India Vs Australia: ଆଜି ପ୍ରଥମ ଟି20, ନୂଆ ଜର୍ସିରେ ନଜର ଆସିବ ଟିମ ଇଣ୍ଡିଆ

author img

By

Published : Sep 20, 2022, 9:05 AM IST

India Vs Australia: ଆଜି ପ୍ରଥମ ଟି20, ନୂଆ ଜର୍ସିରେ ନଜର ଆସିବ ଟିମ ଇଣ୍ଡିଆ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଆରମ୍ଭ ହେଉଛି 3 ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ । ପ୍ରଥମ ମୁକାବିଲା ମୋହାଲି ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯିବ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷରେ ରହିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଚଣ୍ଡିଗଡ: ଆଜିଠୁ ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟି-ଟ୍ବେଣ୍ଟି ସିରିଜ । ଆଜି (ମଙ୍ଗଳବାର) ଦୁଇ ଦଳ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି( India vs Australia 1st t20) ମ୍ୟାଚ ଖେଳାଯିବ । ଏ ନେଇ ଦୁଇଦଳ ପ୍ରସ୍ତୁତି ଶେଷ କରିଛନ୍ତି । ମୋହାଲି ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌ । ସଦ୍ୟ ସମାପ୍ତ ଏସିଆ କପ୍‌ରେ ସମସ୍ତ ତ୍ରୁଟି ସୁଧାରି ଉତ୍ତମ ପ୍ରଦର୍ଶନ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଦଳର ପ୍ରତ୍ୟେକ ଖେଳାଳି ଫର୍ମ ବଜାୟ ରଖିବାକୁ ପ୍ରାଥମିକତା ଦେବେ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ସେପଟେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଏହି ସିରିଜରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ।

ଭାରତୀୟ ଦଳ ଏସିଆ କପର ପ୍ରଦର୍ଶନକୁ ଭୁଲି ସରିଜ ବିଜୟୀ ହେବାକୁ ପ୍ରୟାସ କରିବ । ଦଳର ମଧ୍ୟକ୍ରମ ବ୍ୟାଟିଂ ନେଇ ସମସ୍ୟା ରହିଛି । ଆଗକୁ ବିଶ୍ବକପ ଆସୁଛି ତେଣୁ ଏହା ପୂର୍ବରୁ ଦଳର ଏ ମସ୍ୟାର ସମାଧାନ କରିବାକୁ ପଡିବ । ମଧ୍ୟଭାଗରେ ବ୍ୟାଟରଙ୍କୁ ଦ୍ରୁଢ ବ୍ୟାଟିଂ କରିବାକୁ ପଡିବ । ଖାଲି ବ୍ୟାଟିଂ ନୁହେଁ ସବୁ ବିଭାଗର ତ୍ରୁଟି ସୁଧାରିବାକୁ ପଡିବ । ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟକ୍ରମ ସମ୍ଭାଳୁଛନ୍ତି । ଆଜିର ମୁକାବିଲାରେ ସେମାନଙ୍କୁ କିଛି କମାଲ କରିବାକୁ ହେବ । କିଛି ଦିନ ହେବ ଫର୍ମ ହରାଇଥିବା ବିଟାର କୋହଲି ଏସିଆ କପରେ ଫର୍ମକୁ ଫେରିଥିଲେ ତେଣୁ ଆଜି ତାଙ୍କ ବ୍ୟାଟରୁ ସଫଳ ଇନିଂସ ଆଶା କରୁଛନ୍ତି ଫ୍ୟାନ୍ସ ।

ଏହି ବି ପଢନ୍ତୁ...ଟି୨୦ ସିରିଜ ପୂର୍ବରୁ କୋହଲିଙ୍କ ପ୍ରଶଂସା କଲେ ଆରୋନ ଫିଞ୍ଚ

ବୋଲିଂ ବିଭାଗକୁ ଦେଖିଲେ ଏସିଆ କପରେ ଭାରତର ବୋଲିଂ ବିଫଳତା ଦେଖିବାକୁ ମିଳିଥିଲା । ଜାଡେଜା ଓ ଅଶ୍ବିନୀ ଆହତ ହେବାରୁ ଭାରତ 4 ବୋଲରଙ୍କୁ ନେଇ ଖେଳିଥିଲା । ବୋଲିଂ ପାଇଁ ଭାରତ ପାଖରେ ବିକଳ୍ପ ନଥିଲା । ଏଥର ଭାରତ ଶକ୍ତିଶାଳୀ ବୋଲରଙ୍କୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ମହମ୍ମଦ ସାମି କୋରୋନା ସଂକ୍ରମିତ ହୋଇଥିବାରୁ ତାଙ୍କ ବଦଳରେ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି । ପେସ ବୋଲର ଉମେଶ ଯାଦବ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଘାଇଲା କରିବା ନେଇ ଆଶା ରଖିଛନ୍ତି ଫ୍ୟାନ୍ସ । ଅକ୍ଷର ପଟେଲ ଓ ୟୁଜଭେନ୍ଦ୍ର ଚହର ସ୍ପିନ ବିଭାଗ ସମ୍ଭାଳିବେ ।

ଅଷ୍ଟେଲିଆର ଏକାଦଶ ଚୂଡାନ୍ତକୁ ନେଇ ସମସ୍ୟା ରହିଛି । ଡେଭିଡ ୱାର୍ଣ୍ଣରଙ୍କୁ ବିଶ୍ରାମ ଦିଆଯାଇଛି । ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ ଆହତ ଥିବାରୁ ଦଳରେ ସାମିଲ ନାହାନ୍ତି । ଏମାନଙ୍କ ସ୍ଥାନ ପୂରଣ କରିବା ଦଳ ପାଇଁ କଷ୍ଟକର ହୋଇପାରେ । ତଥାପି ସବୁ ସମସ୍ୟାର ସମାଧାନ କରି ପ୍ରଥମ ମ୍ୟାଚ ଜିତିବାକୁ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ଆଇପିଏଲରେ ବିସ୍ଫୋରକ ବ୍ୟାଟଂ କରିଥିବା ଡେଭିଡଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଗ୍ଲେନ ମ୍ୟାକ୍ସୱେଲଙ୍କ ବ୍ୟାଟିଂ ଉପରେ ମଧ୍ୟ ନଜର ରହିବ ।

ଦୁଇ ଦଳ ମଧ୍ୟରେ ମୋଟ 23ଟି ମ୍ୟାଚ୍‌ ଖେଳାଯାଇଛି । ଏଥିରୁ ଭାରତ 13ଟି ଜିତିଥିବାବେଳେ ଅଷ୍ଟ୍ରେଲିଆ 9ଟି ମ୍ୟାଚ ଜିତିଛି । ଶେଷ 6ଟି ମ୍ୟାଚରେ ଦୁଇ ଦଳ 3ଟି ଲେଖାଏଁ ଜିତିଛନ୍ତି । ଆଜିର ମ୍ୟାଚ ଜିତି ଭାରତ ବିଜୟ ମ୍ୟାଚ ସଂଖ୍ୟା ବଢାଇବାକୁ ଲକ୍ଷ୍ୟ ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.