'ବାୟୋବବଲରୁ ବାହାରି ପୁସ୍ତକ ଉନ୍ମୋଚନରେ ଯୋଗଦେବା ଦାୟିତ୍ବହୀନତା'

author img

By

Published : Sep 10, 2021, 6:59 PM IST

India coaches, players were irresponsible to attend book launch'

ଲଣ୍ଡନରେ କୋଚ୍‌ ରବି ଶାସ୍ତ୍ରୀ ଓ କ୍ୟାପଟେନ ବିରାଟ କୋହଲି ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ ବାୟୋବବଲର ଉଲଂଘନ କରିଥିଲେ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଇଂଲଣ୍ଡ ଓ ଭାରତ ମଧ୍ୟରେ ଶୁକ୍ରବାର ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍‌ ବାତିଲ ହୋଇଛି । ଭାରତୀୟ କ୍ୟାମ୍ପରେ ଏକାଧିକ ସପୋର୍ଟ ଷ୍ଟାଫ୍‌ COVID-୧୯ ସଂକ୍ରମିତ ଚିହ୍ନଟ ହେବାପରେ ଚର୍ଚ୍ଚାରେ ଭାରତୀୟ ସଦସ୍ୟଙ୍କ ବାୟୋବବଲ ନିୟମ ଉଂଲଘନ ।

ଲଣ୍ଡନରେ କୋଚ୍‌ ରବି ଶାସ୍ତ୍ରୀ ଓ କ୍ୟାପଟେନ ବିରାଟ କୋହଲି ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ ବାୟୋବବଲର ଉଲଂଘନ କରିଥିଲେ । ଏପରିକି କୋଚ୍‌ ଶାସ୍ତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ସହ ଷ୍ଟେଜ୍‌ ସେୟାର କରିଥିଲେ । ଏନେଇ BCCI ଓ କିଛି ଇଂଲିସ ଗଣମାଧ୍ୟମ ଅସନ୍ତୋଷ ଜାହିର କରିଛନ୍ତି । ତେବେ ଗୁରୁବାର ରାତିରେ ଭାରତୀୟ ଖେଳାଳିଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଜଣାପଡିବା ପରେ, ଏହି ମାମଲା ଉପରେ ଅନେକାଂଶରେ ପରଦା ଢାଙ୍କି ହୋଇଯାଇଛି । ମାତ୍ର ହୋଟେଲ ବାହାରେ ଜୈବ ସୁରକ୍ଷା ବଳୟର ଉଲଂଘନ କରି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବା ଦାୟିତ୍ବହୀନତାର ପରିଚୟ ବୋଲି କୁହାଯାଉଛି ।

ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ସମୟରେ ଶାସ୍ତ୍ରୀ ପଜିଟିଭି ଚିହ୍ନଟ ହୋଇଥିଲେ । ଏହାପରଠାରୁ ସେ ଆଇସୋଲେସନରେ ରହିଛନ୍ତି । ସେହିପରି ବୋଲିଂ କୋଚ୍‌ ଭରତ ଅରୁଣ, ଫିଲ୍ଡିଂ କୋଚ୍‌ ଆର ଶ୍ରୀଧର ଓ ଫିଜିଓ ନୀତିନ ପଟେଲ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୁରୁବାର, ଫିଜିଓଥେରାପିଷ୍ଟ ଯୋଗେଶ ପରମାର ପଜିଟିଭ ଚିହ୍ନଟ ହେବାନେଇ ଭାରତୀୟ କ୍ରିକେଟ ବୋର୍ଡ ସ୍ପଷ୍ଟ କରିଥିଲା । ଏହାପରେ ପଞ୍ଚମ ଟେଷ୍ଟ ପୂର୍ବରୁ ଭାରତର ପ୍ରାକ୍ସିସ ସେସନକୁ ବାତିଲ କରାଯାଇଥିଲା ।

ଜଣେ BCCI ଅଧିକାରୀ ଉଦବେଗ ପ୍ରକାଶ କରିବା ସହିତ କହିଛନ୍ତି, "one breach" । ଗୋଟିଏ ଭୁଲ ସମସ୍ତଙ୍କ ପାଇଁ ଅସୁବିଧାର କାରଣ ହୋଇଯାଏ । କୋଚ୍‌ ଓ କ୍ୟାପଟେନ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିଲେ ଓ ଆମେ ଟିମ ମଧ୍ୟରେ COVID କେସ୍‌ ଦେଖିବାକୁ ପାଉଛୁ , ଏହା ଭୟାନକ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.