୁ ୫ ୱିକେଟ, ଭାରତ ୧୮୬ ରନରେ ଅଲଆଉଟ

author img

By

Published : Dec 4, 2022, 3:36 PM IST

BANvsIND 1st ODI: ସାକିବଙ୍କୁ ୫ ୱିକେଟ, ଭାରତ ୧୮୬ ରନରେ ଅଲଆଉଟ

ବାଂଲାଦେଶ ଆଗରେ ୧୮୭ ରନର ଟାର୍ଗେଟ ରଖିଲା ଟିମ୍ ଇଣ୍ଡିଆ । ଅଧିକ ପଢନ୍ତୁ

ମୀରପୁର: ବାଂଲାଦେଶ ଆଗରେ ୧୮୭ ରନର ଟାର୍ଗେଟ ରଖିଲା ଟିମ୍ ଇଣ୍ଡିଆ । ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଫେଲ ମାରିଲା ଟିମ୍ ଇଣ୍ଡିଆ ବ୍ୟାଟିଂ ଅର୍ଡର । ଅଲରାଉଣ୍ଡର ସାକିବ ଅଲ ହାସନଙ୍କ ଘାତକ ବୋଲିଂରେ ଆତ୍ମସମର୍ପଣ କଲେ ଭାରତୀୟ ବ୍ୟାଟର । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୪୧.୨ ଓଭରରେ ୧୮୬ ରନର କରି ଅଲଆଉଟ ହୋଇଛି । ଲୋକେଶ ରାହୁଲ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା । ପ୍ରାରମ୍ଭରୁ ଓପନିଂ ଯୋଡି ଫେଲ୍ ମାରିଥିଲା । ବାଂଲାଦେଶ ବୋଲରଙ୍କ ରଣନୀତି ଆଗରେ ଧରାଶାୟୀ ହୋଇଥିଲା ଟିମ୍ ଇଣ୍ଡିଆ ବ୍ୟାଟିଂ ଲାଇନ ଅପ୍ । ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୮୬ ରନ୍ କରିବାରେ ସକ୍ଷମ ହୋଇପାରିଥିଲା । ସେ ୭୦ ବଲରୁ ୫ ଟି ଚୌକା ଓ ୪ ଟି ଛକା ସହିତ ୭୩ ରନ୍ ଇନିଂସ ଖେଳିଥିଲେ । ଅଧିନାୟକ ରୋହିତ ଶର୍ମା ୩୧ ବଲରୁ ୪ ଟି ଚୌକା ଓ ଗୋଟିଏ ଛକା ସହିତ ୨୭ ରନ କରି ଆଉଟ ହୋଇଥିଲେ । ସେହିପରି ଶ୍ରେୟସ ଆୟାର ୨୪ ରନର ପାଳି ଖେଳିଥିବା ବେଳେ ୱାସିଙ୍ଗଟନ ସୁନ୍ଦର ଧୀମା ବ୍ୟାଟିଂ କରି ୧୯ ରନ କରିଥିଲେ । ଏହି ଚାରି ଜଣଙ୍କୁ ଛାଡିଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରି ପାରିନାହାଁନ୍ତି ।

ସେପଟେ ବାଂଲାଦେଶର ସାକିବ ଅଲ ହାସନ ୧୦ ଓଭର ବୋଲିଂ କରି ୩୬ ରନ ବ୍ୟୟରେ ସର୍ବାଧିକ ୫ ଟି ୱିକେଟ ନେଇଥିଲେ । ସେହିପରି ଏବାଦତ ହୋସେନ୍ ୪ ଟି ୱିକେଟ ନେଇଥିବା ବେଳେ ହାସନ ମିରାଜ ଗୋଟିଏ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.