India Vs Australia: ଆଜି ଦ୍ବିତୀୟ ଟି୨୦, ସିରିଜ ବରାବର ଲକ୍ଷ୍ୟରେ ଭାରତ

author img

By

Published : Sep 23, 2022, 11:56 AM IST

Updated : Sep 23, 2022, 2:31 PM IST

India Vs Australia second t 20

ଆଜି ନାଗପୁରରେ ଖେଳାଯିବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍‌ । ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ୍‌ ଜିତି ସିରିଜ ବରାବର ଲକ୍ଷ୍ୟରେ ଭାରତ । ଅଧିକ ପଢନ୍ତୁ

ନାଗପୁର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି (ଶୁକ୍ରବାର) ଖେଳାଯିବ ୩ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ଦ୍ବିତୀୟ ମ୍ୟାଚ । ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ପ୍ରଥମ ମୁକାବିଲା ହାରିବା ପରେ ଆଜିର ମ୍ୟାଚ୍‌ ଭାରତ ପାଇଁ 'କର ବା ମର' ସଦୃଶ ହୋଇଛି । ପୂର୍ବ ତ୍ରୁଟିକୁ ସୁଧାରି ଆଜି ଭାରତକୁ ଉନ୍ନତ ପ୍ରଦର୍ଶନ କରିବାକୁ ହେବ ନଚେତ୍‌ ସିରିଜ ହାତରୁ ଖସିବାଟା ନିଶ୍ଚୟ ।

ମୋହାଲି ଭୁଲ୍‌ର ଯେପରି ପୁନରାବୃତ୍ତି ନହୁଏ ସେ ଦିଗରେ ଦଳକୁ ପ୍ରସ୍ତୁତ ରହିବାକୁ ପଡିବ । ଆଜିର ମୁକାବିଲା ଜିତି ଭାରତ ସିରିଜ ବରାବର ଲକ୍ଷ୍ୟରେ ରହିଛି । ସେପଟେ ପ୍ରଥମ ମ୍ୟାଚ ଜିତି ଦୃଢ ମନୋବଳରେ ରହିଛି ଅଷ୍ଟ୍ରେଲିଆ । ମୋହାଲି ପ୍ରଦର୍ଶନ ଦୋହରାଇ ସିରିଜ କବଜା କରିବାକୁ ଯୋଜନା କରିଛି ଦଳ ।

ଏହା ବି ପଢନ୍ତୁ...Legends League Cricket, ଆଜିଠୁ ଅଫଲାଇନ ଟିକେଟ ବିକ୍ରି

ଭାରତର ଡେଥ୍‌ ଓଭର ବୋଲିଂର ସମସ୍ୟା ରହିଛି । ବିଶାଳ ସ୍କୋର ପରେ ବି ପ୍ରଭାବହୀନ ଡେଥ ବୋଲିଂ ପାଇଁ ପ୍ରଥମ ମୁକାବିଲା ହାରିଥିଲା ଭାରତ । ଭାରତୀୟ ପିଚ୍‌ରେ ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିଲେ ମଧ୍ୟ ଉପଯୁକ୍ତ ରଣ କୌଶଳ ଓ ପ୍ରଭାବୀ ବୋଲିଂ ଦଳ ପାଇଁ ବିଜୟରେ ସହାୟକ ହେବ । ଆଗକୁ ଟି-ଟ୍ବେଣ୍ଟି ବିଶ୍ବ କପ ଥିବା ଭାରତକୁ ସମସ୍ତ ତ୍ରୁଟି ସୁଧାରିବାକୁ ପଡିବ । ବିଶେଷ କରି ଡେଥ ଓଭର ବୋଲିଂ ବିଫଳତା ସମସ୍ୟା ଦୂର କରିବାକୁ ଦଳ ପାଇଁ ପ୍ରଥମ କାର୍ଯ୍ୟ ରହିବ । ବିଶେଷ କରି ଗୁରୁତ୍ବପୂର୍ଣ୍ଣ ୧୯ତମ ଓଭରରେ ଅଭିଜ୍ଞ ବୋଲର ଭୁବନେଶ୍ବର କୁମାର ମହଙ୍ଗା ସାବ୍ୟସ୍ତ ହେବା ଚିନ୍ତା ବଢାଇଛି ।

ଏହା ବି ପଢନ୍ତୁ...ଧୋନୀ-କୋହଲିଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା, ସମାଲୋଚନା କଲେ ଗମ୍ଭୀର

ବିଶ୍ବକପ ବେଳକୁ ଭାରତର ଡେଥ୍‌ ଓଭର ବୋଲିଂ ଶୃଙ୍ଖଳିତ ହେବା ଆଶା କରାଯାଉଛି । ବିଶ୍ବକପ ଦଳରେ ସ୍ଥାନ ପାଇଥିବା ଅଭିଜ୍ଞ ପେସ୍‌ ବୋଲର ଭୁବନେଶ୍ବର କୁମାରଙ୍କ ଫର୍ମକୁ ନେଇ ଚିନ୍ତା ରହିଛି । ବୋଲିଂ ବିଭାଗର ଦୁର୍ବଳତାକୁ ନେଇ ପ୍ରଶ୍ନ ଉଠିଛି । ଆଜି ଭୁବନେଶ୍ବର କୁମାରଙ୍କୁ କିଛି ଚମତ୍କାର କରିବାକୁ ପଡିବ। ଭାରତୀୟ ବ୍ୟାଟ୍‌ରଙ୍କ ବ୍ୟାଟିଂ ପ୍ରଦର୍ଶନ ଠିକ୍‌ଠାକ୍‌ ରହିଛି । ଭାରତର ଏକାଦଶରେ ପରିବର୍ତ୍ତନ ଆଶା କରାଯାଉଛି । ବୁମରା ଦଳକୁ ଫେରିପାରନ୍ତି । ହର୍ଷଲ ପଟେଲ କିମ୍ବା ଉମେଶ ଯାଦବଙ୍କ ମଧ୍ୟରୁ କେହି ଜଣେ ବାଦ ପଡିପାରନ୍ତି ।

ପ୍ରଥମ ମୁକାବିଲା ଜିତିବା ପରେ ଅଷ୍ଟ୍ରେଲିଆର ମନୋବଳ ମଜବୁତ ରହିଛି । ମୋହାଲି ପ୍ରଦର୍ଶନ ଜାରି ରଖି ଆଜିର ମୁକାବିଲା ଜିତି ଆଗୁଆ ସିରିଜ ସିଲ କରିବା ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ଦଳ । ଭାରତୀୟ ବୋଲରଙ୍କ ଫ୍ଲପ ପ୍ରଦର୍ଶନ ପାଇଁ ପ୍ରଥମ ମୁକାବିଲାକୁ ୪ ୱିକେଟରେ ଜିତିଥିଲା ଦଳ । ଆଜିର ମୁକାବିଲାକୁ କବଜା କରିବାକୁ ସବୁ ରଣନୀତି ପ୍ରସ୍ତୁତ କରି ସାରିଛି କଙ୍ଗାରୁ ଟିମ ।

ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚୟ । ଦ୍ବିତୀୟ ବ୍ୟାଟିଂ କରୁଥିବା ଦଳ ପକ୍ଷରେ ରେକର୍ଡ ରହିଛି । ୧୨ଟି ଟି-ଟ୍ବେଣ୍ଟିରୁ ଦ୍ବିତୀୟ ବ୍ୟାଟିଂ କରିଥିବା ଦଳ ୯ଟି ମ୍ୟାଚ ଜିତିଛି । ଭାରତ ପାଇଁ ଆଜି ଟସ ବିଜୟୀ ଶୁଭଙ୍କର ସାବ୍ୟସ୍ତ ହେବ । ୨୦୧୯ରେ ଏହି ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହୋଇଥିବା ଭାରତ ବିଜୟୀ ହୋଇଥିଲା ।

Last Updated :Sep 23, 2022, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.