ଓଭାଲ ଟେଷ୍ଟ ଜିତିଲା ଟିମ ଇଣ୍ଡିଆ, ଘରୋଇ ମାଟିରେ ଇଂଲଣ୍ଡ ଚିତପଟାଙ୍ଗ୍‌

author img

By

Published : Sep 6, 2021, 9:25 PM IST

Updated : Sep 6, 2021, 10:50 PM IST

India beat England by 157 runs in oval test, take 2-1 lead in 5-match series

ଓଭାଲ ଟେଷ୍ଟ ଜିତି ଲିଡ୍ସ ପରାଜୟର ମଧୁର ପ୍ରତିଶୋଧ ନେଇ ଭାରତ । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ । ଅଧିକ ପଢନ୍ତୁ...

ଲଣ୍ଡନ: ଲିଡ୍ସ ପରାଜୟର ମଧୁର ପ୍ରତିଶୋଧ ଓଭାଲରେ ନେଲା ଟିମ୍‌ ଇଣ୍ଡିଆ । ଓଭାଲ ଟେଷ୍ଟରେ ଭାରତର ଦମଦାର ବିଜୟ । ନିଜ ମାଟିରେ ମାଟି କାମୁଡିଲା ଘରୋଇ ଇଂଲଣ୍ଡ । ଭାରତ ୧୫୭ ରନ୍‌ରେ ସିରିଜର ଚତୁର୍ଥ ଟେଷ୍ଟ ବିଜୟୀ ହେବା ସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇଛି । ଚତୁର୍ଥ ଟେଷ୍ଟର ଶେଷଦିନରେ ଭାରତୀୟ ବୋଲରଙ୍କ ଘାତକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଜଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର, ରବିନ୍ଦ୍ର ଜାଡେଜାଙ୍କ ସାମୁହିକ ପ୍ରଭାବୀ ପ୍ରଦର୍ଶନ ବଳରେ ଭାରତ ୧୫୭ ରନ୍‌ରେ ଇଂଲଣ୍ଡକୁ ମାତ ଦେଇଛି । ଓଭାଲ ଗ୍ରାଉଣ୍ଡରେ ୧୦ ବର୍ଷ ପରେ ଏହା ଭାରତର ପ୍ରଥମ ବିଜୟ ।

ବ୍ୟାଟିଂ ପାଇଁ ଅନୂକଳ ଥିବା ପିଚ୍‌ରେ ଇଂଲଣ୍ଡ ଓପନର ପ୍ରଥମ ଲଢୁଆ ପ୍ରଦର୍ଶନ କରିଥିଲେ । ଉଭୟ ଓପନର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ । ମାତ୍ର ଶାର୍ଦ୍ଦୁଳ ପଞ୍ଚମ ଦିନରେ ପ୍ରଥମ ଓଭର ବୋଲିଂ କରିବାକୁ ଆସି ରରି ବର୍ଣ୍ଣଙ୍କୁ ପାଭିଲିୟନର ରାସ୍ତାର ଦେଖାଇବା ସହ ଭାରତ ପାଇଁ ବିଜୟର ମୂଳଦୂଆ ପକାଇଥିଲେ ।

ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ଦଖଲ କରି ବିଜୟର ନିକଟତର ହୋଇଥିଲା ଭାରତ । ଟି ବ୍ରେକ୍‌ ସୁଦ୍ଧା ଇଂଲଣ୍ଡର ସ୍କୋର ୧୯୩/୮ ରହିଥିଲା । ଶେଷ ସେସନରେ ଦୁଇଟି ୱିକେଟ ହାସଲ କରିବା ସହ ଐତିହାସିକ ବିଜୟ ହାସଲ କରିଥିଲା ଟିମ ଇଣ୍ଡିଆ । ୨୫.୧ ଓଭର ମଧ୍ୟରେ ଅପରାହ୍ନ ସେସନରେ ୬ଟି ୱିକେଟ ହରାଇ ୨୧୦ ରନ୍‌ରେ ଅଲଆଉଟ ହୋଇଥିଲା ଇଂଲଣ୍ଡ । ଦ୍ବିତୀୟ ଇଂନିସରେ ଭାରତ ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

ପୂର୍ବରୁ ପ୍ରଥମ ଇଂନିସରେ ଭାରତ ୧୯୧ ରନରେ ଅଲଆଉଟ ହେବାପରେ ଜବାବରେ ଇଂଲଣ୍ଡ ୨୯୦ ରନ କରିଥିଲା । ତେବେ ଦ୍ବିତୀୟ ଇଂନିସରେ ଭାରତ ୪୬୬ ରନର ବିଶାଳ ସ୍କୋର କରିବା ସହ ୩୬୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 6, 2021, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.